ଛେଳି ଚରାଇବାକୁ ଜଙ୍ଗଲ ଯାଇଥିଲେ ନବମ ଶ୍ରେଣୀ ଛାତ୍ରୀ, ଘଟିଲା ଏଭଳି ଭୟାନକ ଘଟଣା

ପଶ୍ଚିମ ସିଂହଭୂମିର ଜଣେ ୧୪ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା କରାଯାଇଛି। ମୁଣ୍ଡ ଛେଚା ଯାଇଥିବା ଏହି ନାବାଳିକାଙ୍କ ମୃତଦେହ ଶୁକ୍ରବାର ଜଙ୍ଗଲରୁ ଉଦ୍ଧାର ହୋଇଛି। ମୃତା ଜଣକ ନବମ ଶ୍ରେଣୀର ଛାତ୍ରୀ ଥିଲେ। ତାଙ୍କ ବାପାଙ୍କ ଅଭିଯୋଗକ୍ରମେ ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।

ଅଭିଯୋଗ ଅନୁସାରେ, ନାବାଳିକା ଜଣକ ଛେଳି ଚରାଇବାକୁ ଜଙ୍ଗଲ ଯାଇଥିଲେ। କିନ୍ତୁ ସନ୍ଧ୍ୟା ସୁଦ୍ଧା ସେ ଘରକୁ ଫେରି ନ ଥିଲେ। ପରଦିନ ସକାଳେ ଗାଁ ଲୋକେ ଖୋଜାଖୋଜି କରି ପାଖ ଜଙ୍ଗଲରେ ଯାଇ ପହଞ୍ଚିଥିଲେ। ସେଠାରେ ନାବାଳିକାଙ୍କ ମୃତଦେହ ଅତି ବିଭତ୍ସ୍ୟ ଭାବେ ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ। ମୁଣ୍ଡକୁ ପଥରେ ଛେଚାଯାଇଥିଲା। ସେ ପିନ୍ଧିଥିବା କପଡ଼ା ମଧ୍ୟ ଫାଟିଯାଇଥିଲା। ତେଣୁ ଗ୍ରାମବାସୀ ଏହା ଦୁଷ୍କର୍ମଜନିତ ହତ୍ୟା ଘଟଣା ବୋଲି ସନ୍ଦେହ କରିଥିଲେ।

ଏହାସହ ପଢ଼ନ୍ତୁ: ଭିଡ଼ ଯୋଗୁ ବସ୍‌ରେ ଚଢ଼ିପାରିଲେନି ମହିଳା, କଲେ ଏଭଳି ବିପଜ୍ଜନକ ଯାତ୍ରା, ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିଦେଲେ ଲୋକେ

ଗାଁର ଦୁଇଜଣ ଲୋକଙ୍କଠାରୁ ସୂଚନା ପାଇ ସ୍ଥାନୀୟ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଥିଲେ। ଏହି ଘଟଣାରେ ପୋଲିସ ଜଣେ ଛେଳି ପାଳକଙ୍କୁ ସନ୍ଦେହରେ ଅଟକ ରଖିଛି।

You might also like