ବିଶ୍ୱରେ ଦ୍ୱିତୀୟ ଘଟଣା : ପଦରେ ଥାଇ ମାଆ ହେଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିନ୍ଦା

new zealand

ନ୍ୟୁଜିଲାଣ୍ଡରେ ସେଲିବ୍ରେସନର ମାହୋଲ । ମାଆ ହୋଇଛନ୍ତି ନ୍ୟୁଜିଲାଣ୍ଡ୍‌ର ପ୍ରଧାନମନ୍ତ୍ରୀ ଜେସିନ୍ଦା ଆର୍ଡର୍ଣ୍ଣ । ଅକ୍‌ଲାଣ୍ଡ ହସ୍ପିଟାଲରେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଶିଶୁ କନ୍ୟାଟି ସୁସ୍ଥ ଅଛି । ତା’ର ଓଜନ ରହିଛି ୩ କେଜି ୩୧ ଗ୍ରାମ । ତେବେ ନବଜାତ କନ୍ୟାର ନାମକରଣ ହୋଇନାହିଁ । ଗତ ଅକ୍ଟୋବର ମାସରେ ୩୭ ବର୍ଷୀୟା ଜେସିନ୍ଦା ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ । ମାଆ ହେବା ପରେ ଜେସିନ୍ଦା ଛଅ ସପ୍ତାହ ପାଇଁ ଛୁଟିରେ ଅଛନ୍ତି । ପ୍ରଧାନମନ୍ତ୍ରୀ ଜେସିନ୍ଦା ମାଆ ହେବା ଖବର ପ୍ରଚାର ହେବା ପରେ ନ୍ୟୁଜିଲାଣ୍ଡରେ ଉତ୍ସବ ମନାଯାଉଛି । ବିଶ୍ୱର ବିଭିନ୍ନ ଦେଶରୁ ଜେସିନ୍ଦାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ । ପ୍ରଧାନମନ୍ତ୍ରୀ ପଦବୀରେ ଥାଇ ସନ୍ତାନ ଜନ୍ମ ଦେବାରେ ବିଶ୍ୱରେ ଏହା ଦ୍ୱିତୀୟ ଘଟଣା । ପୂର୍ବରୁ ୧୯୯୦ ମସିହାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିବା ବେଳେ ବେନଜିର ଭୁଟ୍ଟୋ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.