ନୂଆବର୍ଷରେ ଭାରତରେ ଜନ୍ମ ହୋଇଛନ୍ତି ପ୍ରାୟ ୭୦ ହଜାର ଶିଶୁ

ନୂଆଦିଲ୍ଲୀ : ନୂଆ ବର୍ଷ ଦିନ ସାରା ବିଶ୍ୱରେ ୩ ଲକ୍ଷ ୯୫ ହଜାର ଶିଶୁ ଜନ୍ମ ନେଇଛନ୍ତି । କେବଳ ଭାରତରେ ଶିଶୁ ଜନ୍ମ ସଂଖ୍ୟା ହେଉଛି ୬୯ ହଜାର ୯୪୪ । ଇଏ ହେଉଛି ୟୁନିସେଫ୍‌ର ରିପୋର୍ଟ । ନୂଆ ବର୍ଷରେ ସର୍ବାଧିକ ସନ୍ତାନ ଜନ୍ମ ଦେଇଥିବା ଦେଶ ତାଲିକାରେ ଏକ ନମ୍ବରରେ ରହିଛି ଭାରତ । ତା ପଛକୁ ରହିଛି ଚୀନ୍‌ । ଚୀନ୍‌ରେ ଗତକାଲି ୪୪,୯୪୦ ପିଲା ଜନ୍ମ ହୋଇଛନ୍ତି ।
୨୦୧୮ ତୁଳନାରେ ଭାରତରେ ୮୭୪ ଅଧିକ ଶିଶୁ ଜନ୍ମ ନେଇଥିବା ବେଳେ ଚୀନ୍‌ରେ ପିଲାଙ୍କ ସଂଖ୍ୟା ୧୮୦ ଅଧିକ । ୟୁନିସେଫ୍‌ର ରିପୋର୍ଟ ଅନୁସାରେ ୨୦୧୬ରେ ନୂଆ ବର୍ଷ ଦିନ ଜନ୍ମ ହେବାର ୨୪ ଘଣ୍ଟା ମଧ୍ୟରେ ୨୬୦୦ ଶିଶୁଙ୍କର ମୃତ୍ୟୁ ଘଟିଥିଲା । ୨୦୧୭ରେ ଏହି ସଂଖ୍ୟା ପ୍ରବଳ ମାତ୍ରାରେ ବଢ଼ି ଯାଇଥିଲା । ଏହି ବର୍ଷ ସାରା ବିଶ୍ୱରେ ମୃତ୍ୟୁର ଶିକାର ହୋଇଥିଲେ ୧୦ ଲକ୍ଷ ଶିଶୁ । ମାତ୍ର କିଛି ଘଣ୍ଟା ମଧ୍ୟରେ ଏମାନଙ୍କର ମୃତ୍ୟୁ ଘଟିଥିଲା । ଆଉ ପ୍ରଥମ ମାସ ଭିତରେ ୨୫ ଲକ୍ଷ ପିଲାଙ୍କର ମୃତ୍ୟୁ ହୋଇଯାଇଥିଲା । ସମୟ ପୂର୍ବରୁ ଜନ୍ମ, ଇନଫେକସନ୍‌ ଏବଂ ଗର୍ଭାବସ୍ଥାରେ ବିଭିନ୍ନ ସମସ୍ୟା ଯୋଗୁଁ ପିଲାମାନଙ୍କ ମୃତ୍ୟୁ ହୋଇଥିଲା ବୋଲି ୟୁନିସେଫ୍‌ ରିପୋର୍ଟରେ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.