ଯଦି ଆପଣ ମଧ୍ୟ କରୁଛନ୍ତି ଟିକଟକ୍ ତେବେ ହୋଇଯାଆନ୍ତୁ ସାବଧାନ୍, ଏହି ପ୍ରକାରର ଭିଡିଓ କଲେ ବ୍ୟାନ୍ ହୋଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ(କେନ୍ୟୁଜ୍) : ଟିକଟକ୍ ପ୍ଳାଟଫର୍ମରେ ବେଆଇନ୍ ଏବଂ ଅଶ୍ଳିଳ ଭିଡିଓ କରିବା ଶକ୍ତ ଭାବେ ମନା। ବେଆଇନ୍ କଣ୍ଟେଣ୍ଟ କୁ ନେଇ ନିକଟରେ ସରକାର ଟିକଟକ୍ କୁ ପ୍ରଶ୍ନ କରିଛନ୍ତି। ରାଜ୍ୟସଭାରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଗୃହ ରାଜ୍ୟମନ୍ତ୍ରୀ ଜି.କିଶନ ରେଡ୍ଡୀ କହିଥିଲେ କି, ଟିକଟକ୍ ଦ୍ବାରା ବେଆଇନ୍ କଣ୍ଟେଣ୍ଟ ବ୍ୟାପିବାକୁ ନେଇ ବହୁ ସାରା ରିପୋର୍ଟ ଆସିଥିଲା । ଯାହା ବିଷୟରେ ସରକାର ଟିକଟକ୍ କୁ ସମ୍ପୂର୍ଣ୍ଣ ତଥ୍ୟ ମାଗିଛନ୍ତି।

ଗୃହ ରାଜ୍ୟମନ୍ତ୍ରୀ କହିଥିଲେ କି, ଆଇଟି ଆକ୍ଟ ୨୦୦୦ ଅନୁସାରେ ଟିକଟକ୍ ଏକ ଇଣ୍ଟରମିଡିଏଟରୀ ଅଟେ । ଏହି ପରିପେକ୍ଷୀରେ ଆଇଟି ଆକ୍ଟ ଦ୍ବାରା ବେଆଇନ୍ କଣ୍ଟେଣ୍ଟକୁ ଅନଲାଇନ୍ ରିମୁଭ୍ ବା ଡିଲିଟ୍ କରାଯାଇପାରିବ । ଆଇଟି ଆକ୍ଟ ସେକ୍ସନ୍ ୭୯ ଅନୁସାରେ ଇଣ୍ଟରମିଡିଏଟରୀ ଏହି ବିଷୟରେ ଧ୍ୟାନ ରଖିବ କି, କୌଣସି ବି ପ୍ରକାରେ କ୍ଷତି ପହଁଚାଉଥିବା ଭଳି ବେଆଇନ୍ କଣ୍ଟେଣ୍ଟ ସେୟାର ଯେପରି ନହୁଏ । ଏହା ସହିତ ଯେତେବେଳେ ଏଭଳି କୌଣସି ଭିଡିଓ ବିଷୟରେ ଜାଣି କୋର୍ଟ କିମ୍ବା ସରକାର ସୂଚନା ଦେଇଥାନ୍ତି ସେତେବେଳେ ଆଶା କରାଯାଇଥାଏ କି ଉକ୍ତ କଣ୍ଟେଣ୍ଟକୁ ଟିକଟକ୍ ଡିଲିଟ୍ କରିଦେବା ଉଚିତ୍ ।

ଏହାସହ ପଢନ୍ତୁ: ପୁଣି ଟିକଟକ୍ ନିଶାରେ ଘାଇଲା ହେଲେ ଯୁବକ, କରୁଥିଲେ ଏପରି କାମ

ସୂଚନା ମୂତାବକ, ଟିକଟକ୍ ଅଶ୍ଳିଳ କଣ୍ଟେଣ୍ଟ ଏବଂ ପଲିସି ଉଲ୍ଲଙ୍ଘନ କରୁଥିବା ୬୦ ଲକ୍ଷ ଭିଡିଓକୁ ଡିଲିଟ୍ କରିଦେଇଛି । କମ୍ପାନୀ ଅଫିସିଆଲ୍ ପକ୍ଷରୁ କୁହାଯାଇଛି କି, ଏହି ଭିଡିଓ ଭାରତର ଗାଇଡଲାଇନର ଉଲ୍ଲଙ୍ଘନ କରୁଥିଲା। ଭିଡିଓ ବ୍ୟାନ୍ କରିବାର କାରଣ ହେଉଛି କି ଟିକଟକ୍ ପ୍ଳାଟଫର୍ମରୁ ବେଆଇନ୍ ଏବଂ ଅଶ୍ଳିଳ କଣ୍ଟେଣ୍ଟ କୁ ହଟାଇବା।

ଟକଟକ୍ ର ସାରା ଦୁନିଆରେ ୮୦ କୋଟି ୟୁଜର୍ସ ଅଛନ୍ତି। ଟିକଟକ୍ ର ପାରେଣ୍ଟ କମ୍ପାନୀ Beijing Bytedance Technology Co କହିଛନ୍ତି କି, ଭାରତରେ ଏହି ଆପ୍ ର ୨୦ କୋଟିରୁ ଅଧିକ ୟୁଜର୍ସ ରହିଛନ୍ତି। ଟିକଟକ୍ ଇଣ୍ଡିଆର ନିର୍ଦ୍ଦେଶକ ସଚିନ୍ ଶର୍ମା କହିଛନ୍ତି କି, କମ୍ପାନୀ ନିଜର କମ୍ୟୁନିଟି ଗାଇଡଲାଇନ୍ ର ଉଲ୍ଲଙ୍ଘନ କରୁଥିବା ଭିଡିଓକୁ କୌଣସି ପ୍ରକାରରେ ସମର୍ଥନ କିମ୍ବା ପ୍ରମୋସନ୍ କରିବ ନାହିଁ ।

Sonalisa

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

2 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

15 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

24 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

27 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago