ଦିଲ୍ଲୀ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ନୂଆ ମୋଡ଼, ମିଳିଲା ଶ୍ରଦ୍ଧାଙ୍କ ସୁନା ମୁଦି

ନୂଆଦିଲ୍ଲୀ : ଦିଲ୍ଲୀ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ନୂଆ ମୋଡ୍‌ । ମିଳିଲା ଶ୍ରଦ୍ଧାଙ୍କ ସୁନା ମୁଦି। ଆଫତାବର ଡାକ୍ତର ଗାର୍ଲଫ୍ରେଣ୍ଡଙ୍କ ଠାରୁ ପୋଲିସ ଜବତ କରିଛି ଏହି ମୁଦି। ଶ୍ରଦ୍ଧାଙ୍କ ମୃତ୍ୟୁ ପରେ ଆଫତାବଙ୍କ ଫ୍ଲାଟକୁ ଆସୁଥିଲେ ଏହି ଗାର୍ଲଫ୍ରେଣ୍ଡ। ଜନ୍ମଦିନରେ ଶ୍ରଦ୍ଧାଙ୍କୁ ଏହି ମୁଦି ଗିପ୍ଟ ଦେଇଥିଲେ ତାଙ୍କ ବାପା। ସେ ମୁଦିକୁ ଚିହ୍ନଟ କରିଛନ୍ତି । ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଉକ୍ତ ମୁଦିକୁ ନୂଆ ଗାର୍ଲଫ୍ରେଣ୍ଡକୁ ଉପହାର ଦେଇଥିଲା ସୈତାନ ପ୍ରେମିକ।

ଏପଟେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ମୁଣ୍ଡ କେଶକୁ କାଟି ଏକ ଜରିରେ ଭର୍ତ୍ତି କରି ଜଙ୍ଗଲରେ ଫିଙ୍ଗି ଦେଇଥିଲା ଆଫତାବ। ପୋଲିସ ଏହାକୁ ଜବତ କରିଛି। ଶ୍ରଦ୍ଧାଙ୍କ DNA ସହ ଏହା ମ୍ୟାଚ କରୁଛି । ଆଜି ଦିଲ୍ଲୀ FSL ଲ୍ୟାବରେ ଚାଲିଛି ଆଫତାବର ପଲିଗ୍ରାଫ ଟେଷ୍ଟ । ପୂର୍ବରୁ ୩ ଥର ଚେଷ୍ଟା କରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିନି ଆଫତାବର ପଲିଗ୍ରାଫ ଟେଷ୍ଟ।

ଚାଲାକି କରି ଅଧାରୁ ପଲିଗ୍ରାଫ ଟେଷ୍ଟକୁ ଅଟକାଇଦେଉଛି ଅଭିଯୁକ୍ତ । ଟେଷ୍ଟ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦେଇନଥିଲା ଆଫତାବ। ଆଜି ଆଫତାବର ଶେଷ ରାଉଣ୍ଡ ପଲିଗ୍ରାଫ ଟେଷ୍ଟ ଚାଲିଛି । ପଲିଗ୍ରାଫ ଟେଷ୍ଟ ସରିନଥିବାରୁ ନାର୍କୋ ଟେଷ୍ଟ କିଛି ଦିନ ଆଗକୁ ଘୁଞ୍ଚପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.