ବିଜେପି ଯୁବମୋର୍ଚ୍ଚା ନେତାଙ୍କ ହତ୍ୟା ଅପରାଧୀ ଦୁଇ ପିଏଫଆଇ ସଦସ୍ୟଙ୍କ ନାମରେ ଏନଆଇଏ ଘୋଷଣା କଲା ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର

ନୂଆଦିଲ୍ଲୀ : ଜାତୀୟ ଗୁଇନ୍ଦା ସଂସ୍ଥା(ଏନଆଇଏ) ଦୁଇ ପିଏଫଆଇ ସଦସ୍ୟଙ୍କ ନାମରେ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତି । ଏହି ଦୁଇ ସଦସ୍ୟ ବିଜେପି ଯୁବମୋର୍ଚ୍ଚା ନେତା ପ୍ରବୀଣ ନିତାରୁଙ୍କ ହତ୍ୟା ଅପରାଧରେ ଓ୍ଵାଣ୍ଟେଡ ଅଛନ୍ତି । ଏନଆଇଏ ଓ୍ଵାଣ୍ଟେଡ ପୋଷ୍ଟରରେ ଥିବା ଏହି ଉଭୟ ସଦସ୍ୟ କର୍ଣ୍ଣାଟକର ବୋଲି ଜଣାଯାଇଛନ୍ତି ।

ଏନଆଇଏ ଏହି ଦୁଇ ପିଏଫଆଇ ନେତା କୋଡାଜି ମହମ୍ମଦ ସରିଫ (୫୩) ଏବଂ ମାସୁଦ କା (୪୦) ଙ୍କ ନାମରେ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତି । ଏନଆଇଏ ପୋଷ୍ଟର ଜାରି କରି ଲେଖିଛି, ଯିଏ କେହି ଏହି ଦୁଇ ଅପରାଧୀଙ୍କ ଗିରଫ କରିବାରେ କିଛି ଖବର ଦେବେ ତାଙ୍କୁ ପୁରସ୍କାର ଦିଆଯିବ । ତେବେ ଉକ୍ତ ବ୍ୟକ୍ତିଙ୍କର ପରିଚୟ ଗୁପ୍ତ ରଖାଯିବ । ଉଭୟ ଅପରାଧୀ ଯୁବମୋର୍ଚ୍ଚା ନେତା ପ୍ରବୀଣ ନିତାରୁଙ୍କ ହତ୍ୟାରେ ଅଭିଯୁକ୍ତ ଅଛନ୍ତି ।

ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା କର୍ମୀ ପ୍ରବୀଣ ନିତାରୁଙ୍କୁ କେହି ଅଜଣା ବ୍ୟକ୍ତି ୨୬ ଜୁଲାଇ ୨୦୨୨ ରେ ସେ ଘରକୁ ଯିବା ବାଟରେ ହତ୍ୟା କରିଥିଲେ । ପୋଲିସ ତଦନ୍ତ ବେଳେ ଏଥିରେ ପିଏଫଆଇ ଜଡିତ ଥିବା ଜଣାପଡିବା ପରେ ଏହି ମାମଲା ଏନଆଇଏ କୁ ହସ୍ତାନ୍ତର କରାଯାଇଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.