ଦେଶ ବିଦେଶ

ଜାପାନ: ନୂଆ ରକେଟର ପ୍ରଥମ ମିଶନ ବିଫଳ, ମହାକାଶରେ ହିଁ ବିସ୍ଫୋରଣ କରି ଉଡ଼ାଇ ଦେଲେ ବୈଜ୍ଞାନିକ

ଜାପାନର ସ୍ପେସ୍ ଏଜେନ୍ସି ‘ଜାକସା (JAXA)’ ଅର୍ଥାତ ଜାପାନ ଏରୋସ୍ପେସ୍ ଏକ୍ସପ୍ଲୋରେସନ୍ ଏଜେନ୍ସିକୁ ମଙ୍ଗଳବାର ବହୁତ କ୍ଷତି ସହିବାକୁ ପଡ଼ିଛି। ଏହାର ନୂଆ ରକେଟ୍ H3 ନିଜର ପ୍ରଥମ ଉଡ଼ାଣରେ ଫେଲ ହୋଇଯାଇଛି। ଏହା ଏକ ମଧ୍ୟମ ଲିଫ୍ଟ ରକେଟ୍ ଥିଲା, ଯାହାର ଉତକ୍ଷେପଣ ସଠିକ୍ ହୋଇଥିଲା ବେଳେ ଦ୍ୱିତୀୟ ପର୍ଯ୍ୟାୟର ଇଞ୍ଜିନ ଷ୍ଟାର୍ଟ ନ ହେବା କାରଣରୁ ରକେଟ୍ ଦିଗ ବଦଳାଇବାକୁ ଲାଗିଥିଲା। ଏଭଳି ପରିସ୍ଥିତିରେ ରକେଟକୁ ମହାକାଶରେ ହିଁ ବିସ୍ଫୋରଣ କରି ଉଡ଼ାଇ ଦିଆଯାଇଥିଲା।

ଜାପାନର ସ୍ପେସ୍ ଏଜେନ୍ସି ଏହି ରକେଟ୍ ଏଥିପାଇଁ ତିଆରି କରିଥିଲା, ଯେପରି ଏହା ଏଲନ୍ ମସ୍କଙ୍କ ସ୍ପେସ୍ ଏକ୍ସ କମ୍ପାନୀଠାରୁ ଶସ୍ତା ମୂଲ୍ୟରେ ଉପଗ୍ରହ ଉତକ୍ଷେପଣ କରିପାରିବ। ୧୮୭ ଫୁଟ ଉଚ୍ଚର ଏହି ରକେଟ୍ ମଙ୍ଗଳବାର ତାନେଗାସିମା ସ୍ପେସ୍ ବନ୍ଦରରୁ ଉଡିଥିଲା। ଏହି ସ୍ପେସ୍ ବନ୍ଦର ଦକ୍ଷିଣ-ପଶ୍ଚିମ ଜାପାନର କାଗୋସିମା ପରଫେକ୍ଟରରେ ରହିଛି।

ମହାକାଶରେ ପହଞ୍ଚିବା ପରେ ଦ୍ୱିତୀୟ ପର୍ଯ୍ୟାୟର ଇଞ୍ଜିନ ଅନ ନ ହେବା କାରଣରୁ ମିଶନ ବିଫଳ ହୋଇଥିଲା। ଏହାପରେ JAXAର ବୈଜ୍ଞାନିକମାନେ ଏହାକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲେ, ଯେପରି ଏହା ତଳକୁ ଆସି କାହାକୁ କ୍ଷତି କରିବ ନାହିଁ। ବୈଜ୍ଞାନିକମାନେ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ଇଞ୍ଜିନରେ ତ୍ରୁଟି ଖୋଜୁଛନ୍ତି। ଗତ ମାସରେ ମଧ୍ୟ ଏହି ରକେଟ୍ ଉତକ୍ଷେପଣ କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ କିଛି ସମସ୍ୟା ହେତୁ ଏହାକୁ ସ୍ଥଗିତ ରଖାଯାଇଥିଲା।

Roshni

Recent Posts

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

30 mins ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

30 mins ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

37 mins ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

43 mins ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

1 hour ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

1 hour ago