NHAI ର ବିଶ୍ୱ ରେକର୍ଡ, ମାତ୍ର ୧୮ ଘଣ୍ଟାରେ ତିଆରି କଲା ୨୫ କିଲୋମିଟରର ରାସ୍ତା

ମାତ୍ର କିଛି ଘଣ୍ଟା ମଧ୍ୟରେ ୨୫.୫୪ କିଲୋମିଟର ରାସ୍ତା ତିଆରି କରି ରେକର୍ଡ କରିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(NHAI)। ଏହି ୨୫.୫୪ କିଲୋମିଟରର ସିଙ୍ଗଲ ଲେନ୍‌ ରାସ୍ତା ଏନ୍‌ଏଚ୍‌-୫୨ରେ ବିଜୟପୁର ଓ ସୋଲାପୁର ମଧ୍ୟରେ ତିଆରି ହୋଇଛି। ଏନେଇ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଟ୍ଵିଟରରେ ସେ ପୋଷ୍ଟ କରି ଲେଖିଛନ୍ତି, ଏହା ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛି।

ଏନ୍‌ଏଚ୍‌ଏଆଇ ବିଜୟପୁର ଓ ସୋଲାପୁର ମଧ୍ୟରେ ଏନ୍‌ଏଚ୍‌-୫୨ରେ ସିଙ୍ଗଲ ଲେନ୍‌ ୨୫.୫୪ କିଲୋମିଟରର ରାସ୍ତା ମାତ୍ର ୧୮ ଘଣ୍ଟାରେ ତିଆରି କରିଛନ୍ତି। ସୂଚନାଯୋଗ୍ୟ ଯେ ଏହି ହାଇୱେ ବେଙ୍ଗାଲୁରୁ-ବିଜୟପୁରା-ଔରଙ୍ଗାବାଦ-ଗ୍ଵାଲିୟର କରିଡରର ଅଂଶ। ସୋଲାପୁର- ବିଜାପୁର ରାଜପଥ ଯାତ୍ରୀଙ୍କ ପାଇଁ ଯାତ୍ରା ସମୟକୁ କମାଇଦେବ ଓ ସଡ଼କ ସୁରକ୍ଷା ମଧ୍ୟ ବଢ଼ାଇଦେବ।

ଏ ଅବସରରେ କେନ୍ଦ୍ର ମନ୍ତ୍ରୀ ନୀତିନ୍‌ ଗଡ଼କରୀ ଏହି ରାସ୍ତା ନିର୍ମାଣ କରିଥିବା କମ୍ପାନୀ ଓ ତାଙ୍କ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ରାସ୍ତା ତିଆରି କରିବା ପାଇଁ ୫୦୦ କର୍ମଚାରୀ କାମ କରୁଥିଲେ। ଏମାନେ ଆଗକୁ ୧୧୦ କିଲୋମିଟର ହାଇୱେ ମଧ୍ୟ ତିଆରି କରିବେ। ଏହି ହାଇୱେର କାମ ୨୦୨୧ ଭିତରେ ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.