ଡିସେମ୍ବର ପହିଲାରୁ ପଞ୍ଜାବରେ ଲାଗୁ ହେବ ନାଇଟ କର୍ଫ୍ୟୁ, ରାତି ୧୦ ଟାରୁ ଭୋର ୫ଟା ପର୍ଯ୍ୟନ୍ତ ସବୁକିଛି ବନ୍ଦ

କରୋନା ଆକ୍ରାନ୍ତ ଦିନ କୁ ଦିନ ବଢି ଚାଲିଥିବାରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ରାଜ୍ୟରେ ନାଇଟ କର୍ଫ୍ୟୁ ଡିସେମ୍ବର ପହିଲାରୁ ଜାରି କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ମୁତାବକ ଡିସେମ୍ବର ୧ ତାରିଖ ଠାରୁ ୧୫ ତାରିଖ ଯାଏଁ ରାଜ୍ୟର ସମସ୍ତ ସହର ସମେତ ଗାଁ ମାନଙ୍କରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯିବ | ଆଉ ଯେଉଁ ମାନେ ଏହି ନିୟମ ଗୁଡିକୁ ଅମାନ୍ୟ କରିବେ ସେମାନଙ୍କ ଠାରୁ ଦୁଇ ଗୁଣା ଜୋରିମାନା ଆଦାୟ କରାଯିବା ନେଇ ନିର୍ଦ୍ଦେଶନାମା ଜାରି ହୋଇଛି

night curfew

ଆସନ୍ତା ମଙ୍ଗଳବାର ଠାରୁ ରାତି ୧୦ଟାରୁ ଭୋର ୫ଟା ପର୍ଯ୍ୟନ୍ତ ରାତ୍ରୀ କାଳୀନ କର୍ଫ୍ୟୁ ଲାଗୁ କରାଯିବ। ଏହି ସମୟ ମଧ୍ୟରେ କେବଳ ଜରୁରୀ ସେବା ତଥା ଅନୁଷ୍ଠାନକୁ ଛାଡ଼ି ସମସ୍ତ ଅନୁଷ୍ଠାନ ସମେତ ବନ୍ଦ ରହିବ ଏହା ସହ ଯାତାୟାତ ଉପରେ ବି କଟକଣା ଲାଗୁ କରାଯିବ । ସେହିପରି ବିବାହ ଭୋଜି, ରେଷ୍ଟୁରାଣ୍ଟ ଓ ହୋଟେଲ ରାତି ୯.୩୦ରୁ ବନ୍ଦ କରାଯିବ ଯଦି କେହି କୋଭିଡ ନିୟମ ଉଲ୍ଲଙ୍ଘନ କରେ, ତା’ହେଲେ ତାଙ୍କ ଥରୁ ୧୦୦୦ ଟଙ୍କାର ଜୋରିମାନା ଆଦାୟ କରାଯିବ । ଶୀତ ପ୍ରକୋପରେ କରୋନାର ଦ୍ୱିତୀୟ ଲହରୀ ଆସିବାର ଆଶଙ୍କା ଥିବାର ସରକାର ଏଭଳି ପଦକ୍ଷେପ ନେଇଥିବା ଜଣାଯାଇଛି

ସୂଚନା ମୁତାବକ ମଙ୍ଗଳବାର ପଞ୍ଜାବରେ କରୋନା କାରଣରୁ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପରି କି ପଞ୍ଜାବର ଜଣେ ବରିଷ୍ଠ ଅଧିକାରୀଙ୍କ ସମେତ ୬ ଅଧିକାରୀଙ୍କ ରିପୋର୍ଟ ପଜିଟିଭ ଆସିଛି। ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଏଭଳି ପଦକ୍ଷେପ ପଞ୍ଜାବ ସରକାର ନେଇଥିବା ନେଇ ସ୍ପଷ୍ଟ ହୋଇଛି

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.