ନିରବ ମୋଦିଙ୍କ ପ୍ରତ୍ୟର୍ପଣ ଆବେଦନକୁ ଗ୍ରହଣ କଲା ବ୍ରିଟେନ୍, ଓ୍ୱେଷ୍ଟ ମିନିଷ୍ଟର କୋର୍ଟରେ ପହଞ୍ଚିଛି ମାମଲା

ଲଣ୍ଡନରେ ନିରବ ମୋଦି ଠାବ ହେବା ପରେ ତାଙ୍କୁ ପ୍ରତ୍ୟର୍ପଣ ନେଇ ରାଜି ହୋଇଛି ବ୍ରିଟେନ୍ । ଭାରତ କରିଥିବା ପ୍ରତ୍ୟର୍ପଣ ଆବେଦନକୁ ଗ୍ରହଣ କରିଛି ବ୍ରିଟେନ୍ । ଗତବର୍ଷ ଜୁଲାଇରେ ନିରବ ମୋଦିଙ୍କୁ ଭାରତ ପ୍ରତ୍ୟର୍ପଣ ନେଇ ବ୍ରିଟେନ୍ ସରକାରଙ୍କୁ ଚିଠି ଲେଖିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ନିରବଙ୍କ ପ୍ରତ୍ୟର୍ପଣ ନେଇ ବ୍ରିଟେନ୍ ସରକାରଙ୍କ ପକ୍ଷରୁ ଇଡିକୁ ସୂଚନା ଦିଆଯାଇଛି । ସେପଟେ ଭାରତୀୟ ସୁରକ୍ଷା ଏଜେନ୍ସି ମଧ୍ୟ ସକ୍ରିୟ ହୋଇଛନ୍ତି ।

ଇଣ୍ଟରପୋଲ ଓ ୟୁକେ ଅଥରିଟି ସହ ଆଲୋଚନା କରି ରେଡ୍ କର୍ଣ୍ଣର ନୋଟିସ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗିରଫ କରିବାକୁ ଦାବି କରିଛି ସିବିଆଇ । ନିରବ ମୋଦି ଲଣ୍ଡନରୁ ଅନ୍ୟ ଦେଶକୁ ଫେରାର ହୋଇଯିବାର ସମ୍ଭାବନା ରହିଛି । ତେଣୁ ସେ ଯେପରି ଫେରାର ହୋଇନଯାଏ ସେଥିପାଇଁ ଇଣ୍ଟରପୋଲ ୟୁକେ ସହ କଥା ହେବା ପାଇଁ ସିବିଆଇ ପକ୍ଷରୁ କୁହାଯାଇଛି । ନିରବ ମୋଦି ଲଣ୍ଡନରେ ବୁଲୁଥିବା ଚିତ୍ର ସାମନାକୁ ଆସିଥିଲା। ସେଠାରେ ସେ ନୂଆ ହୀରା ବ୍ୟବସାୟ ଆରମ୍ଭ କରିଥିବା ଜଣା ପଡ଼ିଛି । ଏକ ବିଳାସମୟ ଆପାର୍ଟମେଣ୍ଟରେ ରହୁଛି ନିରବ ମୋଦି ।

Leave A Reply

Your email address will not be published.