ମହିଳା ଦେଲେ ଏପରି ଚ୍ୟାଲେଞ୍ଜ ଯାହାକୁ କରିବା ପୂର୍ବରୁ ହିଁ ଲୋକେ ମାନିଗଲେ ହାର, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରାୟତଃ ନୂଆ ନୂଆ ଚ୍ୟାଲେଞ୍ଜ ଦେଖିବାକୁ ମିଳିଥାଏ । କେବେ କିକି ଚ୍ୟାଲେଞ୍ଜ ତ କେବେ ଭ୍ୟାକ୍ୟୁମ ଚ୍ୟାଲେଞ୍ଜ । ଠିକ ସେହିଭଳି ଏକ ଚ୍ୟାଲେଞ୍ଜ ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏହି ଚ୍ୟାଲେଞ୍ଜ ଦେଇଛନ୍ତି ଆମେରିକାର ଜଣେ ମହିଳା ଜିମନାଷ୍ଟ । ଏହା ଏପରି ଏକ ଚ୍ୟାଲେଞ୍ଜ ଯାହାକୁ କରିବା ପୂର୍ବରୁ ହିଁ ଲୋକମାନେ ହାର ମାନିଯାଇଛନ୍ତି । ତେବେ ମହିଳା ଜଣକ ନିଜ ଚ୍ୟାଲେଞ୍ଜର ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

 

View this post on Instagram

 

new flex challenge??? Tag a friend that you think can do this💁🏻‍♀️ • • Follow on Tik Tok @jax_kranitz for more videos!!

A post shared by jax (@jax.kranitz) on


ମହିଳା ଜଣକ ଏହି ଚ୍ୟାଲେଞ୍ଜର ନା ରଖିଛନ୍ତି ନ୍ୟୁ ଫ୍ଲେକ୍ସ ଚ୍ୟାଲେଞ୍ଜ । ଦେଖିବାପାଇଁ ତ ଏହା ବହୁତ ସହଜ ଲାଗିଥାଏ କିନ୍ତୁ ପ୍ରକୃତରେ ଏହା ବହୁତ ମୁସ୍କିଲ ଅଟେ । ଚ୍ୟାଲେଞ୍ଜ ଦେଇଥିବା ମହିଳାଙ୍କ ନାମ ହେଉଛି ଜ୍ୟାକସ କ୍ରାଣ୍ଟିଜ । ଏହି ଭିଡିଓ ସେୟାର କରିବା ସହିତ ସେ ଲେଖିଛନ୍ତି “ନିଜର ସେହି ଫ୍ରେଣ୍ଡକୁ ଟ୍ୟାଗ କରନ୍ତୁ ଯିଏ ଏପରି କରିପାରିବ” ତେବେ ମାତ୍ର ୩ ଦିନ ମଧ୍ୟରେ ଏହି ଭିଡିଓକୁ ୪ ଲକ୍ଷରୁ ବି ଅଧିକ ଲୋକ ଦେଖିସାରିଛନ୍ତି ।

न्यू फ्लेक्स चैलेंज

ଏହି ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଜ୍ୟାକସ ପ୍ରଥମେ ମାଟିରେ ପେଟେଇ ଶୋଇଯାଉଛନ୍ତି ଆଉ ତାପରେ ନିଜର ଦୁଇହାତକୁ ଅଣ୍ଟା ପଛରେ ରଖୁଛନ୍ତି । ଆଉ ତାପରେ ନିଜର ଦୁଇଗୋଡ଼କୁ ସମ୍ପୂର୍ଣ ଭାବେ ବୁଲାଇ ଆଗପଟକୁ ଆଣି ସିଧା ଠିଆ ହୋଇଯାଉଛନ୍ତି । ପ୍ରକୃତରେ ଏହି ଚ୍ୟାଲେଞ୍ଜ ବହୁତ କଠିନ । ଏହି ଭିଡିଓରେ ଜଣେ ୟୁଜର ଲେଖିଛନ୍ତି ‘ଯଦି ଏପରି କରିବା ପାଇଁ ମୁଁ ଚେଷ୍ଟା କରିବି ତାହେଲେ ସିଧାସଳଖ ମୁଁ ହସ୍ପିଟାଲରେ ପହଂଚିଯିବି’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.