ଦେଶ ବିଦେଶ

କେରଳ: ‘ନିପା ଭାଇରସ୍’ ନେଲା ୧୨ ବର୍ଷୀୟ ବାଳକଙ୍କ ଜୀବନ: ପହଞ୍ଚିଲେ କେନ୍ଦ୍ରୀୟ ଟିମ୍

କୋଝିକୋଡ: ସାରା ବିଶ୍ୱରେ କରୋନା ଭାଇରସ୍ ଯୋଗୁଁ ଲୋକଙ୍କ ମନରେ ଭୟର ବାତାବରଣ ରହିଛି । ଆଉ ଅନ୍ୟପଟେ ଅନେକ ପ୍ରକାର ଭୂତାଣୁ, ଗୋଟିଏ ପରେ ଗୋଟିଏ ହୋଇ ବ୍ୟାପିବାରେ ଲାଗିଛି । ଏଭଳି ସମୟରେ ନିପା ଭାଇରସ୍ ନାମକ ଏକ ଘାତକ ଭୂତାଣୁ ସଂକ୍ରମଣରେ ଜଣେ ୧୨ ବର୍ଷର ବାଳକ ପ୍ରାଣ ହରାଇଛି । ବାଳକ ଜଣକ କେରଳ କୋଝିକୋଡ୍ ଜିଲ୍ଲାର ହୋଇଥିବା ଜଣାପଡ଼ିଛି । ଶନିବାର ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିଥିଲା ଓ ଆଜି ସକାଳ ୫ଟା ସମୟରେ ବାଳକଟିର ମୃତ୍ୟୁ ହୋଇଥିଲା ।

ସୂଚନା ଯୋଗ୍ୟ , ସେପ୍ଟେମ୍ବର ୩ ତାରିଖ ଦିନ ପିଲାଟିର ଅବସ୍ଥା ଦେଖିବା ପରେ, ତାହା ‘ନିପା ଭାଇରସ୍’ ସଂକ୍ରମଣ ମାମଲା ବୋଲି ପ୍ରଥମେ ରିପୋର୍ଟ କରାଯାଇଥିଲା। ତା’ ଶରୀରରେ ‘ଏନ୍ସିଫାଲାଇଟିସ୍’ ଏବଂ ‘ମାୟୋକାର୍ଡିଟିସ୍’ ଲକ୍ଷଣ ଦେଖାଯାଇଥିଲା। କେରଳରୁ ସଂଗୃହୀତ ଉକ୍ତ ନମୁନା ‘ନିପା ଭାଇରସ୍’ ପଜିଟିଭ୍ ଆସିଥିବା କଥା ପୁଣେସ୍ଥିତ ‘ଦି ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି’ ସୁନିଶ୍ଚିତ କରି କହିଛି।

 

କେରଳକୁ ବୈଷୟିକ ସହାୟତା ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ମଧ୍ୟ ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ୍’ (ଏନ୍ସିଡିସି) ଏକ ଟିମ୍ ପଠାଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ସୂତ୍ରରୁ ପ୍ରକାଶ ଯେ ନିପା ସଂକ୍ରମଣର ସନ୍ଦିଗ୍ଧ ମାମଲା ନେଇ ସୂଚନା ପାଇବା ପରେ ରାଜ୍ୟ ସରକାର ଶନିବାର ବିଳମ୍ବିତ ରାତିରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ।

ତୁରନ୍ତ ୪ଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ମଧ୍ୟ କେନ୍ଦ୍ର ସରକାର କେରଳକୁ ପରାମର୍ଶ ଦେଇଛନ୍ତି। ମୃତ ବାଳକର ପରିବାର, ଗାଁ (ବିଶେଷକରି ମାଲାପୁରମ୍) ରେ ସକ୍ରିୟ ମାମଲାଗୁଡ଼ିକର ଯାଞ୍ଚ୍, ଗତ ୧୨ ଦିନ ମଧ୍ୟରେ ଉକ୍ତ ବାଳକ ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କଡ଼ା କ୍ବାରେଣ୍ଟାଇନରେ ରଖିବା ଏବଂ ଅନ୍ୟ ସନ୍ଦିଗ୍ଧମାନଙ୍କୁ ଆଇସୋଲେସନରେ ରଖିବା, ନମୁନା ପରୀକ୍ଷା ଏବଂ ନମୁନା ଲ୍ୟାବକୁ ପଠାଇବା ଆବଶ୍ୟକ ବୋଲି କୁହାଯାଇଛି ।

ଖବର ଅନୁସାରେ ଶେଷ ଥର ପାଇଁ କେରଳରେ ନିପା ଭାଇରସ୍ 2019 ରେ କୋଚିରେ ହୋଇଥିଲା। ନିପା ଏକ ଜୁନୋଟିକ୍ ଜୀବାଣୁ ଏହା ବାଦୁଡ଼ି ଏବଂ ଘୁଷୁରି ପରି ପଶୁମାନଙ୍କଠାରୁ ମଣିଷକୁ ସଂକ୍ରମିତ ହୋଇଥାଏ । ଏହି ରୋଗର ମୃତ୍ୟୁ ହାର ଅଧିକ ଥିବା ବେଳେ କୌଣସି ଜଣାଶୁଣା ଚିକିତ୍ସା କିମ୍ବା ଟିକା ଏହି ରୋଗ ପାଇଁ ଉପଲବ୍ଧ ନାହିଁ ।

KNews Bureau

Recent Posts

ବିହାର ବିଜୁଳି ବିଭାଗରେ ୨୬୧୦ ପଦବୀ ଖାଲି, ଦରମା ୫୮,୬୦୦ ଟଙ୍କା

ବିହାର ଷ୍ଟେଟ ପାଓ୍ଵର ହୋଲିଡିଂ କମ୍ପାନୀ ଲିମିଟେଡରେ ୨ ହଜାରରୁ ଅଧିକ ପଦବୀ ଖାଲିପଡିଛି । ଆବେଦନ କରିବା ପାଇଁ…

6 mins ago

ଜିଓ ଦେଉଛି ୨୮ ଦିନ ପାଇଁ ବଢ଼ିଆ ପ୍ଲାନ, ମିଳିବ ୬ GBର ଏକ୍ସଟ୍ରା ଡାଟା

ରିଲାଏନ୍ସ ଜିଓ ନିଜର ପ୍ରିପେଡ୍, ପୋଷ୍ଟପେଡ୍ ଏବଂ ବ୍ରଡବ୍ୟାଣ୍ଡ ୟୁଜରଙ୍କ ପାଇଁ ବିଭିନ୍ନ ପ୍ରକାରର ରିଚାର୍ଜ ପ୍ଲାନ୍‌ ଆଣିଥାଏ ।…

39 mins ago

ଚତୁର୍ଥ ଥର ପରିବର୍ତ୍ତନ ହେଲା ଜୁନିଅର ଏନଟିଆରଙ୍କ ଫିଲ୍ମ ‘ଦେବରା ପାର୍ଟ ୧’ର ରିଲିଜ୍‌ ଡେଟ୍‌, ଜାଣନ୍ତୁ କେବେ

ଚଳିତ ବର୍ଷର ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ତାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦେବରା ପାର୍ଟ ୧’କୁ ନେଇ ଖୁବ୍‌…

42 mins ago

ବିଜୁଳି ଆଲୁଅରୁ ବଞ୍ଚିତ ଉପାନ୍ତ ଅଞ୍ଚଳବାସୀ, ବିପଦରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ସ୍ଵାଧୀନତାର ୭୬ ବର୍ଷ ପରେ ବି ବିଜୁଳି ଆଲୁଅରୁ ବଞ୍ଚିତ ଉପାନ୍ତ ଅଞ୍ଚଳବାସୀ । ଆଲୁଅ ବିନା ଘର ଠୁ…

50 mins ago

ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗାଁ ଲୋକେ, ରାସ୍ତାରେ ଗରା-ବାଲଟି ରଖି କଲେ ବିରୋଧ

କନ୍ଧମାଳ(କେନ୍ୟୁଜ): ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବୁନ୍ଦାଏ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଅନେକ ଲୋକ l ଫୁଲବାଣୀ ପୌର…

59 mins ago

ଫ୍ଲୋରିଡାରେ ପ୍ରବଳ ବର୍ଷା, ଟି୨୦ ବିଶ୍ୱକପ ଉପରେ ପଡିପାରେ ପ୍ରଭାବ

ଫ୍ଲୋରିଡାରେ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ଦେଖାଦେଇଛି । ଫଳରେ ଟି୨୦ ବିଶ୍ୱକପ ଉପରେ ପ୍ରଭାବ ପଡିପାରେ ।…

2 hours ago