ଦେଶ ବିଦେଶ

ଦିଲ୍ଲୀରେ ଗତ ୬ ବର୍ଷର ରେକର୍ଡ ଭାଙ୍ଗିଲା ଡେଙ୍ଗୁ, ଏପର୍ଯ୍ୟନ୍ତ ମିଳିସାରିଛି ୫୦ ରୁ ଅଧିକ ମାମଲା

ସାଉଥ୍ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମୋଟ ୫୨ ଟି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ସପ୍ତାହରେ ପୁଣି ୪ ଟି ଡେଙ୍ଗୁ ମାମଲା ଆସିଥିବା ଜଣାପଡିଛି। ରାଜଧାନୀ ଦିଲ୍ଲୀରେ ଡେଙ୍ଗୁ ଗତ ୬ ବର୍ଷର ରେକର୍ଡ ଭାଙ୍ଗିଛି, ଏପର୍ଯ୍ୟନ୍ତ ୯ ରୁ ଅଧିକ ମାମଲା ରିପୋର୍ଟ କରାଯାଇଛି। ଖାଲି ସେତିକି ନୁହେଁ ଚିକେନଗୁନିଆ ଏବଂ ମ୍ୟାଲେରିଆ ମାମଲା ମଧ୍ୟ ଚଳିତ ବର୍ଷ ରାଜଧାନୀରେ ରେକର୍ଡ ଭାଙ୍ଗିଛି। ଚଳିତ ବର୍ଷ ଫେବୃଆରୀରେ ମ୍ୟାଲେରିଆର ୨ ଟି ମାମଲା ରେକର୍ଡ ହୋଇଥିବାବେଳେ ମାର୍ଚ୍ଚରେ ଏପର୍ଯ୍ୟନ୍ତ ୨ ଟି ମାମଲା ଆସିଛି ଏବଂ ମୋଟ ୪ ଟି ମ୍ୟାଲେରିଆ ମାମଲା ରେକର୍ଡ କରାଯାଇଛି। ତେବେ ଏହି ସପ୍ତାହରେ ରାଜଧାନୀରେ କୌଣସି ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇନାହାନ୍ତି।

ଏହା ବ୍ୟତୀତ ଚିକେନଗୁନିଆର ୮ ଟି ମାମଲା ମଧ୍ୟ ଚଳିତ ବର୍ଷ ରେକର୍ଡ କରାଯାଇଛି। ଯେଉଁଥିରେ ଫେବୃଆରୀରେ ଚାରିଟି ମାମଲା ଏବଂ ମାର୍ଚ୍ଚରେ ଚାରିଟି ମାମଲା ରିପୋର୍ଟ ହୋଇଛି। ଗତ ବର୍ଷ ପାଞ୍ଚ ବର୍ଷର ରେକର୍ଡ ଭାଙ୍ଗି ଯାଇଥିଲା ଡେଙ୍ଗୁ। ଗତ ବର୍ଷ ମୋଟ ୯୬୧୩ ଡେଙ୍ଗୁ ରୋଗ ରେକର୍ଡ କରାଯାଇଥିଲା ଏବଂ ଏହି ଡେଙ୍ଗୁ ରୋଗ ସେହି ବର୍ଷରେ ଗତ ୫ ବର୍ଷର ରେକର୍ଡ ଭାଙ୍ଗିଥିଲା। ଗତ ୨୦୧୭ ମସିହା ପରେ ଡେଙ୍ଗୁର ଅଧିକ ମାମଲା ଦେଖିବାକୁ ମିଳିଥିଲା । ଏହା ସହିତ ଗତ ବର୍ଷ ୨୩ ଜଣ ଡେଙ୍ଗୁ ଯୋଗୁଁ ମୃତ୍ୟୁବରଣ କରିଥିଲେ।

ଚଳିତ ବର୍ଷ ଆରମ୍ଭରୁ ହିଁ ରାଜଧାନୀରେ ଡେଙ୍ଗୁ ରୋଗ ବଢ଼ିବାରେ ଲାଗିଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ୫୨ ଟି ମାମଲା ଦେଖାଯାଇଛି। ମାର୍ଚ୍ଚ ମାସରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଏ, ଯାହାକି ଦିଲ୍ଲୀରେ ହୋଇସାରିଛି। ପୁଣି ଏହା ପରେ ବିଁଲ ନୂଆ ଦିଲ୍ଲୀରେ ଡେଙ୍ଗୁ ରୋଗ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଦିଲ୍ଲୀରେ ଏପରି ଘଟଣାରୁ ସ୍ପଷ୍ଟ ଯେ ମଶା ଜନିତ ରୋଗକୁ ରୋକିବାରେ ପ୍ରଶାସନ ଏବଂ ସିଭିକ ବଡି ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।

KNews Bureau

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

6 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

6 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

23 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

24 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

28 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

51 mins ago