କାର ଏବଂ ବାଇକ୍‌ ଚାଳକଙ୍କ ପାଇଁ ବଡ ଖବର, ଏବେ ଗାଡି କାଚରେ ଏହି ୨ଟି ଷ୍ଟିକର ଲଗାଇବା ବାଧ୍ୟତାମୂଳକ

କାର କିମ୍ବା ବାଇକ୍‌ ଚଲାଉଥିଲେ ଆପଣଙ୍କ ପାଇଁ ଏହି ଖବର ଜାଣିବା ନିଶ୍ଚିତ ଜରୁରୀ। ଯଦି ଆପଣ କାର୍‌ କିମ୍ବା ଅନ୍ୟ କୌଣସି ବାହାନ ଚଳାଉଛନ୍ତି ତେବେ ଏହାର ଓ୍ଵିଣ୍ଡୋସ୍କ୍ରିନରେ ଫିଟନେସ ଷ୍ଟିକର ଏବଂ ମୋଟର ବାହାନ ପଞ୍ଜିକରଣ ଷ୍ଟିକର ଲଗାଇବା ବାଧ୍ୟତାମୂଳକ । ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ନୋଟିଫିକେସନ ଜାରି କରାଯାଇଛି। ଯାହାକୁ ଆପଣ ମାନିବାକୁ ବାଧ୍ୟ। ଆଉ ଯଦି ଆପଣ ଏହି ନିୟମକୁ ଉଲ୍ଲଙ୍ଘନ କରନ୍ତି, ତେବେ ଆପଣଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେଣୁ ଆପଣ ନିଜ ଗାଡିର କାଚରେ ତୁରନ୍ତ ଏହିଦୁଇଟି ସାର୍ଟିଫିକେଟର ଷ୍ଟିକର ନିଶ୍ଚିତ ଲଗାଇଦିଅନ୍ତୁ।

କେନ୍ଦ୍ର ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନୋଟିଫିକେସନ ଅନୁସାରେ, ଗାଡିର ଓ୍ଵିଣ୍ଡୋସ୍କ୍ରିନରେ ଦିନ, ମାସ ଏବଂ ବର୍ଷ ସହିତ ଫିଟନେସ ପ୍ରମାଣପତ୍ରର ବୈଧ ସୂଚନା ଦେବାକୁ ହେବ। ଏହାଛଡା ମୋଟର ବାହାନ ପଞ୍ଜିକରଣ ଷ୍ଟିକର ମଧ୍ୟ ନିର୍ଦ୍ଧାରିତ ଉପାୟରେ ଗାଡିରେ ଲଗାଯିବା ଉଚିତ।

ନୋଟିଫିକେସନ ଅନୁଯାୟୀ: ଭାରିଯାନ, ପାସେଞ୍ଜର ଗାଡି, ହାଲୁକା ଯାନରେ ଓ୍ଵିଣ୍ଡୋସ୍କ୍ରିନରେ ବାମପଟେ ଉପରକୁ ନୀଳ ରଙ୍ଗ ବ୍ୟାକଗ୍ରାଉଣ୍ଡରେ ହଳଦିଆ ରଙ୍ଗରେ ଏରିଅଲ ବୋଲ୍ଡରେ ଏହା ଲେଖାଯିବ। ସେହିପରି ଅଟୋ ରିକ୍ସା, ଇ ରିକ୍ସା, ଇକାର୍ଟ ଏବଂ କ୍ୱାଡ୍ରିକ ସାଇକେଲରେ ଯଦି ଓ୍ଵିଣ୍ଡୋ ସ୍କ୍ରିନ ଫିଟ ରହିଥାଏ, ତେବେ ସେଥିରେ ବାମ ପଟେ ଉପରକୁ ଏହା ଲଗାଯିବ।

ଏହାଛଡା ମୋଟର ସାଇକେଲ ମାମଲାରେ ଯେଉଁପଟକୁ ସିଧା ଦେଖାଯିବା ଭାଗରେ ଏହି ଷ୍ଟିକରକୁ ପ୍ରଦର୍ଶିତ କରାଯିବ। ସଡ଼କ ଓ ପରିବହନ ମନ୍ତ୍ରଣା ଦ୍ୱାରା ଏହି ସୂଚନାକୁ ସାର୍ବଜନୀନ କରିଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.