ମଙ୍କିପକ୍ସ ଯାଞ୍ଚ ପାଇଁ ଲଞ୍ଚ୍‌ ହେଲା ନୂଆ RT-PCR କିଟ୍‌, ଘରେ ବସି କରିପାରିବେ ନିଜର ଟେଷ୍ଟ୍‍

ବିଶ୍ୱରେ ଦ୍ରୁତ ଗତିରେ ମାଡ଼ି ଚାଲିଥିବା ମଙ୍କିପକ୍ସ ରୋଗ ସାଧାରଣ ଜନତା ଏବଂ ସରକାରଙ୍କ ଚିନ୍ତା ବଢ଼ାଇ ଦେଲାଣି। ଭାରତରେ ଯଦିଓ ଏ ପର୍ଯ୍ୟନ୍ତ ଏହି ରୋଗର କୌଣସି ମାମଲା ସାମ୍ନାକୁ ଆସିନାହିଁ, କିନ୍ତୁ ସରକାର ଏଥିରୁ ରକ୍ଷା ପାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଲେଣି। ଏହାରି ଭିତରେ ଏକ ପ୍ରମୁଖ ଭାରତୀୟ କମ୍ପାନୀ ଏହି ରାଗର ଯାଞ୍ଚ ପାଇଁ ନୂଆ RT-PCR କିଟ୍‌ ଲଞ୍ଚ୍‌ କରିଛି।

ଔଷଧ ଉପକରଣ ତିଆରି କରୁଥିବା କମ୍ପାନୀ ଶୁକ୍ରବାର ଘୋଷଣା କରିଛି ଯେ କମ୍ପାନୀ ମଙ୍କିପକ୍ସର ରିୟଲ ଟାଇମ୍‌ ରିପୋର୍ଟ ଦେଉଥିବା RT-PCR ପ୍ରସ୍ତୁତ କରିଛି। ଏହି କିଟ୍‌ ବ୍ୟବହାର ଦ୍ୱାରା ଜଣାପଡ଼ିବ କି, ରୋଗୀଠାରେ ଅର୍ଥୋପୋକ୍ସ ଅର୍ଥାତ୍‌ ମଙ୍କିପକ୍ସର ଲକ୍ଷଣ ଅଛି କି ନାହିଁ।

ସୂଚନାଥାଉ କି, Trivitron Healthcareର ରିସର୍ଚ ଆଣ୍ଡ ଡେଭେଲପ୍‌ମେଣ୍ଟ ଟିମ୍‌ ଏହି RT-PCR କିଟ୍‌ ପ୍ରସ୍ତୁତ କରିଛନ୍ତି। ଏହି କିଟ୍‌ ୪ଟି ରଙ୍ଗରେ ତିଆରି କରାଯାଇଛି ଏବଂ ସବୁଜ ରଙ୍ଗରେ ଏକ ଖାସ୍‌ ପ୍ରକାରର ଫ୍ଲେଭର ବ୍ୟବହାର ହୋଇଛି। କମ୍ପାନୀ ମୁତାବକ, ସିଙ୍ଗଲ ଟ୍ୟୁବ୍‌ରେ ସ୍ୱାବ୍‌ ଟେଷ୍ଟ୍‍ ଜରିଆରେ ଏହି ଟେଷ୍ଟିଂ ହେବ। ଏଥିରୁ ସ୍ମଲପକ୍ସ ଏବଂ ମଙ୍କିପକ୍ସ ବିଷୟରେ ସହଜରେ ପତ୍ତା ଲଗାଯାଇ ପାରିବ। ଏହି ପୂରା ପ୍ରକ୍ରିୟାରେ ମାତ୍ର ୧ ଘଣ୍ଟା ଲାଗିବ।

ମଙ୍କିପକ୍ସ ଭାଇରସ୍‌ ହେଉଛି ବହୁତ ଛୋଟ ଜୀବିତ ପାର୍ଟିକଲ, ଯାହାକୁ ରୋକାଯିବା ବହୁତ ମୁସ୍କିଲ ହୋଇଥାଏ। ଏହି ରୋଗ ସଂକ୍ରମିତ ପଶୁ ଏବଂ ମଣିଷଙ୍କଠାରୁ ଅନ୍ୟମାନଙ୍କୁ ବ୍ୟାପିଥାଏ। ଏହାର ଟ୍ରାନ୍ସମିଶନ ରେଟ୍‌ ୩.୩ରୁ ୩୦ ପ୍ରତିଶତ ବୋଲି କୁହାଯାଉଛି। କିନ୍ତୁ ନିକଟରେ କଙ୍ଗୋରେ ଏହି ରେଟ୍‌ ୭୩ ପ୍ରତିଶତ ଥିଲା। ଭାଇରସ୍‌ କଟି ଯାଇଥିବା କିମ୍ବା ଫାଟିଥିବା ତ୍ୱଚା, ଶ୍ୱାସନଳୀ, ଆଖି, ନାକ ଓ ମୁହଁ ଜରିଆରେ ଶରୀରରେ ପ୍ରବେଶ କରିଥାଏ। ଏହି ରୋଗ ସଂକ୍ରମିତ ବ୍ୟକ୍ତିଙ୍କ କପଡ଼ା କିମ୍ବା ଚାଦର ସଂସ୍ପର୍ଶରେ ଆସିଲେ ବ୍ୟାପିବାର ସମ୍ଭାବନା ରହିଛି।

ମଙ୍କିପକ୍ସରେ ସଂକ୍ରମିତ ହେଲେ ସାଧାରଣତଃ ଲକ୍ଷଣ ଆସିବାକୁ ୫ରୁ ୧୫ ଦିନ ସମୟ ଲାଗିଥାଏ। ଏଥିରେ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀରେ ଯନ୍ତ୍ରଣା, ପିଠି ଯନ୍ତ୍ରଣା, କମ୍ପନ, ଥକ୍କାପଣ ଆଦି ଅନ୍ତର୍ଭୁକ୍ତ ରହିଛି। ଏହି ଲକ୍ଷଣଗୁଡ଼ିକୁ ଅନୁଭବ କରିବାର ୧ରୁ ୫ ଦିନ ପରେ ଶରୀରରେ ଛୋଟ ଛୋଟ ଦାନା ଦେଖାଦେଇଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମୁତାବକ, ଏହି ରୋଗ ୧୦ ସଂକ୍ରମିତ ଲୋକଙ୍କ ମଧ୍ୟରୁ ଜଣଙ୍କ ପାଇଁ ମରଣାନ୍ତକ ହୋଇପାରେ। କହି ରଖୁଛୁ, ଏ ପର୍ଯ୍ୟନ୍ତ ବ୍ରିଟେନ, ଜର୍ମାନୀ, ଇଟାଲୀ ସମେତ ବିଶ୍ୱର ପାଖାପାଖି ୨୯ ଦେଶରେ ମଙ୍କିପକ୍ସ ରୋଗୀ ମିଳି ସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.