ଉତ୍ତରକାଶୀ ଟନେଲ ରେସକ୍ୟୁ ଅପରେସନରେ ନୂଆ ଷ୍ଟାଟେଜି, ଲାଗିବ ୧୮ରୁ ୨୪ ଘଣ୍ଟା ସମୟ
ଉତ୍ତରକାଶୀ ଟନେଲ ରେସକ୍ୟୁ ଅପରେସନରେ ନୂଆ ଷ୍ଟାଟେଜି । ଅଗର ମେସିନ୍ ବାରମ୍ବାର ଫେଲ ପରେ ହାତ କଟରରେ ଖୋଳିବାକୁ ଯୋଜନା । ଟନେଲ ଉପରୁ ଭର୍ଟିକାଲ ଡ୍ରିଲିଂ କରାଯିବ। ଏଥିପାଇଁ ମେସିନ୍ ପ୍ରସ୍ତୁତ ହୋଇ ରହିଛି । ହାତରେ ବ୍ୟବହୃତ କଟର ଜରିଆରେ ମାଟି ଖୋଳିବାକୁ ଯୋଜନା ହୋଇଥିବା ବେଳେ ଏଥିପାଇଁ ୧୮ରୁ ୨୪ ଘଣ୍ଟା ସମୟ ଲାଗିବ ବୋଲି ଆକଳନ କରାଯାଇଛି ।

ନୂଆଦିଲ୍ଲୀ : ଉତ୍ତରକାଶୀ ଟନେଲ ରେସକ୍ୟୁ ଅପରେସନରେ ନୂଆ ଷ୍ଟାଟେଜି । ଅଗର ମେସିନ୍ ବାରମ୍ବାର ଫେଲ ପରେ ହାତ କଟରରେ ଖୋଳିବାକୁ ଯୋଜନା । ଟନେଲ ଉପରୁ ଭର୍ଟିକାଲ ଡ୍ରିଲିଂ କରାଯିବ। ଏଥିପାଇଁ ମେସିନ୍ ପ୍ରସ୍ତୁତ ହୋଇ ରହିଛି । ହାତରେ ବ୍ୟବହୃତ କଟର ଜରିଆରେ ମାଟି ଖୋଳିବାକୁ ଯୋଜନା ହୋଇଥିବା ବେଳେ ଏଥିପାଇଁ ୧୮ରୁ ୨୪ ଘଣ୍ଟା ସମୟ ଲାଗିବ ବୋଲି ଆକଳନ କରାଯାଇଛି । ଶୁକ୍ରବାର ରାତିରୁ ଡ୍ରିଲିଂ କାମ ବନ୍ଦ ରହିଛି । ମେସିନ ଆଗରେ ପୁଣି ଏକ ଧାତବ ଅଂଶ ଆସିବାରୁ କାମ ବନ୍ଦ ରହିଛି।
ତେବେ ବର୍ତ୍ତମାନ ସଭିଁଙକ ମନରେ ଗୋଟିଏ ପ୍ରଶ୍ନ କେବେ ଘଟିବ ଅପେକ୍ଷାର ଅନ୍ତ ? କେବେ ସରିବ ଉତ୍ତରକାଶୀରେ ଟନେଲ ରେସକ୍ୟୁ ଅପରେସନ୍ ? ନୂଆ ସୂର୍ଯ୍ୟୋଦୟ ଅପେକ୍ଷାରେ ୪୧ ଶ୍ରମିକ । ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଉଦ୍ଧାର ପାଇଁ ଆଉ ଆଉ ୧୪ ମିଟର ବାକି ରହିଛି । କିନ୍ତୁ ଟେକ୍ନିକାଲ୍ ସମସ୍ୟା ଯୋଗୁ ପୁଣି ଥରେ ଉଦ୍ଧାର ଅଭିଯାନ ସ୍ଥଗିତ ରହିଛି ।
ମେସିନ ସାହାଯ୍ୟରେ ବାରମ୍ବାର ବାଧା ଉପୁଜୁଥିବାରୁ ହାତରେ ଖୋଳିବାକୁ ଯୋଜନା କରାଯାଇଛି । ତେବେ ଏହି ବିକଳ୍ପ ଆପଣାଇବା ପରେ ରେସକ୍ୟୁ ଅପରେସନରେ ଅଧିକ ସମୟ ଲାଗିବ । ତେବେ ଖୋଳରଯିବା ପରେ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଭିତରକୁ ପ୍ରବେଶ କରାଯିବ ୬ ମିଟର ଲମ୍ବର ଦୁଇଟି ପାଇପ୍ । ଏଥିରେ ଷ୍ଟ୍ରେଚର ମାଧ୍ୟମରେ ବାହାରିବେ ଫସି ରହିଥିବା ଶ୍ରମିକ। ରେସକ୍ୟୁ ଅପରେସନ୍ ସମୟ ପାଖେଇବା ସହ ଉତ୍କଣ୍ଠାବି ଦିନ ଦିନ ବଢୁଛି । ତେବେ ଉଦ୍ଧାର କାର୍ଯ୍ୟରେ ଯାନ୍ତ୍ରୀକ ତ୍ରୁଟି ଦେଖା ଯିବାରୁ ସୁଡ଼ଙ୍ଗ ଭିତରକୁ ଡ୍ରୋନ୍ ବି ଛଡାଯାଇଛି। ଡ୍ରୋନ ଦ୍ୱାରା ଶ୍ରମିକଙ୍କ ଗତିବିଧି ନିରୀକ୍ଷଣ କରାଯାଉଛି।
ସୂଚନା ଥାଉକି, ଗତ ୧୪ ଦିନ ଧରି ଲମ୍ବା ସୁଡ଼ଙ୍ଗ ଭିତରେ ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମିକ ବର୍ତ୍ତମାନ ଚିନ୍ତା, ଅବସାଦରେ ଅଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କ ମନୋବଳ ଦୃଢ଼ କରିବା ପାଇଁ ଉଦ୍ଧାରକାରୀ ଦଳ ସବୁ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି। ଏପଟେ ଟନେଲ ବାହାରେ ପ୍ରତୀକ୍ଷା କରି ରହିଛନ୍ତି ୪୧ଟି ଆମ୍ବୁଲାନ୍ସ। ଶ୍ରମିକମାନେ ବାହାରିବା କ୍ଷଣି ସେମାନଙ୍କୁ ଏକ ଅସ୍ଥାୟୀ ହସ୍ପିଟାଲକୁ ନିଆଯିବ। ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି। ୪୧ଟି ବେଡ୍ ସହ ହସ୍ପିଟାଲ ବି ପ୍ରସ୍ତୁତ ରହିଛି। ସମସ୍ତ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେବ।