ପୁଣି ବଢିଲା ଚିନ୍ତା, ଭିଏତନାମରେ ଚିହ୍ନଟ ହେଲା ଭାରତ ଓ ବ୍ରିଟେନର ହାଇବ୍ରିଡ୍ ଷ୍ଟ୍ରେନ

ହନୋଇ :  ବର୍ତ୍ତମାନ ଦେଶରେ କରୋନା ମହାମାରୀ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି | କରୋନାର ଦ୍ୱିତୀୟ ଲହରକୁ ଦେଶରେ ବହୁ ମାତ୍ରାରେ ନିୟନ୍ତ୍ରଣ କରାଯାଇଥିବା ବେଳେ ଏହି ମହାମାରୀକୁ ନେଇ ଏପରି କିଛି ଖବର ଶୁଣିବାକୁ ମିଳୁଛି ଯାହା ଚିନ୍ତାର ବିଷୟ ପାଲଟୁଛି | ଗତକାଲି ଭିଏତନାମର ସ୍ୱାସ୍ଥ୍ୟମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ, ସାରା ଦେଶରେ ଏବେ ଆତଙ୍କ ଖେଳି ଯାଇଛି | କାରଣ ଭିଏତନାମରେ ଏବେ କରୋନା ମହାମାରୀର ନୂଆ ପ୍ରକାର ଭାରିଆଣ୍ଟ ଚିହ୍ନଟ ହୋଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଗୁଏନ ଲଙ୍ଗ କହିଛନ୍ତି |

corona virus

ସୂଚନା ଅନୁସାରେ, ଆଶ୍ଚଯ୍ୟର କଥା ହେଉଛି ଏହି ଭୁତାଣୁ ବାୟୁ ମାଧ୍ୟମରେ ପ୍ରବଳ ମାତ୍ରାରେ ବ୍ୟାପୁଛି | ସ୍ୱାସ୍ଥ୍ୟମନ୍ତ୍ରୀ ଏହି ଭୂତାଣୁକୁ ଦୁଇଟି ପ୍ରକାର ମିଶ୍ରଣ ବୋଲି ମତ ପ୍ରକାଶ କରିଛନ୍ତି | ଏହି ଭୂତାଣୁ ବହୁତ ଶୀଘ୍ର ବାୟୁରେ କାୟା ବିସ୍ତାର କରୁଛି ବୋଲି ସେ କହିଛନ୍ତି | ତେବେ ଏହି ପ୍ରସଙ୍ଗରେ WHO ଦ୍ୱାରା କୌଣସି ବିବୃତି ଦିଆଯାଇନାହିଁ ବୋଲି ଜଣାପଡିଛି |

ସୂଚନା ଅନୁଯାୟୀ, ପୂର୍ବରୁ ଭିଏତନାମରେ ଚାରି ପ୍ରକାର ଭାରିଆଣ୍ଟ ଚିହ୍ନଟ କରାଯାଇଥିଲା | ଯେଉଁଥିରେ ଭାରତ ,ବ୍ରିଟେନ ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ ପରି ଦେଶ ମଧ୍ୟ ସାମିଲ ଥିଲା | ଗୁଏନ ଲଙ୍ଗ ଏହା ମଧ୍ୟ କହିଛନ୍ତି ଯେ ଭିଏତନାମରେ କରୋନା ସଂକ୍ରମଣ ବୃଦ୍ଧିର କାରଣ ହେଉଛି ଏହି ଭାରିଆଣ୍ଟ | ଏହା ମଧ୍ୟ ଜଣାପଡିଛି ଯେ ମେ ମାସ ପର୍ଯ୍ୟନ୍ତ ଭିଏତନାମରେ 3,100 କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 35 ଜଣଙ୍କର ମୃତ୍ୟୁ ହୋଇଛି |

ଅନ୍ୟପଟେ ବ୍ରିଟେନ ଓ ଇଂଲଣ୍ଡର କିଛି ସ୍ଥାନରେ କରୋନା ସଂକ୍ରମଣ ମାମଲା ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି | ଏହା ପୂର୍ବରୁ ଭାରତରେ ମିଳୁଥିବା ଭାରିଆଣ୍ଟ ବି .1.617.2 କରୋନା ଭୁତାଣୁର କାରଣ ବୋଲି କୁହଯାଉଛି | ବ୍ରିଟେନରେ ପୂର୍ବ ଶୁକ୍ରବାର ଦିନ 2,829 ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ମାତ୍ର ୭ ଦିନ ପରେ 4182 ବା ପ୍ରାୟ ଦୁଇଗୁଣ ବୃଦ୍ଧି ପାଇଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.