ଏବେ ସପ୍ତାହକୁ ମାତ୍ର ୪ଦିନ ଖୋଲା ଅଫିସ୍, ୩ ଦିନ ମିଳିବ ଛୁଟି; ଜାଣନ୍ତୁ କେବେ ଠୁ ଲାଗୁ ହେବ ଏହି ନିୟମ

ନୂଆଦିଲ୍ଲୀ: ସରକାର ନୂଆ ଶ୍ରମ ଆଇନ ନିୟମ ଲାଗୁ କରିବାକୁ ଯାଉଛନ୍ତି । ସରକାର ଏହାକୁ ଲାଗୁ କରିବା ଆଗରୁ ଏହାକୁ ନେଇ ଲୋକମାନଙ୍କୁ ସଜାଗ କରୁଛନ୍ତି। କାମ କରିବା ସମୟଠୁ ଆରମ୍ଭ କରି ଦରମା ପର୍ଯ୍ୟନ୍ତ ସବୁ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି।
ଏହାକୁ ଅପ୍ରେଲ ୧ରୁ ଲାଗୁ କରାଯିବାର ପ୍ଲାନ ଥିଲ। ପରେ ଜୁଲାଇ ମାସରେ ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ପୁଣି ୧ ଅକ୍ଟୋବରରେ ନିୟମ ଲାଗୁ କରାଯିବ ବୋଲି କୁହଗଲା। ଏବେ ନୂଆ ବର୍ଷରେ ଏହି ନିୟମ ଲାଗୁ କରାଯିବ ବୋଲି ଆଶା ରହିଛି।
ନୂଆବର୍ଷରୁ ଅଫିସ କର୍ମଚାରୀଙ୍କ ପାଇଁ ଦରମାକୁ ନେଇ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। କର୍ମଚାରୀଙ୍କ ଟେକ ହୋମ ସ୍ୟାଲେରୀକୁ କମ କରାଯିବ ବୋଲି କୁହାଯାଉଛି। ଏହା ବ୍ୟତିତ କାମ କୁ ନେଇ ଘଣ୍ଟା, ଓଭରଟାଇମ, ବ୍ରେକ ଟାଇମକୁ ନେଇ ନୂଆ ଲେବର କୋଡ଼ ପ୍ରାବଧାନ କରାଯିବ।

ସରକାର ୨୯ ଶ୍ରମ ଆଇନକୁ ମିଶାଇ ୪ ନୂଆ େଓ୍ଵଜ କୋଡ଼ ତିଆରି କରିଛନ୍ତି। ସଂସଦ ଅଗଷ୍ଟ ୨୦୧୯ରେ ୩ ଲେବର କୋଡ ଇଣ୍ଡଷ୍ଟ୍ରିୟାଲ ରିଲେସନ, କାମର ସୁରକ୍ଷା, ହେଲ୍ଥ ଏବଂ ଓ୍ଵାର୍କିଂ କଣ୍ଡିସନ୍ ଏବହ ସୋସିଆଲ ସିକ୍ୟୁରିଟି ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ କରିଥିଲେ । ଏହା ସେପ୍ଟେମ୍ବର ୨୦୨୦ରେ କରଯାଇଥିଲ।ା
ସେହି ୪ଟି କୋଡ଼ ଅଛି:
-କୋଡ଼ ଅନ୍ େଓ୍ଵଜେସ୍
-ଇଣ୍ଡଷ୍ଟ୍ରିଆଲ ରିଲେସନ୍ କୋଡ଼
-ଅକ୍ୟୁପେସନାଲ ସେଫ୍ଟି ଆଣ୍ଡ ହେଲ୍ଥ
-ସୋସିଆଲ ସିକ୍ୟୁରିଟି କୋଡ଼

ସୁଚନା ଅନୁଯାୟୀ ଏହି ସମସ୍ତ କୋଡ଼କୁ ଏକାଥରେ ଲାଗୁ କରାଯିବ। Wage Code Act ୨୦୧୯ ମୁତାବିକ କୌଣସି କର୍ମଚାରୀଙ୍କ ବେସିକ ସ୍ୟାଲେରୀ କମ୍ପାନୀ (Cost To Company –CTC)ର ୫୦% ରୁ କମ ହେବ ନାହିଁ। ଏବେ ଅନେକ କମ୍ପାନୀ ବେସିକ ସ୍ୟାଲେରୀକୁ କମ କରି ଏହା ଉପରେ ଭତ୍ତା ଅଧିକ ଦେଇଥାଏ ।ଏହାଦ୍ୱାରା କମ୍ପାନୀ ଉପରେ ପ୍ରେସର କମ ପଡ଼ିବ।
ନୂଆ ଡ୍ରାଫ୍ଟ ନିୟମ ମୁତାବିକ ୧୫ରୁ ୩୦ ମିିନିଟ ମଧ୍ୟରେ ଅତିରିକ୍ତ କାମକୁ ମଧ୍ୟ ୩୦ ମିନିଟ ଗଣାଯାଇ ଓଭରଟାଇମରେ ସାମିଲ କରାଯିବ। ଏହାସହିତ ୩୦ ମିନିଟ୍ ରୁ କମ ସମୟ ହୋଇଥିଲେ ଏହାକୁଓଭର ଟାଇମ ଅନ୍ତର୍ଭୁକ୍ତ କରାଯିବା ନାହିଁ। ଏହି ନିୟମରେ କୌଣସି କର୍ମଚାରୀ ଲଗାତାର ଭାବେ ୫ଘଣ୍ଟା ରୁ ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ନାହିଁ। ଏହାରି ମଧ୍ୟରେ ୩୦ ମିନିଟର ବ୍ରେକ ଦିଆଯିବ। ଏହାସହ ବାର୍ଷିକ ଛୁଟି କୁ ବଢ଼ାଯାଇ ୨୪୦ରୁ ୩୦୦ କରାଯିବ। ପିଏଫ ସହିତ ଗ୍ରାଚୁଇଟି ମଧ୍ୟ ବଢ଼ିଯିବ। ମାନେ ଟେକ ହୋମ ସ୍ୟାଲେରୀ କମିଲେ ମଧ୍ୟ ରିର୍ଟାମେଣ୍ଟ ସମୟରେ ଅଧିକ ଟଙ୍କା ମିଳିବ।