ପୁଣି ନୂଆ ବିପଦ : ଜଣାପଡ଼ିଲା କରୋନାର ଆଉ ଏକ ମାରାତ୍ମକ ଭାରିଏଣ୍ଟ R.1 , ଜାଣନ୍ତୁ ଏହାର ପୁରା ତଥ୍ୟ

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଫେଜ୍‌ ସଂକ୍ରମଣ ପରେ ୩ୟ ଫେଜ ସଂକ୍ରମଣକୁ ନେଇ ଆଶଙ୍କା ଦେଖାଦେଇଛି । ତେବେ ଏହା ଭିତରେ କରୋନାର ଆଉ ଏକ ମାରାତ୍ମକ ଭାରିଏଣ୍ଟ R.1 କୁ ଠାବ କରାଯାଇଛି । ଯାହା ଅନ୍ୟ ଭାରିଏଣ୍ଟ ଅପେକ୍ଷା ଅଧିକ ମାରାତ୍ମକ । ଏପର୍ଯ୍ୟନ୍ତ ଏହା ଆମେରିକା ସମେତ ୩୫ ଟି ଦେଶରେ ସଂକ୍ରମିତ ହୋଇସାରିଲାଣି । ଏହି ଭାରିଏଣ୍ଟ ସଂକ୍ରମଣରେ ଦୁନିଆରେ ୧୦ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି । ସଦ୍ୟ ରିପୋର୍ଟରୁ ଜଣାପଡ଼ିଛି ଯେ ଏହି ଭାରିଏଣ୍ଟ ଭାରତରେ ମାରାତ୍ମକ ହୋଇପାରେ । କିନ୍ତୁ ଯେଉଁମାନେ ଟିକା ନେ ଇଛନ୍ତି ସେମାନଙ୍କ ଉପରେ ଏହା କମ୍‌ ପ୍ରଭାବ ପକାଇଥିବା ଦେଖାଯାଇଛି ବୋଲି ଗବେଷକମାନେ କହିଛନ୍ତି ।

ଏହି ନୂଆ ଭାରିଏଣ୍ଟ କେତେ ସଂକ୍ରାମକ

ଏହି ଭାରିଏଣ୍ଟ ଉପରେ ଅଧ୍ୟୟନ କରୁଥିବା ବୈଜ୍ଞାନିକମାନେ କୁହନ୍ତି ଯେ R.1 ସାର୍ସ ସିଓବି-୨ ଭାଇରସର ନୂଆ ଭାରିଏଣ୍ଟ । ଯେଉଁଥିରେ କିଛି ମ୍ୟୁଟେସନ୍‌ ଦେଖାଯାଇଛି । ଅର୍ଥାତ କିଛି ବି ନୂଆ ଷ୍ଟ୍ରେନ ଭଳି R.1 ମୂଳ କରୋନା ଭାଇରସ ତୁଳନାରେ ଲୋକଙ୍କୁ ଅଲଗା ପ୍ରଭାବିତ କରିପାରେ । ବୈଜ୍ଞାନିକମାନେ ଏହି ଭାରିଏଣ୍ଟର ପ୍ରକୃତିକୁ ଦେଖିବା ପରେ ଏହାକୁ ଅଧିକ ସଂକ୍ରାମକ ବୋଲି କହିଛନ୍ତି । ତେବେ ଏହା ଉପରେ ଅଧିକ ଗବେଷଣା ଜାରି ରହିଛି ।

R-1 VARIANT
p.c : amarujala.com

ଏହା କ’ଣ ଆଣ୍ଟିବଡ଼ିକୁ ପ୍ରଭାବହିନ କରିପାରେ କି ?

ପୂର୍ବରୁ ଦେଖାଯାଇଥିବା ଅଧିକାଂଶ ଭାରିଏଣ୍ଟସରେ ଏପରି ମ୍ୟୁଟେସନ ଦେଖାଯାଇଛି । ଯାହାକି ଶରୀରରେ ପ୍ରବେଶ କରିବା ପରେ ଟିକା ଦ୍ୱାର ସୃଷ୍ଟି ହୋଇଥିବା ଆଣ୍ଟିବଡିକୁ ପ୍ରଭାବହିନ କରିପାରେ । ବୈଜ୍ଞାନିକଙ୍କ ମତରେ କୌଣସି ଭାରିଏଣ୍ଟ ଟିକାର ସୁରକ୍ଷା ଠାରୁ ବଞ୍ଚି ପାରିବ କି ନାହିଁ ଏହା ଏଥିରେ ଥିବା ମ୍ୟୁଟେସନ ସେଟ ଉପରେ ନିର୍ଭର କରିଥାଏ । ତେବେ R.1 ଉପରେ କରାଯାଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ ଏହା ସହଜରେ ଟିକାରୁ ପ୍ରସ୍ତୁତ ପ୍ରତିରକ୍ଷା ବ୍ୟବସ୍ତାକୁ ବିଫଳ କରିଦେଇପାରେ । ତେବେ ଏହା ଉପରେ ଅଧିକ ଗବେଷଣା ଜରୁରୀ ବୋଲି ଗବେଷକମାନେ କହିଛନ୍ତି ।

ଏହାର ସଂକ୍ରମିତ ଲୋକଙ୍କ ଠାରେ କ’ଣ ଅଲଗା ଲକ୍ଷଣ ଦେଖାଦେବ

ଗବେଷକଙ୍କ କୁହନ୍ତି ଯେ R.1 ଭାରିଏଣ୍ଟ ଲକ୍ଷର ଜାଣିବାପାଇଁ ଅଧ୍ୟୟନ ଜରୁରୀ । ତେବେ ଏଥିର ସଂକ୍ରମିତ ବ୍ୟକ୍ତିଙ୍କ ଠାରେ କରୋନରେ ହେଉଥବା ପୂର୍ବ ଲକ୍ଷଣ ଦେଖାଦେଇପାରେ । ତେବେ ଏପରି ଭାରିଏଣ୍ଟ ଠାରୁ ସୁରକ୍ଷିତ ରହିବାକୁ ଲୋକଙ୍କୁ ତୁରନ୍ତ ଟିକା ନେବା ଜରୁରୀ ବୋଲି ଗବେଷକମାନେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.