ମହାରାଷ୍ଟ୍ର ସରକାର ପୁଣି ଟାଇଟ୍‌ କଲେ କରୋନା କଟକଣା, ଆଜିଠୁ ରାଜ୍ୟରେ ଲାଗିବ ନାଇଟ୍ କର୍ଫ୍ୟୁ, ବିଦେଶୀ ଯାତ୍ରୀଙ୍କ ପାଇଁ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ

ମହାରାଷ୍ଟ୍ର : ନୂଆ ବର୍ଷରେ କରୋନାକୁ ମାତ ଦେବାକୁ ମହାରାଷ୍ଟ୍ର ସରକାରଙ୍କ କଡା ପଦକ୍ଷେପ । ୨୦୨୧ରେ ଯେପରି କରୋନା ମାମଲା ଅଧିକ ନହେବ ସେଥପ୍ରତି ଧ୍ୟାନ ଦେଉଛନ୍ତି ଉଦ୍ଧବ ସରକାର । ଆଜିଠୁ ରାଜ୍ୟରେ ଲାଗିବ ନାଇଟ୍‌ କର୍ଫ୍ୟୁ । ଜାନୁଆରୀ ୫ ତାରିଖ ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରିକାଳିନ କର୍ଫ୍ୟୁ ଲାଗୁହେବ । କେବଳ ପୌରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଜାରି ହେବ । ସେହିପରି ଖ୍ରୀଷ୍ଟମାସ ଓ ନୂଆ ବର୍ଷରେ ପାର୍ଟିର ଆୟୋଜନ ପାଇଁ ଗାଇଡ୍‌ ଲାଇନ୍‌ ଜାରି ହୋଇଛି ।

ଖ୍ରୀଷ୍ଟମାସ ଓ ନୂଆ ବର୍ଷ ବେଳେ ଭୋଜିଭାତ ଏବଂ ପାର୍ଟିର ଆୟୋଜନ ଉପରେ ରୋକ୍‌ ଲଗାଯାଇଛି । ଏଥିସହ ରେଷ୍ଟୁରାଣ୍ଟ ଏବଂ ହୋଟେଲ ଗୁଡିକୁ ଦିଆଯାଇଥିବା ଏସଓପିକୁ ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପଟେ ୟୁରୋପ ଏବଂ ମଧ୍ୟପୂର୍ବ ଦେଶରୁ ଆସୁଥିବା ଯାତ୍ରୀଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ହେବ । କ୍ୱାରେଣ୍ଟାଇନରେ ରହିବାର ପଞ୍ଚମ କିମ୍ବା ସପ୍ତମ ଦିନରେ ଆରଟି ପିସିଆର ପରୀକ୍ଷା ହେବ । ଇତିମଧ୍ୟରେ ଟିକାକରଣ ପାଇଁ ବିଏମସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । କିଭଳି ଭାବେ ସମସ୍ତଙ୍କୁ ଭ୍ୟାକସିନ ଦିଆଯିବ ସେଥିପାଇଁ ବୈଠକ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.