ମୋଦିଙ୍କ ନୂଆ ନୀତି, ମାତ୍ର ୨୦ଟଙ୍କାରେ ମିଳିବ ନୂଆ ଗ୍ଯାସ କନେକସନ୍ ଏବଂ ୨ଟଙ୍କାରେ ରିଫିଲିଂ , ଜାଣନ୍ତୁ କିପରି ଉଠାଇବେ ଫାଇଦା

ନୂଆଦିଲ୍ଲୀ : ମୋଦି ସରକାର ଭାରତର ଗ୍ରାମାଞ୍ଚଳବାସୀଙ୍କୁ ଭେଟି ଦେଇଛନ୍ତି ଦିପାବଳୀ ଉପହାର। ରୋଷେଇ ଗ୍ଯାସ ଏବଂ ଏହାର ବିତରଣକୁ ନେଇ ଏହାର ବ୍ଯବସ୍ଥାକୁ ଆହୁରି ସହଜ ଏବଂ ସରଳ କରାଯାଇଛି। ସରକାରୀ ତୈଳ କମ୍ପାନି ଏକ ବଡ଼ ପଦକ୍ଷେପ ଉଠାଇ କମନ ସର୍ଭିସ ସେଂଟର (ସିଏସଏସ)କୁ ସିଲିଣ୍ଡର ବୁକିଂ ଏବଂ ତାହାର ବିତରଣର ଦାୟିତ୍ବ ଦେଇଛି। ଏହି କେନ୍ଦ୍ର ଗୁଡ଼ିକରେ ଭାରତ ପେଟ୍ରୋଲିୟମ, ଇଣ୍ଡିଆନ ଅୟଲ ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ୍ ଆଦିର ଗ୍ଯାସ ବୁକିଂ କରାଯାଇପାରିବ। ଏହିସବୁ କଂପାନୀଗୁଡିକ ଗ୍ୟାସର ନୂଆ କନେକ୍ସନର ବୁକିଂ, ରିଫିଲିଂ, ଏବଂ ବିତରଣ ପାଇଁ ସେବା ପାଇଁ କେନ୍ଦ୍ର ସହିତ ବୁଝାମଣା କରିଛନ୍ତି ।
ଅର୍ଥାତ୍ ଯଦି ଏବେ ଆପଣଙ୍କୁ ନୂଆ ଗ୍ଯାସ କନେକସନ୍ ଦରକାର ତେବେ ଆଉ ଏଜେନ୍ସିର ଚକ୍କର ଲଗାଇବାକୁ ପଡ଼ିବ ନାହିଁ। ନିଜ ପାଖର କମନ ସର୍ଭିସ ସେଣ୍ଟରକୁ ଯାଇ ଆପଣ କରିପାରିବେ ବୁକିଂ। ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଗ୍ରାମାଞ୍ଚଳ ଗୁଡ଼ିକରେ ସିଏସସି ସଂଞ୍ଚାଳନ କରୁଥିବା ବ୍ଯକ୍ତି ନୂଆ କନେକସନର ବୁକିଂ ମାତ୍ର ୨୦ ଟଙ୍କାରେ, ରିଫିଲିଂ ୨ଟଙ୍କାରେ ଏବଂ ଏହାର ବିତରଣ ମାତ୍ର ୧୦ ଟଙ୍କାରେ ପାଇପାରିବେ। ଗ୍ରାହକଙ୍କୁ ମାତ୍ର ୧୯.୫ ଟଙ୍କାରେ ତାଙ୍କ ଘର ଦୁଆରରେ ମିଳିବ ସିଲିଣ୍ଡର। ଏହି ଘୋଷଣା ସହ ପ୍ରାୟ ଏକ ଲକ୍ଷ ଛୋଟ ଗ୍ଯାସ ବିତରଣ କେନ୍ଦ୍ର ଚିହ୍ନଟ କରାଯାଇଛି। ତେବେ ଏହାର ସଂପୂର୍ଣ୍ଣ ନେଣଦେଣ ଅନଲାଇନ୍ କରାଯିବ।