ମେରଠ ହତ୍ୟାକାଣ୍ଡର ନୂଆ ଖୁଲାସା : ମୃତ ମା ହୋଇ ସାହିଲଙ୍କ ସହ କଥା ହେଉଥିଲେ ପ୍ରେମିକା ମୁସ୍କାନ

ମେରଠରେ ସୌରୋଭ ରାଜପୁତ ହତ୍ୟାକାଣ୍ଡରେ ଗିରଫ ହୋଇଥିବା ମୁସ୍କାନ୍ ରେସ୍ତୋଗୀ ଓ ସାହିଲ୍ ଶୁକ୍ଳାଙ୍କ ବିଷୟରେ ନୂଆ ତଥ୍ୟ ଆସିଛି । ପୋଲିସ କହିଛନ୍ତି ମୁସ୍କାନ ନିଜ ପ୍ରେମିକ ସାହିଲଙ୍କ ସହ ମିଶି ବହୁତ ସମୟ ଧରି ନିଜ ସ୍ବାମୀଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ । କିନ୍ତୁ ସେମାନଙ୍କ ଯୋଜନା ଦୁଇଥର ଫେଲ୍ ମାରିଥିଲା । କିନ୍ତୁ ମାର୍ଚ୍ଚ ୪ରେ ସେମାନେ ନିଜ ଯୋଜନାରେ ସଫଳ ହୋଇଥିଲେ ।
ସେହି ଦିନ ରାତିରେ ମୁସ୍କାନ ଓ ସାହିଲ ସୌରଭଙ୍କୁ ହତ୍ୟା କରିବା ସହ ମୃତଦେହକୁ ଖଣ୍ଡ ଖଣ୍ଡ କରି ଏକ ଡ୍ରମରେ ସିମେଣ୍ଟ ଭରି ଦେଇଥିଲେ । ଏହାପରେ ସେମାନେ ନିଶ୍ଚିନ୍ତରେ ଯେପରି କିଛି ହୋଇନାହିଁ ସେହିପରି ପରସ୍ପର ସାଙ୍ଗ ହୋଇ ହିମାଚଳ ବୁଲିବା ପାଇଁ ବାହାରି ପଡିଥିଲେ । ତେବେ ଶୁଣିବାକୁ ମିଲୁଛି ସାହିଲ ଶୁକ୍ଳା ମନ୍ତ୍ରତନ୍ତ୍ର ସହିତ ଗୁଣି ଗାରେଡିକୁ ବହୁତ ବିଶ୍ବାସ କରୁଥିଲେ ।
ଏହି କଥାକୁ ବିବାହ କରିଥିବା ପ୍ରେମିକା ମୁସ୍କାନ ଆଗରୁ ଜାଣିଥିଲେ । ସାହିଲଙ୍କ ମା ବର୍ଷ ପୂର୍ବରୁ ମରି ଯାଇଥିଲେ । କିନ୍ତୁ ସାହିଲଙ୍କ ବିଶ୍ବାସ ଥିଲା ମରି ଯାଇଥିବା ମାଙ୍କ ସହ କଥା ହୋଇପାରିବେ । ଏହା ଭିତରେ ଜଣା ପଡିଲା କି ମୁସ୍କାନ ସ୍ନାପଚାଟରେ ୩ଟି ଫେକ୍ ଆଇଡି କରି ରଖିଥିଲେ । ଯାହା ଭିତରୁ ଗୋଟିଏ ଆଇଡି ସାହିଲଙ୍କ ମାଙ୍କ ନାମରେ ରହିଥିଲା । ମୁସ୍କାନ ଏହି ତିନି ଆକାଉଣ୍ଟରୁ ଚାଟ୍ କରୁଥିଲା ।
ଏହି ଘଟଣାରେ ସବୁଠାରୁ ଭୟଙ୍କର ରହିଥିଲା ସାହିଲଙ୍କ ଘର । ଯାହାଙ୍କର କାନ୍ଥ ଗୁଡିକ ଅନ୍ୟ ଘରର କାନ୍ଥ ମାନଙ୍କ ଠାରୁ ସମ୍ପୁର୍ଣ ଅଲଗା ରହିଥିଲା । ତେବେ ତାଙ୍କ ଘରେ ରହିଥିବା କାନ୍ଥରେ ରହିଥିଲା ଭଗବାନ ଭୋଲେନାଥଙ୍କ ଫଟୋ ସହ ଲାଲ ଓ କଳା ରଙ୍ଗରେ ଶୋଭା ପାଇଥିବା କିଛି ରହସ୍ୟ ତାନ୍ତ୍ରିକ ଚିହ୍ନ । ଏହାସହ ଇଂରାଜୀରେ ଲେଖା ହୋଇଥିବା ଅଜବ ଵାକ୍ୟ ।
