ଦେଶ ବିଦେଶ

ଭୟଙ୍କର ସଡ଼କ ଦୁର୍ଘଟଣା: ଚାଲିଗଲା ଏକାବେଳକେ ୯ ଜଣଙ୍କ ଜୀବନ

ବିହାରର କୈମୁର ଜିଲ୍ଲାରେ ରବିବାର ବିଳମ୍ବିତ ରାତିରେ ଜାତୀୟ ରାଜପଥ-୨ ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହୁ ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ମୋହନିଆ ପୋଲିସ ଷ୍ଟେସନ ଅନ୍ତର୍ଗତ ଦେବକଲି ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣା ପରେ ରାଜପଥରେ ପ୍ରବଳ ଟ୍ରାଫିକ୍ ଜାମ ହୋଇଥିବାବେଳେ, ପୋଲିସ ଏବଂ NHAI ଟିମ୍ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ସାସାରାମରୁ ବାରାଣାସୀ ଅଭିମୁଖେ ଯାଉଥିବା ସ୍କର୍ପିଓ ମୋହନିଆ ଜାତୀୟ ରାଜପଥ-୨ ନିକଟ ଦେବକାଲି ଗ୍ରାମ ନିକଟରେ ପହଞ୍ଚିବା ମାତ୍ରକେ ପ୍ରଥମେ ଏକ ବାଇକ୍ ଆରୋହୀଙ୍କୁ ଧକ୍କା ଦେବା ପରେ ଡିଭାଇଡ ପାର୍ ହୋଇ ସିଧା ଆରପାର୍ଶ୍ୱ ରାସ୍ତାକୁ ଚାଲିଯାଇଥିଲା । ଏହାପରେ ସାମ୍ନାରୁ ଆସୁଥିବା ଏକ କଣ୍ଟେନଏର ସହିତ ଧକ୍କା ହୋଇଥିଲା । ଏହି କାରଣରୁ ସ୍କର୍ପିଓରେ ଥିବା ଯାତ୍ରୀ ଏବଂ ବାଇକ୍ ଡ୍ରାଇଭର ସମେତ ମୋଟ ୯ ଜଣଙ୍କର ଘଟଣାସ୍ଥଳରେ ଦୁଃଖଦ ମୃତ୍ୟୁ ଘଟିଛି ।  ଏପଟେ ମୃତକ ମାନଙ୍କ ପରିଚୟ ମିଳିଥିବାବେଳେ, ବର୍ତ୍ତମାନ ପୋଲିସ ମୃତଦେହକୁ ଭଭୁଆ ସଦର ଡାକ୍ତରଖାନାକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ।

ସ୍କର୍ପିଓଟି ଉତ୍ତରପ୍ରଦେଶ ଆଡକୁ ଯାଉଥିଲା:
ମୋହନିଆ ଏସଡିପିଓ ଦିଲୀପ କୁମାର କହିଛନ୍ତି ଯେ ସ୍କର୍ପିଓ ମୋହନିଆ ଦେଇ ଉତ୍ତରପ୍ରଦେଶ ଆଡକୁ ଯାଉଥିଲା । ଏହି ସମୟରେ ସ୍କର୍ପିଓଟି ବାଇକ୍ ଆରୋହୀଙ୍କୁ ବଞ୍ଚାଇବା ପାଇଁ ଉକ୍ତ ବାଇକକୁ ଧକ୍କା ଦେଇ ଡିଭାଇଡରକୁ ଧକ୍କା ଦେବା ସହିତ ଆରପାଖ ରାସ୍ତାକୁ ପଳାଇ ଯାଇଥିଲା । ଯେଉଁ କାରଣରୁ ଅନ୍ୟ ପାର୍ଶ୍ୱରୁ ଆସୁଥିବା କଣ୍ଟେନର ସହିତ ଏକ ଶକ୍ତ ଧକ୍କା ହୋଇଥିଲା । ସ୍କର୍ପିଓରେ ଯାତ୍ରା କରୁଥିବା ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବାଇକ୍ ଆରୋହୀଙ୍କ ମଧ୍ୟ ମୃତ୍ୟୁ ଘଟିଛି ।

ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରିବାରେ ଲାଗିଛି ପୋଲିସ :

ଏସଡିପିଓ ଦିଲୀପ କୁମାର କହିଛନ୍ତି, ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତରେ ବ୍ୟସ୍ତ ରହିଛି ଏବଂ ସମସ୍ତଙ୍କ ପରିଚୟ ଖୋଜିବାରେ ଲାଗିପଡିଛି । ବର୍ତ୍ତମାନ ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାକୁ ପଠାଯାଉଛି । ଏହା ସହିତ, ସମସ୍ତ ଲୋକ କେଉଁଠିକାର ତାହା ମଧ୍ୟ ଅନୁସନ୍ଧାନ କରାଯାଉଛି । ଯାହା ଦ୍ୱାରା ସେମାନଙ୍କ ପରିବାରକୁ ସୂଚନା ଦିଆଯାଇପାରିବ ବୋଲି ସେ କହିଛନ୍ତି ।

ଏହି ଦୁର୍ଘଟଣାରେ ସିଏମ ନୀତୀଶ ଦୁଃଖ ପ୍ରକାଶ କରିଛନ୍ତି:

କୈମୁରରେ ଘଟିଥିବା ଏହି ସଡ଼କ ଦୁର୍ଘଟଣାରେ ୯ଜଣଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଗଭୀର ସମବେଦନା ଜଣାଇଛନ୍ତି । ନିତୀଶ କହିଛନ୍ତି, ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଏହି ଘଟଣାରେ ସେ ବହୁତ ଆଘାତ ପାଇଛନ୍ତି । ଏହି ଦୁଃଖ ସମୟରେ ମୃତକଙ୍କ ପରିବାରକୁ ଧର୍ଯ୍ୟ ଦେବା ପାଇଁ ସେ ଇଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏଥିସହ ସେ ଜିଲ୍ଲାର ମାଜିଷ୍ଟ୍ରେଟ ତଥା ପୋଲିସ ଅଧୀକ୍ଷକଙ୍କୁ ଗୁରୁତର ଆହତ ମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

Sonalisa

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

11 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

21 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

29 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

46 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

1 hour ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago