ଫାଶୀ ପୂର୍ବରୁ ହଠାତ୍ ଏମିତି ପରିବର୍ତ୍ତନ ଆସିଥିଲା ନିର୍ଭୟା ଦୋଷୀଙ୍କ ବ୍ୟବହାରରେ: କାନ୍ଦିଲେ, ତଳେ ଗଡିଲେ ଆଉ କହିଲେ..

ନୂଆଦିଲ୍ଲୀ: ଆଜି ପୁଣି ଥରେ ସାରା ଦେଶରେ ସାମ୍ନାରେ ତାଜା ହୋଇ ଉଠିଛି ୨୦୧୨ ଡିସେମ୍ବର ୧୬ ର ସେହି ଘଟଣା । ନିର୍ଭୟାଙ୍କ ସହିତ ବର୍ବରକାଣ୍ଡ ଘଟଣାଇଥିବା ଚାରି ଦୋଷୀଙ୍କୁ ଆଜି ସକାଳେ ଫାଶୀ ଦିଆଯାଇଛି । ଗୁରୁବାର ସଂନ୍ଧ୍ୟା ଯାଏ ଦୋଷୀଙ୍କୁ ଆଶା ଥିବା ଯେ ସେମାନେ ଏଥିରୁ ବର୍ତ୍ତିଯିବେ । କିନ୍ତୁ ତାହା ସଫଳ ହେଲା ନାହିଁ ।

accusedତିହାର ଜେଲର ଅଧିକାରୀଙ୍କ ସୂଚନା ଅନୁସାରେ ଗୁରୁବାର ରାତିରେ ମୁକେଶ,ପୱନ ଏବଂ ବିନୟ ଖାଦ୍ୟ ଖାଇଥିଲେ କିନ୍ତୁ ଅକ୍ଷୟ କେବଳ ଚା ପିଇଥିଲା । ଯେତେବେଳେ କୋର୍ଟରେ ଶୁଣାଣି ଚାଲିଥିଲା ସେତେବେଳେ ବିନୟ କାନ୍ଧିବାକୁ ଲାଗିଥିଲା । କିନ୍ତୁ ବାକି ତିନି ଜଣ ପୁରା ଶାନ୍ତ ଥିଲେ । ବିଳମ୍ବିତ ରାତିରେ ଯେତେବେଳେ ଦୋଷୀଙ୍କୁ ଜଣାପଡିଲା କି ସେମାନଙ୍କ ଫାଶୀ କୌଣସି ପରିସ୍ଥିତିରେ ଆଉ ଘୁଞ୍ଚିବ ନାହିଁ ସେତେବେଳେ ଅଚାନକ ସେମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଥିଲା । ତିହାର ଜେଲରେ ବନ୍ଦି ଥିବା ଚାରି ଜଣ ଦୋଷୀ ଏହି ଖବର ପାଇବା ପରେ ହଠାତ୍ ବ୍ୟତିବ୍ୟସ୍ତ ହୋଇ ଉଠିଥିଲେ । ରାତି ସାରା ଦୋଷୀମାନେ ଶୋଇ ନଥିଲେ । ନିଜ କୋଠରି ଭିତରେ ଖାଲି ଏପଟ ସେପଟ ହେଉଥିଲେ । ଫାଶୀର ଡର ସେମାନଙ୍କ ଚେହେରାରୁ ସ୍ପଷ୍ଟ ବାରି ହୋଇପଡୁଥିଲା ।

nirbhaya (1)ଶୁକ୍ରବାର ଭୋର ୩ଟା ୧୫ରେ ଚାରି ଦୋଷୀଙ୍କୁ ସେମାନଙ୍କ ସେଲ୍ ଭିତରକୁ ଯାଇ ଉଠାଯାଇଥିଲା । ଦୈନିକ କ୍ରିୟା ପରେ ଚାରି ଜଣଙ୍କୁ ଗାଧୋଇବାକୁ କୁହାଯାଇଥିଲା । ଏହାପରେ ଜେଲ୍ ପ୍ରଶାସନ ପକ୍ଷରୁ ଚାରି ଜଣଙ୍କ ପାଇଁ ଚା ମଗାଯାଇଥିଲା । କିନ୍ତୁ କିଏ ବି ଚା ପିଇନଥିଲେ । ଏହି ସମୟରେ ବିନୟ ନିଜ କପଡା ବଦଳିବାକୁ ମନାକରିଥିଲା ଏବଂ କାନ୍ଧି କାନ୍ଧି କ୍ଷମା ମାଗିବାକୁ ଲାଗିଥିଲା । ଏହି ସମୟରେ ଅନ୍ୟ ଦୋଷୀମାନେ ମଧ୍ୟ ତଳେ ଗଡି କ୍ଷମା କରିବାକୁ କହିବା ସହ କାନ୍ଧିବାକୁ ଲାଗିଥିଲେ । ଏହାପରେ ସେମାନଙ୍କୁ ବୁଝାଯାଇ ଶାନ୍ତ କରାଯାଇଥିଲା । ଏହାପରେ ସେମାନଙ୍କୁ ସେମାନଙ୍କ ଶେଷ ଇଚ୍ଛା ପଚରାଯାଇଥିଲା ।

nirbhaya_caseଫାଶୀ ଘରକୁ ଆଣିବା ପୂର୍ବରୁ ସେମାନଙ୍କୁ କଳା କୁର୍ତ୍ତା -ପାଇଜାମା ପିନ୍ଧାଯାଇଥିଏା । ଏହାପରେ ସେମାନଙ୍କ ହାତକୁ ପଛପଟୁ ବାନ୍ଧି ଦିଆଯାଇଥିଲା । ଏହାପରେ ଯେତେବେଳେ ସେମାନଙ୍କୁ ଫାଶୀ ଘରକୁ ଅଣାଯାଇଥିଲା ସେତେବେଳେ ଜଣେ ଦୋଷୀ ସେଲ୍ ଭିତରେ ହିଁ ତଳେ ପଡିଗଲା ଏବଂ ଯିବାକୁ ମନା କରିବାକୁ ଲାଗିଲା ।ଏହାପରେ କୌଣସି ପ୍ରକାରେ ତାକୁ ସେଠାରୁ ଧରି ଅଣାଯାଇଥିଲା । ଫାଶୀ କୋଠରୀର କିଛି ଦୁରର ହିଁ ସେମାନଙ୍କ ମୁହଁକୁ କଳା କପଡାରେ ଢାଙ୍କି ଦିଆଯାଇଥିଲା । ଏହାପରେ ସେମାନଙ୍କ ଗୋଡକୁ ବାନ୍ଧି ଦିଆଯାଇଥିଲା । ଯାହାଫଳରେ ସେମାନେ ଯେପରି ଅଧିକ ଛଟପଟ ନହେବେ ।

fasiଏହାପରେ ଠିକ୍ ଭୋର ସାଢେ ୫ଟାରେ ପୱନ ଜଲ୍ଲାଦ ଜେଲ୍ ନମ୍ବର ୩ର ସୁପରିଟେଣ୍ଡେଣ୍ଟଙ୍କୁ ଇସାରା କରି ଲିବରକୁ ଟାଣିବାକୁ କହିଥିଲେ । ଏହି ସମୟରେ ଜଲ୍ଲାଦଙ୍କୁ ସାହାଯ୍ୟ କରିବାକୁ ପାଇଁ ଜେଲର ତିନି ଜଣ କର୍ମଚାରୀ ସେଠାରେ ଉପସ୍ଥିତ ଥିଲେ । ଫାଶୀର ପାଖାପାଖି ଅଧଘଣ୍ଟା ପରେ ଡାକ୍ତର ଦୋଷୀଙ୍କୁ ମୃତ ଘୋଷିତ କରିଥିଲେ । ଜେଲ୍ ଅଧିକାରୀ କହିଥିଲେ କି ଯଦି ଦୋଷୀ ମାନଙ୍କ ପରିବାର ସେମାନଙ୍କ ଶବକୁ ମାଗିବେ ତେବେ ସେମାନଙ୍କୁ ଦିଆଯିବ । ନହେଲେ ସେମାନଙ୍କ ଅନ୍ତିମ ସଂସ୍କାର ଜେଲ୍ ପକ୍ଷରୁ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.