ସମୁଦ୍ରରେ ଗର୍ଜିବ ‘ମହେନ୍ଦ୍ରଗିରି’, ମୁମ୍ବାଇରେ ଲଞ୍ଚ୍‌ ହେବ ଏହି ଯୁଦ୍ଧ ଜାହାଜ

ସମୁଦ୍ରରେ ଗର୍ଜିବ INS ମହେନ୍ଦ୍ରଗିରି। ଆଜି ମୁମ୍ବାଇରେ ଲଞ୍ଚ୍‌ ହେବ ମହେନ୍ଦ୍ରଗିରି ଯୁଦ୍ଧ ଜାହାଜ। ସମୁଦ୍ରରେ ବଢିବ ନୌସେନାର ଶକ୍ତି। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସର୍ବଶେଷ ଯୁଦ୍ଧଜାହାଜ ନୌସେନାରେ ସାମିଲ ହେବ।

ସମୁଦ୍ରରେ ଗର୍ଜିବ INS ମହେନ୍ଦ୍ରଗିରି। ଆଜି ମୁମ୍ବାଇରେ ଲଞ୍ଚ୍‌ ହେବ ମହେନ୍ଦ୍ରଗିରି ଯୁଦ୍ଧ ଜାହାଜ। ସମୁଦ୍ରରେ ବଢିବ ନୌସେନାର ଶକ୍ତି। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସର୍ବଶେଷ ଯୁଦ୍ଧଜାହାଜ ନୌସେନାରେ ସାମିଲ ହେବ। ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ପତ୍ନୀ ଡ. ସୁଦେଶ ଧନକର ଏହାକୁ ଲଞ୍ଚ୍‌ କରିବେ।

ଏହି ଯୁଦ୍ଧପୋତରେ ଲାଗିଥିବା ୭୫ ପ୍ରତିଶତ ଉପକରଣ ସ୍ୱଦେଶୀ କମ୍ପାନୀର। ଏହି ଜାହାଜ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଡିଜାଇନ୍‌ ବ୍ୟୁରୋ ଦ୍ୱାରା ଡିଜାଇନ ହୋଇଥିବା ବେଳେ ମୁମ୍ବାଇର ମେସର୍ସ ମାଜଗାଓଁ ଡକ ସିପ୍‌ ବିଲ୍ଡର୍ସ ଲିମିଟେଡ୍‌ ଦ୍ୱାରା ନିର୍ମିତ ହୋଇଛି।

ନୌସେନାର ଯୁଦ୍ଧପୋତ ମହେନ୍ଦ୍ରଗିରି ୧୭ ଏ ପ୍ରୋଜେକ୍ଟର ୭ମ ତଥା ଶେଷ ଯୁଦ୍ଧ ଜାହାଜ। ଓଡ଼ିଶାର ମହେନ୍ଦ୍ରଗିରି ପର୍ବତ ନାମ ଅନୁସାରେ ଏହି ଯୁଦ୍ଧ ଜାହାଜର ନାମକରଣ ହୋଇଛି। ଏଥିରେ ଉନ୍ନତମାନର ଗୋପନୀୟ ବୈଶିଷ୍ଟ୍ୟ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ସେନ୍ସର ତଥା ପ୍ଲାଟଫର୍ମ ପରିଚାଳନା ବ୍ୟବସ୍ଥା ରହିଛି।

କହି ରଖୁଛୁ, ଏହାପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଗଷ୍ଟ ୧୭ରେ ଭାରତୀୟ ନୌସେନା ପାଇଁ ‘ବିନ୍ଧ୍ୟଗିରି’ ଯୁଦ୍ଧ ଜାହାଜ ଲଞ୍ଚ୍‌ କରିଥିଲେ। ଏହା ନୀଳଗିରି ଶ୍ରେଣୀର ଫ୍ରିଗେଟ୍‌, ଯାହା ଏକ ଷ୍ଟେଲ୍‌ଥ ଗାଇଡେଡ୍‌ ମିସାଇଲ୍‌ ଯୁଦ୍ଧପୋତ। ‘ପ୍ରୋଜେକ୍ଟ ୧୭ ଅଲଫା’ ଅଧୀନରେ ନିର୍ମିତ ଷଷ୍ଠ ଯୁଦ୍ଧପୋତ ହେଉଛି ବିନ୍ଧ୍ୟଗିରି।

You might also like