ନ୍ୟୁଜିଲାଣ୍ଡରେ ଲକ୍‌ଡାଉନ୍‌ ଘୋଷଣା, ୧୦୨ ଦିନ ପରେ ସାମ୍ନାକୁ ଆସିଲା ପ୍ରଥମ କରୋନା ମାମଲା

ସାରା ବିଶ୍ୱରେ କରୋନାର ଆତଙ୍କ ଜାରି ରହିଥିବା ବେଳେ ଦୀର୍ଘ ୩ ମାସ ହେବ ନ୍ୟୁଜିଲାଣ୍ଡରେ ଗୋଟିଏ ବି ମାମଲା ସାମ୍ନାକୁ ଆସିନଥିଲା। ଏବେ ୧୦୨ ଦିନ ପରେ ନ୍ୟୁଜିଲାଣ୍ଡରେ ପୁଣିଥରେ ସଂକ୍ରମଣ ଦେଖାଦେଇଛି। ଗୋଟିଏ ମାମଲା ସାମ୍ନାକୁ ଆସିବା ପରେ ସାରା ଦେଶରେ ପୁଣିଥରେ କଡ଼ା ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ଏଥିସହ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ବି କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ଏହା ପୂର୍ବରୁ ଦେଶରେ କମ୍ୟୁନିଟି ଟ୍ରାନ୍ସମିଶନର କେସ୍‌ ମେ ୧ରେ ନଜର ଆସିଥିଲା।

newzeland2

ସାରା ଦୁନିଆ କରୋନା ମହାମାରୀ ସହ ଲଢ଼ୁଥିବା ବେଳେ ମାତ୍ର ୫୦ ଲକ୍ଷ ଜନସଂଖ୍ୟାଯୁକ୍ତ ଦେଶ ନ୍ୟୁଜିଲାଣ୍ଡରେ ଫେବ୍ରୁଆରୀରେ ପ୍ରଥମ ମାମଲା ଆସିଥିଲା। ଏହା ପରେ ଏବେ ଯାଏଁ ମାତ୍ର ୧୫୭୦ଟି ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ ୧୫୨୬ ଜଣ ସୁସ୍ଥ ହୋଇଛନ୍ତି। ଏଥିରୁ ୨୨୨ ଜଣଙ୍କ ମୃତ୍ୟୁ ଘଟିଛି। କରୋନା ମହାମାରୀକୁ ମୁକାବିଲା କରିବାରେ ନ୍ୟୁଜିଲାଣ୍ଡ କମ୍‌ ସମୟରେ ସଫଳ ହୋଇଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ଅନ୍ୟ ଦେଶମାନେ ମଧ୍ୟ ତାଙ୍କୁ ପ୍ରଶଂସା କରିଥିଲେ।

ମାତ୍ର ଏବେ ପୁଣିଥରେ କରୋନା ମାମଲା ସାମ୍ନାକୁ ଆସିବା ପରେ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏଣୁ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଲକ୍‌ଡାଉନ୍‌କୁ କଡ଼ା କରିବାକୁ ସମସ୍ତ ଦେଶ ଲାଗିପଡ଼ିଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.