ଏଣିକି ସବୁ ଯବାନଙ୍କୁ ମିଳିବ ଘର ଭଡା, ୨୦୦୬ ରୁ ପିଛିଲା ଭାବେ ଲାଗୁ ହେବ ନିୟମ

ସେନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ସରକାର । ଏଣିକି ଯବାନଙ୍କୁ ମିଳିବ ଘରଭଡା । ଭାରତୀୟ ସେନାରେ କାର୍ଯ୍ୟରତ ଜୁନିୟର କମିସଣ୍ଡ ଅଧିକାରୀ ଓ ଯବାନ ମାନଙ୍କୁ ଏହି ସୁବିଧା ମିଳିବାକୁ ଯାଉଛି | ଚିଫ ଅଫ ଡିଫେନ୍ସ ଆର୍ମି ତରଫରୁ ଏହି ସୁବିଧା ମିଳିବା ନେଇ ସୂଚନାରୁ ଜଣାଯାଇଛି
। ବିଭାଗ ତରଫରୁ ଏଣିକି ସମସ୍ତ ଯବାନ( ବାୟୁସେନା, ସ୍ଥଳ ସେନା, ନୌସେନା) ଅଧିକାରୀଙ୍କୁ ସେମାନଙ୍କ ରାଙ୍କ ଆଧାରରେ ଘର ଭଡା ଦିଆଯିବ । ଏନେଇ ଅଧିକାରୀକ ଭାବରେ ଘୋଷଣା ହୋଇସାରିଲାଣି । କିନ୍ତୁ ନିୟମ ୨୦୦୬ରୁ ପିଛିଲା ଭାବରେ ଲାଗୁ ହେବା ନେଇ ଜଣାଯାଇଛି । ଏକ ଆନୁମାନିକ ମୂଲ୍ୟରୁ ଜଣାଯାଇଛି ଏହି ନିୟମ ଜାରି ହେଲେ ଯବାନ ମାନଙ୍କୁ ଏକ ହଜାର କୋଟି ଟଙ୍କାର ଲାଭ ମିଳିପାରିବ ।

କଣ ଏହି ବ୍ୟବସ୍ଥା:

ତିନି ବିଭାଗ ବାୟୁସେନା, ସ୍ଥଳ ସେନା, ନୌସେନା ପାଇଁ ସରକାରଙ୍କ ପକ୍ଷରୁ ଏହି ନିୟମ ଲାଗୁ ହେବ । ଏହି ନିୟମ ଅନୁଯାୟୀ ଯେଉଁ ଯବାନ ମାନେ ବ୍ୟକ୍ତିଗତ ଭାବରେ ଘର ଭଡା ନେଇ ରହୁଛନ୍ତି ସେମାନେ ଏଣିକି ନିଜ ପଦବୀ ଅନୁସାରେ ହୋମ ଆଲାଉନ୍ସ ବା ଘର ଭଡ଼ା ପାଇପାରିବେ । ଆର୍ମିରେ ଏହାକୁ ଏମଏସିପି ବା ମିନିମମ ଇଶ୍ଵୟାର୍ଡ଼ କ୍ୟାରିୟର ପ୍ରଙ୍ଗରେସନ ବୋଲି କୁହାଯାଇଥାଏ ।

ଅନ୍ୟପକ୍ଷରେ, ଯଦି କୌଣସି ଯବାନଙ୍କୁ ନିର୍ଦ୍ଦିଷ୍ଟ କୌଣସି ପଦବୀ ମିଳିନଥାଏ । ତେବେ ସେ ପାଉଥିବା ଦରମା ଆଧାରରେ ତାଙ୍କୁ ଘର ଭଡା ଯୋଗାଇ ଦିଆଯିବ । କହିରଖିବା ଉଚିତ ହେବକି ବାୟୁସେନା ତଥା ନୌସେନା ପକ୍ଷରୁ ଏହି ବ୍ୟବସ୍ଥା ଲାଗୁ କରାଯାଇଥିଲେ ମଧ୍ୟ ରାଙ୍କ ଆଧାରରେ ହିଁ ସେମାନଙ୍କୁ ଭତ୍ତା ମିଳି ଆସୁଥିଲା ।

You might also like