ଚୀନ୍‌: ଉହାନ୍‌ ଲ୍ୟାବ୍‌ରେ ଅଛି ଆହୁରି ଖତରନାକ ଭାଇରସ୍‌,ଲିକ୍‌ ହେଲେ ସ୍ଥିତି ହେବ ସାଂଘାତିକ

ନୂଆଦିଲ୍ଲୀ : କରୋନା ଭାଇରସ୍‌ ପୁଣି ଥରେ ବିଶ୍ୱକୁ ଆକ୍ରାନ୍ତ କରିବା ଆରମ୍ଭ କରିଛି । ଏଥିରୁ ବିଶ୍ୱ ମୁକୁଳି ନଥିବା ବେଳେ ଆଉ ଏକ ଡ଼ରାଇବା ଭଳି ସୂଚନା ସାମ୍ନାକୁ ଆସିଛି । ଚୀନ୍‌ର ଉହାନ୍‌ ଓ ଅନ୍ୟ କୃଷିଭିତ୍ତିକ ଲ୍ୟାବ୍‌ରେ ଏପରି ଖତରନାକ ଭାଇରସ ମହଜୁଦ ରହିଛି ଯାହା ବିଶ୍ୱକୁ ବରବାଦ କରିଦେଇପାରେ । ଗବେଷକମାନେ ଏପରି ସୂଚନା ଦେଇଛନ୍ତି । ଚୀନ ଅନ୍ୟ ସହରରୁ ମିଳିଥିବା ଚାଉଳ ଓ କପା ତୁଳାର ଜେନେଟିକ ଡାଟାରୁ ମିଳିଥିବା ତଥ୍ୟ ଆଧାରରେ ଗବେଷକମାନେ ଏହି ସୂଚନା ଦେଇଛନ୍ତି ।

ଦୁନିଆ ପାଇଁ ଆସିପାରେ ଆଉ ଏକ ବଡ଼ ଅସୁବିଧା

କରୋନାକୁ ନେଇ ବିଶ୍ୱ ଅସୁବିଧା ମଧ୍ୟରେ ଗତି କରୁଥିବାବେଳେ ଚୀନ ଆଉ ଏକ ଅସୁବିଧା ଦେଇପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଏହି ଭାଇରସ୍‌ କରୋନା ଠାରୁ ବି ଅଧିକ ଖତରନାକ ହୋଇପାରେ । କାରଣ ଚୀନ୍‌ର କୃଷି ଲ୍ୟାବ୍‌ରେ ମେଡିକାଲ ରିସର୍ଚ୍ଚ ସେଣ୍ଟର କିମ୍ବା ଭାଇରୋଲୋଜି ଲ୍ୟାବ୍‌ ଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉନି । ତେଣୁ ଯଦି ଏଠାରୁ ଥରେ ଭାଇରସ୍‌ ଲିକ୍‌ ହୁଏ ତାହା ବିଶ୍ୱ ପାଇଁ ଭୟଙ୍କର ହେବ ବୋଲି ଗବେଷକମାନେ କହିଛନ୍ତି ।

ଏହି ଗବେଷଣା ArXiv ନାମକ ଏକ ସର୍ଭରରେ ପ୍ରକାଶ ପାଇଛି । ଯଦିଓ ଏହାକୁ କେହି ଏକ୍ସପର୍ଟ ମାନ୍ୟତା ଦେଇ ନାହାଁନ୍ତି । ତେବେ ଏହା ଚମକାଇ ଦେବା ଭଳି ଖବର ବୋଲି ଗବେଷକମାନେ ଦାବି କରିଛନ୍ତି । ୨୦୧୭ ରୁ ୨୦୨୦ ମଧ୍ୟରେ ଚାଉଳ ଓ କପା ତୁଳାର ଜେନେଟିକ ଆଧାରରେ ଏହି ଡାଟା ନିଆଯାଇଛି । ଯେଉଁଠି ନୂଆ ଭାଇରସ ମହଜୁଦ ସମ୍ପର୍କରେ କୁହାଯାଇଛି । ଏହି ଭାଇରସ ମର୍ସ ଓ ସାର୍ସ ସମ୍ବନ୍ଧିତ ଅଟେ । ତେବେ ଏହାକୁ ଚୀନ୍‌ ସରକାର ଅସ୍ୱୀକାର କରିଛନ୍ତି । ଠିକ୍‌ ଯେମିତି କରୋନା ଭାଇରସକୁ ନେଇ ଚୀନ୍‌ ନାହିଁ କରୁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.