ନିର୍ଭୟାଙ୍କ ସେହି ବନ୍ଧୁ କିଏ ଯିଏ ଥିଲେ ପ୍ରତ୍ୟକ୍ଷଦର୍ଶୀ, ତାଙ୍କରି ଯୋଗୁଁ ଆଜି ଫାଶୀଖୁଣ୍ଟରେ ଝୁଲିବାକୁ ଯାଉଛନ୍ତି ଦୁଷ୍କର୍ମକାରୀ

ନୂଆଦିଲ୍ଲୀ : ଜଣେ ଏମିତି ବନ୍ଧୁ ଯିଏ ପ୍ରକୃତରେ ବନ୍ଧୁତାର ନିଦର୍ଶନ ଦେଖାଇଲେ । ସେ ଥିଲେ ନିର୍ଭୟା କାଣ୍ଡର ପ୍ରତ୍ୟକ୍ଷଦର୍ଶୀ । କୋର୍ଟରେ ସାକ୍ଷ୍ୟ ଦେଲେ । ତାଙ୍କରି ଯୋଗୁଁ ଆଜି ନିର୍ଭୟା ଦୁଷ୍କର୍ମକାରୀଙ୍କୁ କଠିନ ଦଣ୍ଡ ମିଳି ପାରିଛି । ତାଙ୍କ ନାଁ ହେଉଛି ଅବନୀନ୍ଦ୍ର ପାଣ୍ଡେ । ତେବେ ଏହି ଦୁଷ୍କର୍ମ ଘଟଣାରେ ସେ ଏତେ ଭାଙ୍ଗି ପଡ଼ିଥିଲେ ଯେ ଡିପ୍ରେସନ୍‌କୁ ଚାଲି ଯାଇଥିଲେ । ପରିବାର ଲୋକଙ୍କ ସହାୟତାରେ ତାଙ୍କୁ ସ୍ୱାଭାବିକ ହେବାକୁ ଲାଗିଗଲା ପ୍ରାୟ ଦୁଇ ବର୍ଷ । ଏହା ପରେ ସେ ଲୋକଲୋଚନକୁ ଆସିଥିଲେ । ଗତ ତିନି ବର୍ଷ ତଳେ ତାଙ୍କର ବିବାହ ହୋଇଛି ।

ABANINDRA-6ଏବେ ସେ ଏକ ଦୁଇ ବର୍ଷ ପୁଅର ବାପା । ଏକ ବେସରକାରୀ କମ୍ପାନୀରେ ଇଂଜିନିୟର ଭାବେ ଲଣ୍ଡନରେ କାମ କରୁଛନ୍ତି । ହେଲେ ୨୦୧୨ରେ ନିର୍ଭୟା ଘଟଣା ପରେ ସେ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ପୂରା ଦମ୍‌ରେ ଲାଗିଥିଲେ । ତାଙ୍କର ସ୍ୱପ୍ନ ଏବେ ପୂରଣ ହେବାକୁ ଯାଉଛି । ନିର୍ଭୟାଙ୍କ ପରିବାର ଭଳି ସେ ବି ଚାହୁଁଥିଲେ କିଭଳି ଅପରାଧୀମାନଙ୍କୁ କଠିନ ଦଣ୍ଡ ମିଳୁ । ୨୦୧୨ ଡିସେମ୍ବର ୧୬ ତାରିଖରେ ଏକ ବସ୍‌ ଭିତରେ ଘଟିଥିଲା ଏହି ହୃଦୟବିଦାରକ ଘୃଣ୍ୟ ଘଟଣା । ନିର୍ଭୟା ତାଙ୍କର ଏହି ବନ୍ଧୁ ଅବନୀନ୍ଦ୍ରଙ୍କ ସହିତ ସିନେମା ଦେଖି ବସ୍‌ରେ ଫେରିବା ବେଳେ ଏହି ଘଟଣା ଘଟିଥିଲା ।

ଅବଶ୍ୟ ପରବର୍ତ୍ତୀ ସମୟରେ ତାଙ୍କ ନାଁରେ ଅଭିଯୋଗ ବି ଆସିଥିଲା କି ସେ ନିର୍ଭୟା ମାମଲାରେ ଇଣ୍ଟରଭ୍ୟୁ ଦେବା ପାଇଁ ବିଭିନ୍ନ ଟିଭି ଚ୍ୟାନେଲ ଠାରୁ ମୋଟା ଅଙ୍କର ଟଙ୍କା ନେଇଥିଲେ । ଯାହାକୁ ସେ ଖଣ୍ଡନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.