କରୋନାକୁ ରୋକିବା ପାଇଁ ହେଲା ନୂଆ ବୈଜ୍ଞାନିକ ଅଧ୍ୟୟନ, ଗମ୍ଭୀର ସଂକ୍ରମଣରୁ ରକ୍ଷା କରିବ ଭିଟାମିନ୍-ଡି!
କରୋନାର ଗମ୍ଭୀର ସଂକ୍ରମଣରୁ ବଞ୍ଚେଇ ପାରିବ ଭିଟାମିନ୍-ଡି। କରୋନା ଭାଇରସ୍ଠୁ ରକ୍ଷା ପାଇବାକୁ ନେଇ ଏକ ନୂଆ ବୈଜ୍ଞାନିକ ଅଧ୍ୟୟନ କରାଯାଇଛି। ଏଥିରେ କରୋନାର ଗମ୍ଭୀର ସଂକ୍ରମଣକୁ ରୋକିବାରେ ଭିଟାମିନ ଡିର ଭୂମିକା ମିଳିପାରିଛି। ଅଧ୍ୟୟନ ଅନୁସାରେ, ଶରୀରରେ ଭିଟାମିନ୍ ଡିର ପର୍ଯ୍ୟାପ୍ତ ମାତ୍ରା ରହିବା ଦ୍ୱାରା ନା କେବଳ ସଂକ୍ରମଣକୁ ରୋକା ଯାଇପାରିବ, ବରଂ ମୃତ୍ୟୁ ଆଶଙ୍କାକୁ ବି କମ୍ କରାଯାଇ ପାରିବ। ଏହି ନିଷ୍କର୍ଷ ଏକ ଅନ୍ତର୍ଜାତୀୟ ଅଧ୍ୟୟନ ଆଧାରରେ ବାହାରିଛି।
ଏହି ରିସର୍ଚ୍ଚ ଆୟରଲ୍ୟାଣ୍ଡର ଟ୍ରିନିଟି କଲେଜ, ସ୍କଟଲ୍ୟାଣ୍ଡର ଏଡିନବର୍ଗ ୟୁନିଭର୍ସିଟି ଏବଂ ଚୀନର ଝୋଜିୟାଙ୍ଗ୍ ୟୁନିଭର୍ସିଟିର ଗବେଷକମାନଙ୍କୁ ନେଇ ହୋଇଛି। ରିସର୍ଚ୍ଚର ଫଳାଫଳ ସାଇଣ୍ଟିଫିକ୍ ରିପୋଟ୍ର୍ସ ପତ୍ରିକାରେ ପ୍ରକାଶ ପାଇଥିବା ବେଳେ ଏଥିରେ ଭିଟାମିନ ଡିର ବିଭିନ୍ନ ସ୍ତର ଉପରେ ଗୁରୁତ୍ୱ ଦିଆଯାଇଛି।
ଗବେଷକମାନେ କହିଛନ୍ତି କି, ଭିଟାମିନ୍ ଡି କରୋନାର ଗମ୍ଭୀର ରୋଗ ଏବଂ ମୃତ୍ୟୁ ଆଶଙ୍କାକୁ କମ୍ କରି ପାରିବ। ଝୋଜିୟାଙ୍ଗ୍ ୟୁନିଭର୍ସିଟିର ଗବେଷକ ଜୁ ଲି ଏବଂ ଟ୍ରିନିଟି କଲେଜର ପ୍ରଫେସର ଲୀନା ଜଗାଗା କହିଛନ୍ତି, ଆମ ଅଧ୍ୟୟନ ଭିଟାମିନ ଡି ସପ୍ଲିମେଣ୍ଟର ବ୍ୟବହାରକୁ ସମର୍ଥନ କରୁଛି। ଏହାର ସେବନ ଦ୍ୱାରା ନା କେବଳ ହାଡ଼ ଓ ମାଂସପେଶୀ ମଜଭୁତ ହୋଇପାରିବ, ବରଂ କରୋନା ବିରୋଧୀ ସୁରକ୍ଷାକବଚ ରୂପେ ମଧ୍ୟ ବ୍ୟବହାର ହୋଇପାରିବ।