ଦେଶ ବିଦେଶ

ପାକ୍‌ରେ ପିଲା ଚୋରି: ହସ୍ପିଟାଲରେ ନବଜାତକ ଜାଗାରେ କଣ୍ଢେଇ ରଖି ଛୁଆକୁ ଅପହରଣ କରିନେଲେ ଦୁର୍ବୃତ୍ତ

ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ହସ୍ପିଟାଲରେ ଏକ ନବଜାତ ଶିଶୁ କନ୍ୟାକୁ ଅପହରଣ କରି ଅପହରଣକାରୀ ତା’ ସ୍ଥାନରେ ଏକ କଣ୍ଢେଇ ରଖିଦେଇଛନ୍ତି। ଏହି ଛାତିଥରା ଘଟଣା ଘଟିଛି ଅକ୍ଟୋବର ୩୧ରେ। ଦୁବୃର୍ତ୍ତମାନେ ରାଓ୍ଵଲପିଣ୍ଡି ସହରର ହୋଲି ଫ୍ୟାମିଲି ହସ୍ପିଟାଲରେ ଛୁଆ ଶୋଇଥିବା ଝୁଲାରୁ ନବଜାତକକୁ ନେଇ ତା’ ସ୍ଥାନରେ ଏକ କଣ୍ଢେଇ ରଖି ଦେଇଛନ୍ତି। ଶିଶୁ କନ୍ୟାର ପରିବାର ଲୋକେ ଏନେଇ ଜାଣିବା ପରେ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇବା ପରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ ମୁତାବକ, ହୋଲି ଫ୍ୟାମିଲି ହସ୍ପିଟାଲର ଚିକିତ୍ସାଧିକାରୀ ଏନେଇ ପୋଲିସକୁ ଖବର ଦେଇଥିଲେ। ସେ କହିଛନ୍ତି, ଏହି ଘଟଣା ୩୧ ଅକ୍ଟୋବର ଅପରାହ୍ନ ୧ଟେ ବେଳେ ଘଟିଛି। ପୋଲିସ ତଦନ୍ତରେ ସହାୟତା କରିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ପିଲା ଚୋରି ପରେ ପରିଜନ ଲୋକେ ହସ୍ପିଟାଲ କର୍ମଚାରୀଙ୍କ ଚରମ ଅବହେଳାକୁ ଦାୟୀ କରି ମେଡିକାଲ ସାମ୍ନାରେ ଗଣ୍ଡଗୋଳ କରିଛନ୍ତି, ଯାହାର ଭିଡିଓ ପାକିସ୍ତାନରେ ଖୁବ୍‌ ଭାଇରାଲ ହେଉଛି।

ଲୋକମାନେ ଗଣ୍ଡଗୋଳ କରିବା ପରେ ରାଓ୍ଵଲ ପିଣ୍ଡି ପୋଲିସ ଉର୍ଦ୍ଦୁରେ ଏକ ଟ୍ଵିଟ୍‌ କରିଛନ୍ତି। ଏଥିରେ କୁହାଯାଇଛି ଯେ ହୋଲି ଫ୍ୟାମିଲି ହସ୍ପିଟାଲରୁ ନବଜାତକର ଅପହରଣ କରାଯାଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ କହିଛନ୍ତି, ତଦନ୍ତ ଚାଲିଛି ଓ ଖୁବ୍‌ଶୀଘ୍ର ଦୋଷୀଙ୍କୁ ଗିରଫ କରି କୋର୍ଟରେ ଉପସ୍ଥାପନ କରାଯିବ।

ତେବେ ପାକିସ୍ତାନର ହସ୍ପିଟାଲରୁ କୌଣସି ନବଜାତକ ଅପହରଣ ହେବା ପ୍ରଥମ ନୁହେଁ। ଏହା ପୂର୍ବରୁ ବୁର୍ଖା ପିନ୍ଧି ଜଣେ ମହିଳା ଫୈସଲାବାଦର ଏଲାଇଡ୍‌ ହସ୍ପିଟାଲରୁ ଏକ ନବଜାତକକୁ ଅପହରଣ କରିଥିଲେ। ଫୈସଲାବାଦର ନିସାର କଲୋନୀ ନିବାସୀ ନୋଶିନ୍‌ ହସ୍ପିଟାଲରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ପରେ ବୁର୍ଖା ପିନ୍ଧି ଜଣେ ମହିଳା ହସ୍ପିଟାଲରେ ମା’ଙ୍କ ରୁମ୍‌ ଭିତରକୁ ପ୍ରବେଶ କରିଥିଲେ ଓ ପରିବାରକୁ ଶୁଭେଚ୍ଛା ଜଣାଇଥିଲେ। ଏହା ପରେ ମା’ କୋଳରୁ ଛୁଆକୁ ଟିକା ଦେବାକୁ ନେଇଥିଲେ ଓ ହସ୍ପିଟାଲରୁ ଫେରାର ହୋଇଯାଇଥିଲେ।

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

5 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago