ନିର୍ଭୟା ମାମଲା: ଦୋଷୀଙ୍କ ଓକିଲ କୋର୍ଟରେ ଦାଖଲ କରିଥିଲେ ଏସବୁ ଦଲିଲ, ଯାହା ରୋକିଦେଇଥିଲା ଅଭିଯୁକ୍ତଙ୍କ ଫାଶୀ

ନିର୍ଭୟା ଗଣଦୁଷ୍କର୍ମର ଅଭିଯୁକ୍ତଙ୍କୁ ଶନିବାର ଦିଆଯିବାକୁ ଥିବା ଫାଶୀ ଟଳିଛି। ପଟିଆଲା ହାଉସ କୋର୍ଟ ଡେଥ୍‌ ଓ୍ଵାରେଣ୍ଟକୁ ଆଗାମୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଏଣୁ ଅଭିଯୁକ୍ତଙ୍କ ଆୟୁଷ ଆଉ କିଛି ଦିନ ବଢ଼ିଯାଇଛି। ଏନେଇ ନିର୍ଭୟାଙ୍କ ମା’ କହିଛନ୍ତି ଯେ ଫାଶୀ ବନ୍ଦ କରିବାକୁ ଦୋଷୀଙ୍କ ଓକିଲ ତାଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ ଓ ଭାରତର ନ୍ୟାୟିକ ବ୍ୟବସ୍ଥା ମଧ୍ୟ ଦୋଷୀଙ୍କୁ ସମର୍ଥନ କରିଛି। ତେବେ ଆସନ୍ତୁ ଜାଣିବା କେଉଁ ଦଲିଲ ବଳରେ ନିର୍ଭୟା ଗଣଦୁଷ୍କର୍ମ ଦୋଷୀଙ୍କ ଫାଶୀ ଘୁଞ୍ଚିଯାଇଛି।

Image result for nirbhaya case

ଦୋଷୀ ବିନୟଙ୍କ ଓକିଲ ଏପି ସିଂହଙ୍କ ଦଲିଲ:

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଦୟା ପିଟିସନ୍‌ ଖାରଜ ହେବା ପରେ ୧୪ ଦିନ ସମୟ ଦିଆଯାଇଥାଏ। ଏଣୁ ଏହି ସମୟ ମଧ୍ୟରେ କାହାରିକୁ ଫାଶୀ ଦିଆଯାଏପାରିବ ନାହିଁ। ଫାଶୀ ପାଇଁ ନୂଆ ତାରିଖ ନିର୍ଦ୍ଧାରିତ କରିବାକୁ ସେ ଯୁକ୍ତି ବାଢ଼ିଥିଲେ। ଶନିବାର କାହାକୁ ଫାଶୀ ଦିଆଯାଇପାରିବ ନାହିଁ। ରାଷ୍ଟ୍ରପତି ଦୟା ପିଟିସନ୍‌ ଉପରେ ଶୁଣାଣି ନ କରିବା ପର୍ଯ୍ୟନ୍ତ ଡେଥ୍‌ ଓ୍ଵାରେଣ୍ଟ ଉପରେ ଅନିଶ୍ଚିତକାଳ ପର୍ଯ୍ୟନ୍ତ ରୋକ୍‌ ଲଗାଇବାକୁ ଓକିଲ କୋର୍ଟରେ ଦଲିଲ ଦାଖଲ କରିଥିଲେ।

Image result for nirbhaya case

ଦୋଷୀ ମୁକେଶର ଓକିଲ ବୃନ୍ଦା ଗ୍ରୋବର କ’ଣ କହିଥିଲେ:

  • ଆଇନ୍‌ରେ ଅନେକ ସମସ୍ୟା ଥିବାରୁ ଡେରି ହେଉଛି। ବହୁତ ଦିନ ପରେ ଏହି କେସ୍‌ ବଳରେ ମତେ ଜଣଙ୍କ ଜୀବନ ରକ୍ଷା କରିବାକୁ ସୁଯୋଗ ମିଳିଛି। ମୁଁ ପ୍ରାଣପଣେ ଚେଷ୍ଟା କରିଛି ଦୋଷୀ ମୁକେଶଙ୍କ ତରଫରୁ ପିଟିସନ୍‌ ଦାଖଲ କରିବାକୁ।
  • ଦୋଷୀମାନଙ୍କୁ ଅଲଗା ଅଲଗା ଫାଶୀ ଦିଆଯାଇପାରିବ ନାହିଁ। ପୂର୍ବରୁ ସୁପ୍ରିମକୋର୍ଟ ଏଭଳି ଏକ ମାମଲା ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।
  • ଜେଲ ପ୍ରଶାସନ କ୍ୟୁରେଟିଭ୍‌ ପିଟିସନ୍‌ ସମ୍ପର୍କରେ ମାନୁଆଲରେ କହିନଥିଲେ। ମାତ୍ର ଏହି ଆଇନଗତ ଉପାୟ ସୁପ୍ରିମକୋର୍ଟରେ ଉପଲବ୍ଧ ରହିଛି।

Image result for nirbhaya case

  • ଏକ ଦୟା ପିଟିସନ୍‌ ସାମ୍ବିଧାନିକ ପ୍ରାଧିକରଣ ନିକଟରେ ସ୍ଥଗିତ ରହିଛି। ସେ କେବେ ଶୁଣାଣି କରିବେ ସେ ନେଇ କୌଣସି ସୂଚନା ମିଳିନାହିଁ। ଆଉ ଏକ ଆଇନତଃ ଦିଗ ଦୋଷୀଙ୍କ ପାଖରେ ରହିଛି। ଏଣୁ ଫାଶୀ ଉପରେ ରୋକ୍‌ ଲଗାଯିବା ଉଚିତ।
  • ଜଣେ ଦୋଷୀଙ୍କ ଦୟା ପିଟିସନ୍‌ ଆଉ ଜଣଙ୍କ ଠାରୁ ଭିନ୍ନ। ଫାଶୀର ଆଦେଶ ଗୋଟିଏ ଆଦେଶ ମାଧ୍ୟମରେ ଦିଆଯିବ। ଏଣୁ ଦୟା ପିଟିସନ୍‌ ସ୍ଥଗିତ ରହିଛି ଏଣୁ ଫାଶୀକୁ ବନ୍ଦ କରିବା ଉଚିତ।
  • ଗୋଟିଏ ଅପରାଧ ପାଇଁ ଦୁଇ ଜଣଙ୍କୁ ଭିନ୍ନ ଭିନ୍ନ ଦଣ୍ଡବିଧାନ କରାଯାଇପାରିବନାହିଁ। ଏହା ଅନ୍ୟାୟ।
  • ଯଦି ବିନୟଙ୍କ ଫାଶୀକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ କରାଯିବ ତେବେ ଯାହାକୁ ଫାଶୀ ଦିଆଯିବ ତାଙ୍କର କ’ଣ ହେବ ବୋଲି ଦଲିଲରେ ଯୁକ୍ତି ବାଢ଼ିଥିଲେ ମୁକେଶଙ୍କ ଓକିଲ ବୃନ୍ଦା ଗ୍ରୋଭର। ଏହି ଦଲିଲ ବଳରେ ଫାଶୀକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରିଦିଆଯାଇଛି।
You might also like