ନିକ୍କି ହେଲି କିଏ ? କାହିଁକି ଚର୍ଚ୍ଚାରେ ?

ନ୍ଯୁୟର୍କ(କେନ୍ଯୁଜ୍) : ଆମେରିକାର ବୈଦେଶିକ ମନ୍ତ୍ରାଳୟ ଗତବର୍ଷ ୟୁଏନ୍ ରେ ଆମେରିକୀୟ ରାଜଦୂତ ନିକ୍କି ହେଲିଙ୍କ ସରକାରୀ ଆବାସରେ ପରଦା ଲଗାଇବା ପାଇଁ ୫୨ହଜାର ୭୦୧ ଡଲାର ଖର୍ଚ୍ଚ କରିଥିଲେ । ଏହାକୁ ନେଇ ବର୍ତ୍ତମାନ  ବିଦେଶ ମନ୍ତ୍ରାଳୟ ପ୍ରଶ୍ନ ଘେରରେ ରହିଛି । କାହିଁକି ନା ସେତେବେଳେ ଦେଶର ବିଭିନ୍ନ ଖର୍ଚ୍ଚକୁ କଟାଯାଉଥିଲା । ଏମିତିକି ସେହି ସମୟରେ ନୂତନ ରାଜନୈତିଜ୍ଞ ମାନଙ୍କର ନିଯୁକ୍ତି ମଧ୍ଯ ବନ୍ଦ କରିଦିଆଯାଇଥିଲା ।

nikki helayନ୍ଯୁୟର୍କ ଟାଇମ୍ସରେ ଛପା ଯାଇଥିବା ଏକ ରିପୋର୍ଟ ଅନୁସାରେ ହେଲିଙ୍କ ପାଇଁ ବିଦେଶ ମନ୍ତ୍ରାଳୟ ୨୦୧୬ ରେ ୟୁଏନ୍ ମୁଖ୍ଯାଳୟ ନିକଟରେ ଏକ ଆପାର୍ଟମେଣ୍ଟ ଲିଜ୍ ରେ ନେଇଥିଲେ । ଏହି ଆପାର୍ଟମେଣ୍ଟ ପାଇଁ ପ୍ରତି ମାସରେ ୫୮ ହଜାର ଡଲାର ଦିଆଯାଉଥିଲା ଯାହା ଭାରତୀୟ ମୁଦ୍ରାରେ ୪୧ ଲକ୍ଷ ଟଙ୍କା ରହିଥିଲା । ହେଲିଙ୍କ ପ୍ରବକ୍ତା କହିଥିଲେ କି ହେଲିଙ୍କର ଏଥିରେ କୌଣସି ଭୂମିକା ନଥିଲା । ରିପୋର୍ଟ ଅନୁସାରେ, ଯେବେ ଏହି ପର୍ଦା ସବୁକୁ କିଣାଯାଇଥିଲା ସେତେବେଳେ ଖର୍ଚ୍ଚ କାଟିବା ପାଇଁ  ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ନିଯୁକ୍ତି ବନ୍ଦ କରାଯାଇଥିଲା । ପର୍ଦା ପାଇଁ କରାଯାଇଥିବା ଏହି ଖର୍ଚ୍ଚ, ସହରର ବିକାଶ ମନ୍ତ୍ରୀ ବେନ୍ କାର୍ସନଙ୍କ କାର୍ଯ୍ଯାଳୟ ପାଇଁ ୩୧ ହଜାର ଡଲାରରେ କିଣାଯାଇଥିବା ଡାନିଙ୍ଗ ରୁମ୍ ସେଟ୍ ରୁ ସବୁତ ଅଧିକ ଥିଲା । ସେତେବେଳେ ଏହି ଖବର ପ୍ରକାଶ ହେବାପରେ ଟ୍ରମ୍ପ କାସଁନଙ୍କୁ ବହିଷ୍କ୍‌ତ କରିବାକୁ ବିଚାର କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like