ଭାରତ ଫେରିବେ ପଳାତକ ନିରବ ମୋଦି, ପ୍ରତ୍ୟାର୍ପଣ ପାଇଁ ଦୁଇ ବର୍ଷ ହେଲା ଆଇନ୍‌ଗତ ଲଢ଼େଇ ଜାରି ରହିଛି

କେନ୍ୟୁଜ୍(ବ୍ୟୁରୋ): ଭାରତ ଫେରିବେ ନିରବ ମୋଦି । ପ୍ରତ୍ୟାର୍ପଣ ନେଇ ଅନୁମତି ଦେଇଛନ୍ତି ଲଣ୍ଡନ୍ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟ । ନିରବ ମୋଦି ଏବେ ବ୍ରିଟେନ୍ ଜେଲରେ ଅଛନ୍ତି । ଭାରତ ପ୍ରତ୍ୟାର୍ପଣ  ପାଇଁ ଦୁଇ ବର୍ଷ ହେଲା ଆଇନ୍‌ଗତ ଲଢ଼େଇ ଜାରି ରହିଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ରୁ ୧୪ ହଜାର କୋଟି ଚୁନ ଲଗାଇ ସେ ଫେରାର ହୋଇ ଯାଇଥିଲେ । ଆଜି ଭାରତ ପ୍ରତ୍ୟର୍ପଣ ନେଇ ଲଣ୍ଡନ୍ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟରେ ଶୁଣାଣି ହୋଇଥିଲା । ସେ ଜେଲ୍‌ରୁ ଭିଡିଓ ଲିଙ୍କ୍‌ରେ ହାଜର ହୋଇଥିଲେ ।

ଅଳଙ୍କାର ବ୍ୟବସାୟୀ ନିରବ ମୋଦିଙ୍କୁ ମାର୍ଚ୍ଚ ୧୯, ୨୦୧୯ରେ ଗିରଫ କରାଯାଇଥିଲା । ସେ ଓ୍ଵାଣ୍ଡସଓ୍ଵାର୍ଥ ଜେଲରେ ଅଛନ୍ତି । ଏହା ଭିତରେ ଭାରତ ପ୍ରତ୍ୟପର୍ପଣ ନେଇ ଅନେକ ଥର ସେ ଭିଡିଓ ଲିଙ୍କ୍ ଜରିଆରେ କୋର୍ଟରେ ହାଜର ହୋଇଥିଲେ । ସେ ଏକାଧିକ ଥର ଜାମିନ୍ ଆବେଦନ କରିଥିଲେ ମଧ୍ୟ ଖାରଜ ହୋଇଯାଇଛି। ଉଭୟ ସିବିଆଇ ଓ ଇଡି ନିରବ ମୋଦିଙ୍କ ବିରୋଧରେ ତଦନ୍ତ କରୁଛନ୍ତି । ଭାରତକୁ ପ୍ରତ୍ୟର୍ପଣ ହେଲେ ସେ ମୁମ୍ବାଇ ଆର୍ଥର ରୋଡ୍ ଜେଲରେ ରହିବେ । ଏହି ଜେଲରେ କିଭଳି ବ୍ୟବସ୍ଥା ରହିଛି ତାର ଏକ ଭିଡିଓ ରେକର୍ଡିଂ ମଧ୍ୟ ଦାଖଲ କରିଛନ୍ତି ଭାରତ ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.