ଦେଶ ବିଦେଶ

ନିର୍ଭୟାକୁ ନ୍ୟାୟ ଦେଇଥିବା ଓକିଲ ସୀମା କୁଶବାହ କରିବେ ରାଜନୀତି, ବିଏସ୍‌ପିରୁ ହେବେ ପ୍ରାର୍ଥୀ

ନୂଆଦିଲ୍ଲୀ : ଏକଦା ନିର୍ଭୟା ଗଣ ଧର୍ଷଣ ମାମଲାରେ ଚର୍ଚ୍ଚାକୁ ଆସିଥିଲେ ଓକିଲ ସୀମା କୁଶବାହ । ନିର୍ଭୟାକୁ ନ୍ୟାୟ ଦେବାରେ ସଫଳ ହୋଇଥିଲେ ଓକିଲ ସୀମା । ସେତେବେଳେ ସୀମାଙ୍କୁ ସାରା ଦେଶ ସାବାସୀ ଦେଇଥିଲା । ଏବେ ସୀମା ରାଜନୀତିରେ ପ୍ରବେଶ କରିବେ ବୋଲି ଜଣାପଡ଼ିଛନ୍ତି । ସେ ଆଜି ବହୁଜନ ସମାଜ ପାର୍ଟି (ବିଏସପି) ରେ ଯୋଗଦେଇଛନ୍ତି । ବିଏସପି ମହାସଚିବ ସତିଶ ଚନ୍ଦ୍ର ମିଶ୍ରା ସୀମାଙ୍କ ବିଏସପିରେ ଯୋଗଦାନ ନେଇ ସୂଚନା ଦେଇଛନ୍ତି ।

ନିର୍ଭୟା ଗଣଧର୍ଷଣ ମାମଲରେ ଦେଶ ଉଠୁଥିବା ପଡୁଥିବା ବେଳେ ନିର୍ଭୟାଙ୍କ କେସ୍‌ ସେତେବେଳେ ଓକିଲ ସୀମା କୁଶବାହ ନେଇଥିଲେ । ନିର୍ଭୟାଙ୍କୁ ନ୍ୟାୟ ଦେବା ପାଇଁ ସୀମା ଖୁବ ଲଢ଼ିଥିଲେ । ଦୀର୍ଘ ଲଢ଼ାଇ ପରେ ନିର୍ଭୟାଙ୍କ ଅଭିଯୁକ୍ତମାନେ ଶେଷରେ ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଥିଲେ । ନର୍ଭୟାଙ୍କ କେସ ଲଢ଼ି ସୀମା ଦେଶରେ ଏକ ନୂଆ ପରିଚୟ ସୃଷ୍ଟି କରିଥିଲେ ।

ଉତ୍ତର ପ୍ରଦେଶର ବିଧାନସଭାର ୪୦୩ ସିଟ ପାଇଁ ୭ଟି ଦଫାରେ ନିର୍ବାଚନ ହେବ । ନିର୍ବାଚନ ଫେବ୍ରୁଆରୀ ୧୦, ୧୪, ୨୦, ୨୩,୨୭,ମାର୍ଚ୍ଚ ୩,୭ ଓ ୧୦ରେ ହେବ ବୋଲି ଜଣାଯାଇଛି । ୧୦ ମାର୍ଚ୍ଚରେ ଭୋଟ ଗଣତି ହେବ । ନିର୍ବାଚନ ତାରିଖ ଘୋଷଣା ପରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ।

Niharanjan

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

11 hours ago