ଠକ ସମ୍ରାଟ୍‌ ନିରବ ମୋଦି, କେବେ ଆସିବ ଭାରତ ?

ଲଣ୍ଡନ: ପଞ୍ଜାବ ନେସନାଲ ବ୍ୟାଙ୍କ (ପିଏନବି) ଘୋଟାଲାରେ ୧୩୭୦ କୋଟି ଟଙ୍କା ଚୁନ ଲଗେଇ ଭାରତରୁ ଫେରାର ହୋଇଥିବା ନିରବ ମୋଦି ଏବେ ଲଣ୍ଡନ ପୋଲିସ କବଜାରେ । ବୁଧବାର ଦିନ ଏହି ପଳାତକକୁ ଲଣ୍ଡନ ହୋଲବେର୍ନ ମେଟ୍ରୋ ଷ୍ଟେସନରୁ ଗିରଫ କରି େଓ୍ଵଷ୍ଟ ମିନିଷ୍ଟର କୋର୍ଟରେ ହାଜର କାରଯାଇଥିଲା । ଯେଉଁଠି ତା ନାଁରେ ଓ୍ଵାରେଣ୍ଟ ଜାରି କରାଯାଇଥିଲ । କୋର୍ଟରେ ହାଜର ହେବା ପରେ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି । ସେ ୨୯ ତାରିଖ ପର୍ଯ୍ୟନ୍ତ ଜେଲ୍‌ରେ ରହିବ ।

ନିରବ ମୋଦି ଜାମିନ ଆବେଦନ କରିପାରେ ଏବଂ ତାକୁ ସର୍ତ୍ତମୂଳକ ଜାମିନ ମଧ୍ୟ ମିଳିପାରେ ବୋଲି ଅନୁମାନ କରାଯାଉଛି । ଏହା ପରେ ନିରବକୁ ଭାରତ ପ୍ରତ୍ୟର୍ପଣ କରିବା ଆବେଦନର ଶୁଣାଣି କରାଯିବ ବୋଲି ସୂଚନା ମିଳିଛି ।

NIRAV MODI ARRESTED-2

ପ୍ରତ୍ୟର୍ପଣ ଉପରେ ସିବିଆଇର ନଜର

ଇଂରାଜୀ ଖବର କାଗଜ ଟେଲିଗ୍ରଫ ନିରବ ମୋଦିର ଏକ ଭିଡିଓ ଜାରି କରି ଖବର ଦେଇଥିଲା ଯେ ସେ ଲଣ୍ଡନରେ ନିଜର ହୀରା ବ୍ୟବସାୟ ଆରମ୍ଭ କରି ସାରିଲାଣି । ଏହା ପରେ ତାକୁ ଭାରତ ପ୍ରତ୍ୟର୍ପଣ ପାଇଁ ୟୁନାଇଟେଡ୍‌ କିଙ୍ଗଡମ୍‌ର ଗୃହ ସଚିବ ଲଣ୍ଡନ ଅଦାଲତରେ ଆଇନଗତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାର୍ଚ୍ଚ ୯ରେ କହିଥିଲେ । ଦିନକ ପୂର୍ବରୁ ସିବିଆଇ କହିଥିଲା କି, ନିରବ ମୋଦିର ପ୍ରତ୍ୟର୍ପଣ ମାମଲା ଉପରେ ନଜର ରଖାଯାଇଛି ।

୭୨ କୋଟି ଟଙ୍କାର ଆପାର୍ଟମେଣ୍ଟରେ ରହୁଛି

ଟେଲିଗ୍ରାଫ ଖବର ମୁତାବକ ନିରବ ମୋଦି େଓ୍ଵଷ୍ଟ ଏଣ୍ଡ ଇଲାକାରେ ୭୨ କୋଟି ଟଙ୍କାର ଆପାର୍ଟମେଣ୍ଟରେ ରହୁଛି ଆଉ ଯାହାର ମାସିକ ଭଡ଼ା ହେଉଛି ୧୫ ଲକ୍ଷ ୫୦ ହଜାର ଟଙ୍କା ଦେଉଛି । ନିରବ ପୁଣି ତାର ହୀରା ବ୍ୟବସାୟଆରମ୍ଭ କରିସାରିଛି ।

ପିଏନବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ

ନିରବ ମୋଦି ଏବଂ ମେହୁଲ ଚୌକସି ପିଏନ୍‌ବିରେ ୧୩,୭୦୦ କୋଟି ଟଙ୍କାର ଘୋଟାଲା କରିଥିବାର ଅଭିଯୋଗ ରହିଛି । ଏହି ମାମଲାର ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯାଞ୍ଚ କରୁଛନ୍ତି । ଏମାନଙ୍କ ବିରୋଧରେ ମୁମ୍ବାଇ ସ୍ପେଶାଲ କୋର୍ଟରେ ମାମଲା ମଧ୍ୟ ଚାଲୁଛି ।

NIRAV MODI ARRESTED-3

ନିରବ ମୋଦିର ୧୮୭୩ କାଟି ଟଙ୍କା ସମ୍ପତ୍ତି ଅଟାଚ ହୋଇଛି

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରିଭେନସନ ଅଫ ମନି ଲଣ୍ଡ୍ରିଙ୍ଗ ଆକ୍ଟ (ପିଏଲଏଏ) ଅଧୀନରେ ନିରବ ମୋଦିର ୧,୮୭୩,୦୮ କୋଟି ଟଙ୍କାର ସମ୍ପତ୍ତି ଆଟଚ କରିଛି । ନିରବ ଓ ତାର ପରିବାର ଲୋକଙ୍କ ନାଁରେ ଥିବା ୪୮୯.୭୫ କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ଜବତ କରାଯାଇଛି ।

ନିରବର ୧୧ କାରକୁ ନିଲାମ କରିବ ଇଡି

ଜଣାପଡିଛି କି, ଇଡି ନିରବର ୧୭୩ ପେଣ୍ଟିଙ୍ଗସ ଓ ୧୧ଟି କାର ନିଲାମ କରିବା ପାଇଁ ପିଏମଏଲଏ କୋର୍ଟରୁ ମଞ୍ଜୁରୀ ନେଇଛି ।

ନିରବର ପତ୍ନୀଙ୍କ ବିରୋଧରେ ଜାମିନ ବିହୀନ ଓ୍ଵରେଣ୍ଟ ଜାରି ହୋଇଛି

ମୁମ୍ବାଇର ସ୍ପେଶାଲ କୋର୍ଟ ଏବେ ଏବେ ନିରବ ମୋଦିର ପତ୍ନୀ ଏମୀ’ଙ୍କ ବିରୋଧରେ ଜାମିନ ବିହୀନ ଓ୍ଵାରେଣ୍ଟ ଜାରି କରାଯାଇଛି । ଏହା ପୂର୍ବରୁ ପିଏନବି ଦୁର୍ନୀତିରେ ଇଡି ନୂଆ ଚାର୍ଜସିଟ ଦାୟର କରିଥିଲା । ଯଉଁଥିରେ ପ୍ରଥମ ଥର ଏମୀଙ୍କୁ ସାମିଲ କରାଯିବା ସହ ଅଭିଯୁକ୍ତ ବୋଲି ଦର୍ଶା ଯାଇଥିଲା ।

କେବେ ଭାରତ ଆସିବ ?

ନିରବ ମୋଦି ଗିରଫ ହେବା ପରେ କେବେ ଭାରତ ଆସିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି । ତାକୁ ପ୍ରକୃତରେ ଭାରତ ଅଣାଯିବ ନା ସେ ସେଇଠାରେ ରହିଯିବ ଠିକ୍‌ ବିଜୟ ମାଲ୍ୟା ଭଳି ଏବଂ ଯଦି ଭାରତ ଆସେ ତେବେ କଣ ହେବ ତାକୁ ନେଇ ଘମାଘୋଟ ଆଲୋଚନା ଚାଲିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.