ମୁମ୍ବାଇକୁ ମିଳିବ ଦୁଇଟି ଅନ୍ତର୍ଜାତୀୟ ବିମାନବନ୍ଦର, ବାର୍ଷିକ ୯କୋଟି ଯାତ୍ରୀଙ୍କୁ ଯୋଗାଇବ ସେବା

ନାଭି ମୁମ୍ବାଇକୁ ମିଳିବ ଅନ୍ତର୍ଜାତୀୟ ବିମାନବନ୍ଦର । ଦେଶର ପ୍ରଥମ ସହର ମୁମ୍ୱାଇ ଯେଉଁଠି ଦୁଇ ଦୁଇଟି ଅନ୍ତର୍ଜାତୀୟ ବିମାନ ବନ୍ଦର ରହିବ । ସମ୍ପୂର୍ଣ୍ଣ ସୁବୁଜ ଶକ୍ତିରେ ପରିଚାଳିତ ହେବ ନାଭି ମୁମ୍ବାଇ ଏୟାରପୋର୍ଟ । ଏହାସହ ଏହାର ଟର୍ମିନାଲର ଡିଜାଇନ ପଦ୍ମଫୁଲ ପରି କରାଯିବ । ବାର୍ଷିକ ୯କୋଟି ଯାତ୍ରୀଙ୍କୁ ଯୋଗାଇବ ସେବା ।

କେନ୍ୟୁଜ୍(ବ୍ୟୁରୋ): ନାଭି ମୁମ୍ବାଇକୁ ମିଳିବ ଅନ୍ତର୍ଜାତୀୟ ବିମାନବନ୍ଦର । ଦେଶର ପ୍ରଥମ ସହର ମୁମ୍ୱାଇ ଯେଉଁଠି ଦୁଇ ଦୁଇଟି ଅନ୍ତର୍ଜାତୀୟ ବିମାନ ବନ୍ଦର ରହିବ । ନାଭି ମୁମ୍ୱାଇ ଏୟାରପୋର୍ଟ ଓ ଛତ୍ରପତି ଶିବାଜୀ ମହାରାଜ ଏୟାରପୋର୍ଟ । ଏହି ବିମାନବନ୍ଦର ଶକ୍ତି ସଂରକ୍ଷିତ ବିମାନ ବନ୍ଦର ହେବ । ସମ୍ପୂର୍ଣ୍ଣ ସୁବୁଜ ଶକ୍ତିରେ ପରିଚାଳିତ ହେବ ନାଭି ମୁମ୍ବାଇ ଏୟାରପୋର୍ଟ । ଏହାର ଟର୍ମିନାଲର ଡିଜାଇନ ପଦ୍ମଫୁଲ ପରି କରାଯିବ । ଆଖିକୁ ଝଲସେଇ ଦେଲାପରି ଏହାର ଡିଜାଇନ ପ୍ରସ୍ତୁତ ହୋଇଛି ।

ଏୟାର ଟ୍ରାଫିକରେ ଭିଡ଼କୁ କମାଇବା ପାଇଁ ଏହାର ନିର୍ମାଣ କରାଯିବ । ମୁମ୍ୱାଇ ମହାନଗର ଅଞ୍ଚଳର କେନ୍ଦ୍ରରେ ଏହି ବିମାନବନ୍ଦର ନିର୍ମାଣ କରାଯାଉଛି । ଆଦାନୀ ଏୟାରପୋର୍ଟ ଏହାକୁ ନିର୍ମାଣ କରିବା ସହ ପରିଚାଳନା କରିବ । ୪ଟି ପର୍ଯ୍ୟାୟରେ ଏହାକୁ ନିର୍ମାଣ କରାଯିବ। ପ୍ରଥମ ପର୍ଯ୍ୟାୟ ଡିସେମ୍ବର ୨୦୨୪ ସୁଦ୍ଧା ଶେଷ କରାଯିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟକୁ ୨୦୨୮ ଓ ୨୦୩୨ ସୁଦ୍ଧା ସମସ୍ତ ପର୍ଯ୍ୟାୟର କାମକୁ ଶେଷ କରାଯିବ । ଅର୍ଥାତ ଆଗାମୀ ଦଶବର୍ଷ ଭିତରେ ଏହାକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରାଯିବ । ୧୧୬୦ ହେକ୍ଟର ଜମିରେ ଏହାର ନିର୍ମାଣ କରାଯିବ । ଏହାସହ ଏଠାରେ ପରିବେଶ ଅନୁକୁଳ ବାତାବରଣ ନିର୍ମାଣ କରାଯିବ ।

ଏହାର ଟର୍ମିନାଲର ବାର୍ଷିକ ସର୍ବାଧିକ ଯାତ୍ରୀ କ୍ଷମତା ରହିବ ୯.୫କୋଟି । ସେହିପରି ଟର୍ମିନାଲ ୧, ୩ ଓ ୪ର ୨କୋଟି ଲେଖାଏଁ ରହିଥିବା ବେଳେ ଟର୍ମିନାଲ ୨ର ରହିଛି ୩.୫ କୋଟି ବାର୍ଷିକ ଯାତ୍ରୀ କ୍ଷମତା । ମୁମ୍ବାଇ ବିମାନବନ୍ଦରରୁ ଏୟାର ଦୂରତା ରହିଛି ୩୫ କିଲୋମିଟର । ସେହିପରି ଥାନେରୁ ୪୬ କିଲୋମିଟର, ଗେଟ୍ ଓ୍ୱେ ଅଫ ଇଣ୍ଡିଆରୁ ୪୯ କିଲୋମିଟର, ମିରାରୋଡରୁ ୫୬ କିଲୋମିଟର ଦୂରତା ରହିଛି । ଏହାସହ ଏହା ଟ୍ରାନ୍ସ ହାରବୋର ଲିଙ୍କକୁ ଯୋଡ଼ିବ ।

ଏଠାରେ ବ୍ୟବହାର ହେବାକୁ ଥିବା ଭେଇକିଲ ସବୁ ବିଦ୍ୟୁତ ଚାଳିତ । ଏହାସହ ଏଠାରେ ଚାର୍ଜିଂ ଷ୍ଟେସନ ସବୁ ସ୍ଥାପନ କରାଯିବ । ସମ୍ପୂର୍ଣ୍ଣ ସୌରଶକ୍ତିରେ ଏହି ବିମାନ ବନ୍ଦର କାର୍ଯ୍ୟକାରୀ ହେବ ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକାନାଥ ସିନ୍ଧେ ଓ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିଶ ଗତକାଲି ଏହି ପ୍ରକଳ୍ପର ସମୀକ୍ଷା କରିଛନ୍ତି । ସିନ୍ଧେ କହିଥିଲେ ଏହା ମହାରାଷ୍ଟ୍ର ପ୍ରତି ଯେତିକି ଆବଶ୍ୟକତା ରହିଛି ସେତିକି ଦେଶପାଇଁ ମଧ୍ୟ ରହିଛି । ଏହା ଦେଶର ଏକ ପ୍ରମୁଖ ପଥ ହେବ ବୋଲି କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.