ସିମଲାରେ ନୁହେଁ, ବେଙ୍ଗଳୁରୁରେ ହେବ ବିରୋଧୀ ଦଳଙ୍କ ପରବର୍ତ୍ତି ବୈଠକ
ସିମଲାରେ ନୁହେଁ, ବେଙ୍ଗଳୁରୁରେ ହେବ ବିରୋଧୀ ଦଳଙ୍କ ପରବର୍ତ୍ତି ବୈଠକ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ଏକଜୁଟ ହେଇଥିବା ବିରୋଧୀ ଦଳର ପରବର୍ତ୍ତୀ ବୈଠକ ବେଙ୍ଗଳୁରୁରେ ଅନୁଷ୍ଠିତ ହେବ ।
ସିମଲାରେ ନୁହେଁ, ବେଙ୍ଗଳୁରୁରେ ହେବ ବିରୋଧୀ ଦଳଙ୍କ ପରବର୍ତ୍ତି ବୈଠକ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ଏକଜୁଟ ହେଇଥିବା ବିରୋଧୀ ଦଳର ପରବର୍ତ୍ତୀ ବୈଠକ ବେଙ୍ଗଳୁରୁରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ବୈଠକ ଶିମଲାରେ ଅନୁଷ୍ଠିତ ହେବ ବୋଲି କୁହାଯାଉଥିଲା ।
ତେବେ ବିରୋଧୀଙ୍କ ପରବର୍ତ୍ତୀ ବୈଠକ ୧୩ ଏବଂ ୧୪ ଜୁଲାଇରେ ହେବ ବୋଲି ଏନ୍ସିପି ସୁପ୍ରିମୋ ଶରଦ ପାୱାର ସୂଚନା ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଯୋଗ ଉପରେ ପାୱାର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ପାଟନାରେ ବିରୋଧୀ ଦଳର ବୈଠକ ପରେ ବିଜେପି ଅଶାନ୍ତ ହୋଇପଡିଛି। ଯେଉଁଠି ବିଜେପି ସରକାର ଅଛି, ସେଠାରେ ଜାତି, ଧର୍ମ ନାଁରେ ଦଙ୍ଗା ଚାଲିଥିବା ସେ ଅଭିଯୋଗ ଆଣିଛନ୍ତି ।