ଭାରତ ନିର୍ମିତ ୪ ‘ପ୍ରଚଣ୍ଡ’ ହେଲିକପ୍ଟର କିଣିବ ନାଇଜେରିଆ

ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (HAL)ରୁ ନାଇଜେରିଆ କିଣିବାକୁ ଯାଉଛି ଚାରୋଟି ହାଲୁକା ଯୁଦ୍ଧ ହେଲିକପ୍ଟର ‘ପ୍ରଚଣ୍ଡ’ । ଏଥିପାଇଁ ସେମାନେ ସଫ୍ଟ କ୍ରେଡିଟ୍ ବ୍ୟବସ୍ଥା କରୁଛନ୍ତି । ନାଇଜେରିଆ ସେନା ଅଧିକାରୀମାନେ ଧ୍ରୁବ ହେଲିକପ୍ଟର ଉଡ଼ାଇବା ଅଭ୍ୟାସ କରିଛନ୍ତି । ପ୍ରଚଣ୍ଡ ଏହି ହେଲିକପ୍ଟର ଆଧାରରେ ହିଁ ନିର୍ମିତ ।

ପ୍ରଚଣ୍ଡ ଉଡ଼ାଣ ପାଇଁ ଏହି ତାଲିମ ଜରୁରୀ ଥିଲା । ନାଇଜେରିଆ ଅଧିକାରୀ ଏବଂ HAL ମଧ୍ୟରେ ଆଲୋଚନା ଖୁବ୍‌ ଶୀଘ୍ର ଶେଷ ହେବ । ଭାରତରେ ବର୍ତ୍ତମାନ ଯୋଧପୁର ଏୟାରବେସରେ ସ୍ୱଦେଶୀ ହାଲୁକା ଯୁଦ୍ଧ ହେଲିକପ୍ଟର ନିୟୋଜିତ ରହିଛି । ଏହି ହେଲିକପ୍ଟରଗୁଡ଼ିକର ନିୟୋଜନ ଦ୍ୱାରା ସୀମାରେ ଆତଙ୍କବାଦୀ ଗତିବିଧି ଉପରେ ବିରାମ ଲାଗିବ ।

ବାୟୁସେନା ଆହୁରି ୯୫ଟି ହାଲୁକା ଯୁଦ୍ଧ ହେଲିକପ୍ଟର କିଣିବାକୁ ଯୋଜନା କରିଛି । ପ୍ରଚଣ୍ଡରେ ଦୁଇଜଣ ଲୋକ ବସିପାରିବେ । ୫୧.୧୦ ଫୁଟ ଲମ୍ବା ଏହି ହେଲିକପ୍ଟରର ଉଚ୍ଚତା ରହିଛି ୧୫.୫ ଫୁଟ । ଏହାର ଓଜନ ୫୮୦୦ କିଲୋଗ୍ରାମ । ଘଣ୍ଟା ପ୍ରତି ଏହା ୨୬୮ କିଲୋମିଟର ବେଗରେ ଉଡିପାରେ । ଯୁଦ୍ଧ ପରିସର ହେଉଛି ୫୫୦ କିଲୋମିଟର ।

ଏହି ହେଲିକପ୍ଟରକୁ ଧ୍ରୁବରୁ ବିକଶିତ କରାଯାଇଛି । ୧୯୯୯ରେ କାର୍ଗିଲ ଯୁଦ୍ଧ ସମୟରେ ଏହି ହେଲିକପ୍ଟରର ଆବଶ୍ୟକତା ଅନୁଭବ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like