ଗୋଟିଏ କରୋନା କେସ୍ ଚିହ୍ନଟ ହେବା ପରେ ନ୍ୟୁଜିଲାଣ୍ଡରେ ଲକଡାଉନ ଘୋଷଣା

ପୁଣି ଫେରିଲା ଲକଡାଉନ। ଗୋଟିଏ କରୋନା କେସ ଚିହ୍ନଟ ହେବା ପରେ ନ୍ୟୁଜିଲାଣ୍ଡକୁ ୩ ଦିନ ପାଇଁ ଲକଡାଉନ କରାଯାଇଛି। ଛଅ ମାସ ପରେ ନ୍ୟୁଜିଲାଣ୍ଡରେ କରୋନା କେସ୍‌ ଚିହ୍ନଟ ହୋଇଛି। ଅକଲ୍ୟାଣ୍ଡରେ ବାହାରିଛି ଡେଲ୍ଟା ଭାରିଏଣ୍ଟ। ଏଣୁ ମଙ୍ଗଳବାର ରାତିରୁ ୩ ଦିନ ପାଇଁ ଲକଡାଉନ ଲାଗୁ ହୋଇଛି। ଏଥିସହ ଅକଲ୍ଯାଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ଗୋଟିଏ ସପ୍ତାହ କଟକଣା ଲାଗିବ। ଅକଲାଣ୍ଡରେ ଜଣେ ୫୮ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଠାରେ ଟେଷ୍ଟିଂ ଓ ଟ୍ରେସିଂକୁ ଜୋରଦାର କରାଯିବ ବୋଲି ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡେନ ଘୋଷଣା କରିଛନ୍ତି। ତେବେ ଟେଷ୍ଟିଙ୍ଗ ପରେ ଆଉ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।

କରୋନା ଲକଡାଉନ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ନ୍ୟୁଜିଲାଣ୍ଡରେ ଦୀର୍ଘ ୬ ମାସ ହେଲା କୌଣସି ନୂଆ କରୋନା ରୋଗୀ ଚିହ୍ନଟ ହୋଇନଥିଲେ । ଏବେ ଜଣଙ୍କ ଶରୀରରୁ ଭାଇରସ ଚିହ୍ନଟ ହୋଇଛି । ବିପଦପୂର୍ଣ୍ଣ ଡେଲ୍ଟା ଷ୍ଟ୍ରେନ ପାଇଁ କୌଣସି ପ୍ରକାରର ରିସ୍କ ନେଇପାରିବୁ ନାହିଁ । ଡେଲ୍ଟା ଷ୍ଟ୍ରେନ କ’ଣ କରିପାରେ, ସେକଥା ଆମେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଦେଖିଛୁ । ଠିକଣା ସମୟରେ ଏହାକୁ ରୋକା ନ ଗଲେ ପରିସ୍ଥିତି ବିଗିଡ଼ି ଯିବାର ଆଶଙ୍କା ରହିଛି । ନ୍ୟୁଜିଲାଣ୍ଡରେ କରୋନା ଆରମ୍ଭରୁ ସଂକ୍ରମଣ ସେତେଟା ବ୍ଯାପିନାହିଁ । ୫୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶରେ କରୋନା ଯୋଗୁ ୨୬ ଜଣଙ୍କ ମୃତ୍ୟୁ ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.