୨ ଘଣ୍ଟା ଭିତରେ ଅନୁଭୂତ ହେଲା ୯ ଥର ଭୂମିକମ୍ପ , ଜାଣନ୍ତୁ କେଉଁଠି?

ଆଣ୍ଡାମାନ : ଆଜି ସକାଳୁ ପ୍ରାୟ ଦୁଇ ଘଣ୍ଟା ଭିତରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ନଅ ଥର ମଧ୍ୟମ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ନେସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି ଅନୁସାରେ, ରିକ୍ଟର୍‌ ସ୍କେଲ୍‌ରେ ଏହି ଭୂମିକମ୍ପଗୁଡ଼ିକର ତୀବ୍ରତା ଥିଲା ୪. ୭ ରୁ ୫. ୨। ଭୋର୍‌ ୫ଟା ୧୫ ମିନିଟ୍‌ ସମୟରେ ୪. ୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ ପ୍ରଥମ ଝଟକା ଦେବାର କିଛି ମିନିଟ୍‌ ପରେ ୫ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ଝଟକା ଦେଇଥିଲା। ଶେଷ ଭୂମିକମ୍ପ ୬:ଟା ୫୪ରେ ଅନୁଭୂତ ହୋଇଥିଲା ଯାହାର ତୀବ୍ରତା ଥିଲା ୫. ୨।