ପୁଣିଥରେ କରୋନା ସଂକ୍ରମଣ ବଢ଼ିବାର କାରଣ କହିଲେ ଆମେରିକା ଗବେଷକ, ଜାଣନ୍ତୁ କଣ ?

ଓ୍ଵାଶିଂଟନ : ପୁଣି ଥରେ କରୋନା ସଂକ୍ରମଣ ବଢ଼ିବା ପଛରେ ହୋଟେଲ, ରେଷ୍ଟୁରାଣ୍ଟ ଓ ଜିମ୍‌ ଦାୟୀ ବୋଲି ଆରେରିକା ଷ୍ଟାନ୍‌ଫୋର୍ଡ ଓ ନର୍ଥେଓ୍ଵଷ୍ଟ ୟୁନିଭରସିଟିର ଗବେଷକମାନେ ପ୍ରକାଶ କରିଛନ୍ତି ।

ଦୀର୍ଘ ଦିନର ଲକ୍‌ଡାଉନ୍‌, ସଟ୍‌ଡାଉନ୍‌, ସୋସିଆଲ୍‌ ଡିଷ୍ଟାନ୍‌ସିଂ, ହୋଟେଲ ଓ ଜିମ୍‌ ବନ୍ଦ୍‌ ଯୋଗୁ କରୋନା ସଂକ୍ରମଣକୁ କିଛି ମାତ୍ରାରେ ହ୍ରାସ କରାଯାଇଥିଲା । ଯାହା ଫଳରେ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଥିଲା । ତେବେ ପୁଣି ଥରେ ସବୁଠି ହୋଟେଲ୍‌, ରେଷ୍ଟୁରାଣ୍ଟ ଓ ଜିମ୍‌ ଖୋଲି ଯିବା ଯୋଗୁ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି ।

jeam

ଏପରି ତଥ୍ୟ ଜଣାପଡ଼ିଛି ଆରେରିକା ଷ୍ଟାନ୍‌ଫୋର୍ଡ ଓ ନର୍ଥେଓ୍ଵଷ୍ଟ ୟୁନିଭରସିଟିରେ ହୋଇଥିବା ଗବେଷଣାରୁ । ମାର୍ଚ୍ଚରୁ ମଇ ମାସ ମଧ୍ୟରେ ପ୍ରାୟ ୧ କୋଟି ଲୋକଙ୍କ ସମ୍ପର୍କରେ ଡାଟା ସଂଗ୍ରହ କରାଯାଇଥିଲା । ସେମାନଙ୍କର କେଉଁ ଯାଗାକୁ ଯିବା ଓ ଆସିବା, କାହା ସହ ମିଶିବା ଓ କାହା ସଂସ୍ପର୍ଶରେ ଆସିବା ନେଇ ସବୁ ଡାଟା ବିଶ୍ଳେଷଣ କରାଯାଇଥିଲା । ଏଥିରୁ ଜଣାପଡିଥିଲା ଯେ ହୋଟେଲ୍‌, ରେଷ୍ଟୁରାଣ୍ଟ ଓ ଜିମ୍‌ ଖୋଲିବା ଯୋଗୁ କରୋନା ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି ।

hotel

ଏହି ଗବେଷଣାରୁ ଆହୁରି ଜଣାପଡ଼ିଛି ଯେ, କରୋନା ସଂକ୍ରମଣକୁ ରୋକିବାକୁ ହେଲେ ଲକ୍‌ଡାଉନ୍‌ କିମ୍ବା ସଟ୍‌ଡାଉନ୍‌ ଅପେକ୍ଷା କଟକଣା ଜରୁରୀ । ମାସ୍କ, ସାନିଟାଇଜର ବ୍ୟବହାର, ଭିଡ଼ ହ୍ରାସ ସହ ସାମାଜିକ ଦୂରତ୍ୱ ହିଁ କରୋନା ମୁକାବିଲାର ଅସଲ ଅସ୍ତ୍ର ହେବ ବୋଲି ଏହି ଗବେଷଣାରୁ ଜଣାପଡିଛି । ପ୍ରକାଶଯୋଗ୍ୟ, ଏବେ ଥଣ୍ଡା ଦିନ ଥିବାରୁ କରୋନା ସଂକ୍ରମଣ ଆଶଙ୍କା ଅଧିକ ରହିଛି । ଏହି ସମୟରେ ହୋଟେଲ୍‌ ଓ ଜିମ୍‌ ଖୋଲିବା ଆହୁରି ବିପଦ ସୃଷ୍ଟି କରିଛି ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.