ଦିଲ୍ଲୀରେ ଆରମ୍ଭ ହେଲା ମହିଳା ସମ୍ମାନ ଯୋଜନା, ଏହି ମହିଳାମାନଙ୍କୁ ପ୍ରତି ମାସରେ ମିଳିବ ୨୫୦୦ ଟଙ୍କା

ଦିଲ୍ଲୀ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦିଲ୍ଲୀର ବିଜେପି ସରକାର ମହିଳାମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ଦିଲ୍ଲୀ କ୍ୟାବିନେଟ ଶନିବାର ଅର୍ଥାତ ଆଜି ମହିଳା ସମୃଦ୍ଧି ଯୋଜନାକୁ ମଞ୍ଜୁରୀ ଦେଇଛି । ଏହି ଯୋଜନାରେ ଯୋଗ୍ୟ ମହିଳାମାନଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କାର ଆର୍ଥିକ ସହାୟତା ମିଳିବ। ଏଥିପାଇଁ ସରକାର ୫୧୦୦କୋଟି ଟଙ୍କାର ବଜେଟ୍ ରଖିଛନ୍ତି । ଜବାହରଲାଲ ନେହେରୁ ଷ୍ଟାଡିୟମରେ ଦିଲ୍ଲୀ ପ୍ରଦେଶ ମହିଳା ମୋର୍ଚ୍ଚା ଦ୍ୱାରା ଆୟୋଜିତ ମହିଳା ଦିବସ କାର୍ଯ୍ୟକ୍ରମରେ ଏହା ଘୋଷଣା କରାଯାଇଛି ।
ଏହି ଯୋଜନାର ଲାଭ ପାଇବା ପାଇଁ ମହିଳାଙ୍କ ପଞ୍ଜୀକରଣ ଆରମ୍ଭ ହେବ । ମହିଳାଙ୍କ ହିତ ପାଇଁ ଅନ୍ୟାନ୍ୟ ଘୋଷଣା ମଧ୍ୟ କରାଯାଇଥିଲା । ଜେପି ନଡ୍ଡା କହିଛନ୍ତି ଯେ ଦିଲ୍ଲୀ ସରକାରଙ୍କ କ୍ୟାବିନେଟ ବୈଠକରେ ମହିଳା ସମୃଦ୍ଧି ଯୋଜନା ପାଇଁ ପାଞ୍ଚ ହଜାର ଏକ ଶହ କୋଟି ଟଙ୍କା ମଞ୍ଜୁର କରାଯାଇଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ମହିଳା ସମୃଦ୍ଧି ଯୋଜନା ଆଣିବାକୁ ପ୍ରତିଶୃତି ଦେଇଥିଲେ ।
ଏହା ସଂକଳ୍ପ ପତ୍ରରେ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଥିଲା । ରେଖା ଗୁପ୍ତାଙ୍କ ସରକାରଙ୍କ କ୍ୟାବିନେଟ୍ ଏଥିପାଇଁ ପାଞ୍ଚ ହଜାର ଏକ ଶହ କୋଟି ଟଙ୍କା ବ୍ୟୟବରାଦ କରିଥିଲା । ମହିଳା ସଶକ୍ତିକରଣର କାମ ଆରମ୍ଭ ହୋଇଛି । ଦିଲ୍ଲୀରେ ଏହି ଯୋଜନାର ଲାଭ ୧୭-୧୮ ଲକ୍ଷ ମହିଳାଙ୍କୁ ମିଳିବ । ଗୋଟିଏ ପରିବାରର ଜଣେ ମହିଳା ଏଥିପାଇଁ ଯୋଗ୍ୟ ବିବେଚିତ ହେବେ । ଆସନ୍ତା ଏପ୍ରିଲରୁ ଲାଭାର୍ଥୀଙ୍କୁ ଟଙ୍କା ମିଳିବା ନେଇ ଅନୁମାନ କରାଯାଉଛି ।
ଦିଲ୍ଲୀର ଗରିବ ଭଉଣୀଙ୍କୁ ଯେପରି ଯୋଜନା ଲାଭ ମିଳିପାରିବ ଏଥିପାଇଁ ଏକ କମିଟି ଗଠନ କରାଯାଇଛି । ଏହି କମିଟିରେ ରେଖା ଗୁପ୍ତା ଅଧ୍ୟକ୍ଷ ଅଛି । ଏଥିରେ କପିଲ ମିଶ୍ରା, ଆଶିଷ ସୁଦ ଓ ପରବେଶ ବର୍ମା ମଧ୍ୟ ଅଛନ୍ତି । ଖୁବ ଶୀଘ୍ର ଏକ ପୋର୍ଟାଲ୍ ଲଞ୍ଚ୍ କରାଯିବ । ଯୋଜନା ସହ ଜଡିତ ନିୟମାବଳୀ ମଧ୍ୟ ଜାରି କରାଯିବ । ସରକାର ମହିଳାଙ୍କ ସୁରକ୍ଷା ଓ ସମୃଦ୍ଧି କରିବେ ।
Also read: ରେଖା ଗୁପ୍ତା ସରକାର ନେଲେ ୫ ବଡ଼ ନିଷ୍ପତ୍ତି, ପ୍ରଶାସନରେ ଅଦଳବଦଳ, ମାଗଣା ଯାତ୍ରାକୁ ସବୁଜ ସଙ୍କେତ