କଣ ଆପଣ ବି ରେଲୱେ ଷ୍ଟେସନରେ ପିଉଛନ୍ତି ଲେମ୍ବୁପାଣି ? ତେବେ ଦେଖନ୍ତୁ ଏହି ଭିଡିଓ, କେମିତି ଅସ୍ବାସ୍ଥ୍ୟକର ପରିବେଶରେ ହେଉଛି ପ୍ରସ୍ତୁତ

ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ । କଣ ଆପଣମାନେ ରେଲୱେ ଷ୍ଟେସନରେ ଲେମ୍ବୁପାଣି ପିଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ୍ । ଅସ୍ବାସ୍ଥ୍ୟକର ପରିବେଶରେ ଲେମ୍ବୁପାଣି ପ୍ରସ୍ତୁତ ହେବାର ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ସାରାଜୀବନ ଲେମ୍ବୁପାଣି ପିଇବାକୁ ଇଛା କରିବେନି ।

ଭାଇରାଲ ହେଉଥିବା ଭିଡିଓଟି ହେଉଛି ମୁମ୍ୱାଇର କୁର୍ଲା ରେଲୱେ ଷ୍ଟେସନର । ଯେଉଁଥିରେ ଦେଖିବାକୁ ମିଳିଛି, ଜଣେ କର୍ମଚାରୀ ଗୋଟିଏ ଅପରିଷ୍କାର ବାଲ୍ଟିରେ ହାତରେ ଲେମ୍ବୁ ଚିପୁଡୁଛି । ଏହାପରେ ସେ ଉପରେ ଥିବା ଟାଙ୍କିର ପାଣିକୁ ବ୍ୟବହାର କରୁଛି । ମଝିରେ ପୁଣି ବାଲ୍ଟିରେ ଟାଙ୍କିରୁ ପାଣି ଆଣି ଲେମ୍ବୁପାଣି ତିଆରି କରିବାରେ ଲାଗିପଡେ । ପରେ ପୁଣି ସେହି ଲେମ୍ବୁପାଣିକୁ ଷ୍ଟଲରେ ରଖି ବିକ୍ରି କରିଥାଏ । ଏବେ ଏହି ଭିଡିଓ ସୋସିଆଲ୍ ମିଡିଆରେ ଜବରଦସ୍ତ ଭାଇରାଲ୍ ହେବାରେ ଲାଗିଛି ।

ଭିଡିଓଟି ସାମ୍ନାକୁ ଆସିବା ପରେ ସେଣ୍ଟ୍ରାଲ ରେଲୱେ ଏହା ଉପରେ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ସମସ୍ତ କାଟରିଂ ୟୁନିଟଗୁଡିକୁ ଷ୍ଟେସନ ପରିସରରେ ଲେମ୍ବୁପାଣି, ଅରେଞ୍ଜ ଜୁସ୍ ଏବଂ କାଲା ଖଟ୍ଟାର ବିକ୍ରି ଉପରେ ରୋକ ଲଗାଇବାକୁ ଆଦେଶ ଦେଇଛନ୍ତି ।

ଦେଖନ୍ତୁ ଭିଡିଓ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.