ଏମିତି ଅନୁଭବ ହେଉଥିଲା ଯେମିତି ଏହା କୌଣସି ସାଧାରଣ ଲୋକଙ୍କ ଘର ନୁହେଁ ବରଂ କିଛି ବିପଦପୁର୍ଣ୍ଣ ସାଧନା କରୁଥିବା ତାନ୍ତ୍ରିକର ସହ ମାନସିକ ବିକାରଗସ୍ତ ହୋଇଥିବା ହତ୍ୟାକାରୀର ଘର । ଏହି ମାମଲାରେ ମେରୋଠରେ ଥିବା ଏସପି ସିଟି ଆୟୁଷ ବିକ୍ରମ ସିଂହ ଗଣମାଧ୍ୟମରେ କହିଛନ୍ତି ମୁସ୍କାନ ଏବଂ ସାହିଲ୍ ଦିହେଁ ମିଶି ମାର୍କେଟ ରୁ କୁକୁଡା କାଟିବା ପାଇଁ ଏକ ଛୁରି କିଣିଥିଲେ । ଯାହାର ମୂଲ୍ୟ ୮୦୦ ଟଙ୍କା ଥିଲା । ପ୍ଲାଷ୍ଟିକର ଏକ ଡ୍ରମ ସହିତ ସିମେଣ୍ଟର ମଧ୍ୟ ଯୋଗାଡ କରିଥିଲେ ।
ପ୍ରଥମ ଥର ପାଇଁ ସୈାରଭଙ୍କୁ ମଦରେ ନିଶା ବଟିକା ମିଶାଇ ପିଇବାକୁ ଦେଇଥିଲେ । କିନ୍ତୁ ସୈାରଭ ମନା କରି ଦେଇଥିଲେ । ମାର୍ଚ୍ଚ ୪ ତାରିଖରେ ତରକାରୀରେ ନିଶା ବଟିକା ମିଶାଇ ସୈାରଭଙ୍କୁ ଦିଆ ଯାଇଥିଲା । ଏହାପରେ ସେ ବେହୋସ୍ ହୋଇ ପଡିଥିଲେ ।
ପ୍ରଥମେ ମୁସ୍କାନ ନିଜ ସ୍ବାମୀଙ୍କୁ ଛୁରୀରେ ଆକ୍ରମଣ କରି ସୌରଭଙ୍କ ଶରୀରକୁ ଖଣ୍ଡଖଣ୍ଡ କରିଥିଲେ । ଏହାପରେ ମୃତ ଶରୀରକୁ ଏକ ଡ୍ରମରେ ଭର୍ତି କରି ସିମେଣ୍ଟ ଭର୍ତ୍ତି କରିଦେଇଥିଲେ । ତେବେ ସାହିଲ ଶୁକ୍ଳା ଅଧିକ ପରିମାଣରେ ଅନ୍ଧବିଶ୍ବାସକୁ ବିଶ୍ବାସ କରୁଥିଲେ ।
ତାଙ୍କ ସହ ଚାର୍ଟ କରୁଥିବା ମହିଳା ପ୍ରକୁତରେ ତାଙ୍କ ମା ନଥିଲେ । ସେ ଥିଲେ ତାଙ୍କ ବିବାହିତ ପ୍ରେମିକା ମୁସ୍କାନ । ତାଙ୍କ ମାଙ୍କ ନାମରେ ଏକ ସ୍ନାପଚାଟ ଖୋଲିଥିଲେ । ଏବଂ ନିଜେ ସେହି ଆକାଉଣ୍ଟରୁ ସାହିଲଙ୍କ ସହ କଥା ହେଉଥିଲେ କିନ୍ତୁ ସାହିଲ ଭାବିଥିଲେ ସେ ନିଜ ମାଙ୍କ ସହ କଥା ହେଉଛନ୍ତି । ତେବେ ମୁସ୍କାନ ନିଜେ ମା ହୋଇ ସାହିଲଙ୍କୁ ମେସେଜ୍ କରି ଲେଖିଥିଲେ ମୁସ୍କାନ ଭଲ ଝିଅ । ତୁ ତା ସହ ଖୁସିରେ ରହିବୁ । ଏହି କାରଣରୁ ସାହିଲ ମୁସ୍କାନଙ୍କୁ ଆହୁରୀ ଅଧିକ ଭଲ ପାଇଲା । ଆଉ ପ୍ରେମରେ ଅନ୍ଧ ହୋଇ କହୁଥିଲା ସୈରଭଙ୍କୁ ସେ ହତ୍ୟା କରିବ ।
Also read: ପ୍ରେମର ଅଜବ ଖେଳ! ସ୍ୱାମୀ ଓ ପ୍ରଥମ ପ୍ରେମିକ ସହ ମିଶି ଦ୍ୱିତୀୟ ପ୍ରେମିକକୁ ଯୋଜନାବଦ୍ଧ ହତ୍ୟା କଲେ ମହିଳା, ଗିରଫ…