ବୁଲେଟ୍‌ କିଣି ଖୁସିରେ ସଜାଇଲେ, ପୂଜା କରାଇବା ପାଇଁ ଯାଇଥିଲେ ମନ୍ଦିର…ହେଲେ ହଠାତ୍‌ ଢୋ କରି ଫାଟିଲା ନୂଆ Royal Enfield!

ଇଲେକ୍ଟ୍ରିକ୍‌ ସ୍କୁଟରରେ ନିଅାଁ ଲାଗିବା ଘଟଣା ଅନେକ ଥର ସାମ୍ନାକୁ ଆସିଛି। କିନ୍ତୁ ଆଜି ଆମେ ଯେଉଁ ଘଟଣା ବିଷୟରେ କହିବୁ, ତାହା ଆପଣଙ୍କୁ ଡରାଇ ଦେବ। ରାସ୍ତାରେ ଇ-ସ୍କୁଟର ଯେତିକି ଦେଖାଯାଏ ନାହିଁ, ସେତିକି ବଡ଼ ସଂଖ୍ୟାରେ ଦେଖିବାକୁ ମିଳିଥାଏ ରୟାଲ ଏନ୍‌ଫିଲ୍ଡ। ହେଲେ ଶୁଣି ଆଶ୍ଚର୍ଯ୍ୟ ହେବେ, ଏଥର କୌଣସି ଶସ୍ତା ଗାଡ଼ି ନୁହେଁ, ବରଂ ଏହି ଦାମୀ ବୁଲେଟରେ ଲାଗିଛି ନିଅାଁ। ଘଟଣା ଘଟିଛି କର୍ଣ୍ଣାଟକର ମୈସୁର ଅଞ୍ଚଳରେ।

ଖବର ମୁତାବକ, ଏଠାରେ ଜଣେ ବ୍ୟକ୍ତି ନିଜର ନୂଆ ବୁଲେଟ୍‌ ନେଇ ପୂଜା କରାଇବାକୁ ମନ୍ଦିର ଯାଇଥିଲେ। ବୁଲେଟ୍‌କୁ ସେ ମନ୍ଦିର ବାହାରେ ରଖିଥିଲେ। ଆଉ ଏହାର ମାତ୍ର କେଇ ସେକେଣ୍ଡ ପରେ ବୁଲେଟ୍‌ରେ ନିଅାଁ ଲାଗି ଯାଇଥିଲା। କେବଳ ନିଅାଁ ଲାଗି ନ ଥିଲା, ବରଂ ଏହା ବମ୍‌ ପରି ରାସ୍ତାରେ ଢୋ କରି ଫାଟିଥିଲା।

ମୈସୁର ଅଞ୍ଚଳର ରବିଚନ୍ଦ୍ର ନାମକ ବ୍ୟକ୍ତି ନିଜର ନୂଆ ବୁଲେଟ୍‌କୁ ପୂଜା କରାଇବା ପାଇଁ ଅନନ୍ତପୁରର ପ୍ରସିଦ୍ଧ କାସାପୁରମ୍‌ ଆଞ୍ଜନେୟ ସ୍ୱାମୀ ମନ୍ଦିର ଯାଇଥିଲେ। ସେଠାରେ ସେ ରାସ୍ତା ପାର୍ଶ୍ୱରେ ଗାଡ଼ି ରଖି ପୂଜା ପାଇଁ ପ୍ରସ୍ତୁତି କରୁଥିବା ବେଳେ ଏହି ଘଟଣା ଘଟିଥିଲା।

ଯେତେବେଳେ ବୁଲେଟ୍‌ଟି ଫାଟିଥିଲା, ତ ନିଅାଁ ହୁଳା ବେଲୁନ ପରି ବହୁ ଉପରକୁ ଉଠି ଯାଇଥିଲା। ଏଥିରୁ ପାର୍କିଂରେ ଥିବା ଅନ୍ୟ ବାଇକ୍‌ଗୁଡ଼ିକରେ ମଧ୍ୟ ନିଅାଁ ଲାଗି ଯାଇଥିଲା। ଏହି ଘଟଣା ଦେଖି ଉପସ୍ଥିତ ଥିବା ଲୋକେ ଏଣେତେଣେ ଧାଁ ଦୌଡ଼ କରିଥିଲେ। ବର୍ତ୍ତମାନ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.