ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଝଟକା, ଜାମିନ ଆବେଦନ ଖାରଜ

ଖାରଜ ହେଲା ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ଜାମିନ । ଲଣ୍ଡନର ୱେଷ୍ଟମିନିଷ୍ଟର କୋର୍ଟରେ ହୋଇଥିବା ଶୁଣାଣିରେ ନୀରବଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ମାଜିଷ୍ଟ୍ରେଟ । ଏହାସହ ନିରବ ଭାରତକୁ ପ୍ରତ୍ୟର୍ପଣ ହେବାର ଆଶା ଉଜ୍ୱଳ ହୋଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୬ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବାକୁ ସ୍ଥିର ହୋଇଛି। ଶୁଣାଣି ବେଳେ ନିରବ ଆଦୌ ସହଯୋଗ କରିନଥିଲେ । ନିରବ ଜଣେ ସାକ୍ଷୀଙ୍କୁ ହତ୍ୟା ଧମକ ଦେବା ଓ ଅନ୍ୟ ଜଣଙ୍କୁ ଲାଞ୍ଚ ଦେବା ନେଇ ଭାରତ ପକ୍ଷରୁ ଲଢୁଥିବା ଓକିଲ କୋର୍ଟଙ୍କୁ ଜଣାଇଥିଲେ । ଏହା ସହ ତାଙ୍କ ଜାମିନ ଆବେଦନ ଖାରଜ କରିବାକୁ ନିବେଦନ କରିଥିଲେ । ଶୁଣାଣିରେ ପକ୍ଷ ରଖିବା ପାଇଁ ଭାରତର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇର ଏକ ପ୍ରତିନିଧି ମଣ୍ଡଳୀ ମଧ୍ୟ କୋର୍ଟରେ ଉପସ୍ଥିତ ଥିଲେ ।

୧୩ ହଜାର ୫ଶହ କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ପରେ ଦେଶ ଛାଡ଼ି ଲଣ୍ଡନ ପଳାଇଥିଲେ ନିରବ ମୋଦି । ତାଙ୍କ ବିରୋଧରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛନ୍ତି । ଭାରତ ପ୍ରତ୍ୟର୍ପଣ ନେଇ ବ୍ରିଟେନ ସରକାରଙ୍କୁ ଅନୁରୋଧ କରାଯାଇଛି । ତାଙ୍କୁ ଜାମିନ ମିଳିବା ପରେ ଭାରତକୁ ପ୍ରତ୍ୟର୍ପଣ ନେଇ ଇଡି ଓ ସିବିଆଇର ପ୍ରତିନିଧି ଦଳ ପକ୍ଷ ରଖିବେ । ମାର୍ଚ୍ଚ ୧୯ତାରିଖରେ ନିରବଙ୍କୁ ଗିରଫ କରିଥିଲା ଲଣ୍ଡନ ପୋଲିସ । ପରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ନିରବଙ୍କୁ ଜେଲ ପଠାଇ ଦିଆଯାଇଥିଲା ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

52 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago