ସ୍କୁଲରେ ଖେଳୁ ଖେଳୁ ଚାଲିଗଲା ୯ ବର୍ଷ ଝିଅର ଜୀବନ । ଲକ୍ଷ୍ନୌର ମୋଣ୍ଟଫୋର୍ଟ ସ୍କୁଲରେ ୩ୟ ଶ୍ରେଣୀରେ ପଢୁଥିବା ଛାତ୍ରୀ ମାନବୀ ସିଂଙ୍କର ଖେଳୁଥିବା ସମୟରେ ଜୀବନ ଚାଲିଯାଇଛି । ମାନବୀଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପିଲାଟିର ମୃତ୍ୟୁ ହାର୍ଟଆଟାକରେ ହୋଇଥିବା ଜଣାପଡିଛି ।
ଖବର ମୁତାବକ, ଲକ୍ଷ୍ନୌର ମୋଣ୍ଟଫୋର୍ଟ ସ୍କୁଲରେ ୩ୟ ଶ୍ରେଣୀରେ ପଢୁଥିବା ମାନବୀ ଖେଳୁଥିଲେ । ହଠାତ୍ ମାନବୀ ବେହୋସ ହୋଇ ତଳେ ପଡିଯାଇଥିଲେ । ତୁରନ୍ତ ସ୍କୁଲ କର୍ତ୍ତୃପକ୍ଷ ପକ୍ଷରୁ ପିଲାକୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ହସପିଟାଲରେ ମୃତ ଘୋଷଣା କରିଥିଲେ । ତେବେ ହାର୍ଟଆଟାକ ଯୋଗୁ ପିଲାଟିର ମୃତ୍ୟୁ ହୋଇଥିବା ଡାକ୍ତର କରିଛନ୍ତି ।
ପିଲାକୁ ହସପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଘର ଲୋକଙ୍କୁ ସୂଚନା ଦିଆଯାଇଥିଲା । ଘର ଲୋକ ହସପିଟାଲରେ ପହଞ୍ଚିଛନ୍ତି । ଏହି ମାମଲାରେ ପୋଲିସ ଯାଞ୍ଚ କରୁଛି । ତେବେ ପିଲାର ଘର ଲୋକେ କୌଣସି କାର୍ଯ୍ୟାନୁଷ୍ଠାନ ନ ଗ୍ରହଣ କରିବାକୁ ପୋଲିସକୁ କହିଛନ୍ତି ।
ସଂଜୟ ଗାନ୍ଧି ପିଜିଆଇ ହସପିଟାଲର ଡାକ୍ତର ସନ୍ତୋଷ କୁମାରଙ୍କ କହିବା ମୁତାବକ, ୯ ବର୍ଷର ପିଲାକୁ ହାର୍ଟଆଟାକ ବିନା କୌଣସି ଲକ୍ଷଣରେ ହେବା ସମ୍ଭବ ନୁହେଁ । ପିଲାର ପୂର୍ବରୁ ଅନ୍ୟ କୌଣସି ସମସ୍ୟା କିମ୍ବା ଅନ୍ୟ କୌଣସି କାରଣ ହୋଇପାରେ ବୋଲି କହିଛନ୍ତି ।
ପିଲାଙ୍କ ଠାରେ ଏଭଳି ଲକ୍ଷଣ ଥିଲେ କରାନ୍ତୁ ଯାଞ୍ଚ :
ପିଲାର ହାତପାଦ ନୀଳ ପଡିବା ।
ଖେଳୁଥିବା ସମୟରେ ଓଠ ନୀଳ ପଡିବ ।
ପିଲାର ହାତ ପାଦ ଫୁଲିବା ।
ପିଲା ବସ ଉଠିବା ବେଳେ ନିଶ୍ୱାସ ନେବାରେ ସମସ୍ୟା ହେବା ।