ବାସ୍ ୩ ମିନିଟ୍ ! ଏହାଠୁ ଅଧିକ ସମୟ ଆଲିଙ୍ଗନ କଲେ ଗଣିବେ ତଣ୍ଡ, ଜାଣନ୍ତୁ କେଉଁଠି ନିୟମ

ଏଠାରେ ଆପଣ ନିଜ ପ୍ରିୟଜନଙ୍କୁ ୩ ମିନିଟରୁ ଅଧିକ ସମୟ ଧରି ହଗ୍ ବା ଆଲିଙ୍ଗନ କରିପାରିବେ ନାହିଁ । ଅଧିକ ସମୟ ଧରି ଆଲିଙ୍ଗନ କଲେ ଏହା ଆପଣଙ୍କୁ ଅସୁବିଧାରେ ପକାଇପାରେ । ଏମିତି କିଛି ନିୟମ କରାଯାଇଛି ନ୍ୟୁଜିଲାଣ୍ଡର ଏକ ଏୟାରପୋର୍ଟରେ ।
ଏଠି ଆଲିଙ୍ଗନ କରିବା ପାଇଁ ୩ ମିନିଟ୍ ସମୟ ଧାର୍ଯ୍ୟ କରାଯାଇଛି । ଏହାଠାରୁ ଅଧିକ ସମୟ ଧରି ଆଲିଙ୍ଗନ କଲେ ତୁରନ୍ତ ଆପଣଙ୍କ ପାଖରେ ପହଞ୍ଚିଯିବେ ସେଠାକାର କର୍ମୀ । ଆସନ୍ତୁ ଜାଣିବା କାହିଁକି ଏଭଳି ନିୟମ ପ୍ରସ୍ତୁତ ହୋଇଛି ।
ନ୍ୟୁଜିଲାଣ୍ଡର ଡୁନେଡିନ ସହରରେ ଥିବା ଏକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ନିୟମ ରହିଛି । ଏଠାରେ ଡ୍ରପ୍-ଅଫ୍ ଜୋନରେ ଆଲିଙ୍ଗନ କରିବା ପାଇଁ ୩ ମିନିଟ୍ ସମୟ ଧାର୍ଯ୍ୟ କରାଯାଇଛି । ଏଭଳି ଅଜବ ନିୟମ ତିଆରି କରିବା ପଛରେ ଏକ ବଡ଼ କାରଣ ମଧ୍ୟ ରହିଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଏୟାରପୋର୍ଟରେ ସୁରକ୍ଷା ବଢ଼ାଇବା ଏବଂ ଭିଡ଼ କମାଇବା ।
ବିମାନବନ୍ଦର କର୍ତ୍ତୃପକ୍ଷଙ୍କ କହିବା ହେଲା, ଏୟାରପୋର୍ଟର ଡ୍ରପ୍-ଅଫ୍ ଅଞ୍ଚଳରେ ସାଧାରଣତଃ ଏହି ଚେତାବନୀ ବାର୍ତ୍ତା ଦିଆଯାଇଥାଏ । ଏଥିପାଇଁ ଜରିମାନାର ବ୍ୟବସ୍ଥା ମଧ୍ୟ ରହିଛି । ଡ୍ରପ୍-ଅଫ୍ ଜୋନରେ ଭିଡ଼ ନ ଲାଗିବା ଏବଂ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଛି, ଯେପରି ଅଯଥାରେ ଏହି ସ୍ଥାନରେ ଅଧିକ ସମୟ ଯାଏ ଭିଡ଼ ଲାଗିରହିବ ନାହିଁ ।
ଏହାଦ୍ୱାରା ଏୟାରପୋର୍ଟରେ ଅନାବଶ୍ୟକ ଟ୍ରାଫିକକୁ କମ୍ କରାଯାଇ ପାରିବ । ଲୋକଙ୍କ ସୁରକ୍ଷାରେ ମଧ୍ୟ କିଛି ସମସ୍ୟା ଦେଖାଯିବ ନାହିଁ । ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କର ଆହୁରି ବି ଏକ ତର୍କ ରହିଛି କି, ୨୦ ସେକେଣ୍ଡର ହଗ୍ ଅକ୍ସିଟୋସିନ୍ ରିଲିଜ୍ କରିବା ପାଇଁ ପର୍ଯ୍ୟାପ୍ତ । ତେଣୁ ନିଜ ପ୍ରିୟଜନଙ୍କୁ ଛାଡ଼ିବାକୁ ଆସିଥିବା ଲୋକେ ସେମାନଙ୍କୁ ବିଦାୟ ଦେବା ସମୟରେ ଭାବନାତ୍ମକ ରୂପେ ଅଧିକ ସମୟ ନିଅନ୍ତୁ ନାହିଁ । ଏହାଦ୍ୱାରା ସମସ୍ତଙ୍କୁ ଆଲିଙ୍ଗନ କରିବାକୁ ମଉକା ମିଳିପାରିବ ।