ନିର୍ଭୟା ଦୋଷୀଙ୍କ ଓକିଲର ଦଲିଲ ଦେଖି କ୍ଷୁବ୍ଧ ହେଲେ କୋର୍ଟ, ଜେଲ ଭିତରର କଥା ମୁକେଶର ଭାଇ କେମିତି ଜାଣିଲେ ବୋଲି କଲେ ପ୍ରଶ୍ନ

ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂହର ପିଟିସନ୍‌ ଉପରେ ସୋମବାର ସୁପ୍ରିମକୋର୍ଟ ଶୁଣାଣି ଅବସରରେ ତାଙ୍କ ଓକିଲ ମନୋହରଲାଲ ଶର୍ମା ଦଲିଲ ଦାଖଲ କରିଥିଲେ ଯେ କେନ୍ଦ୍ର ସରକାର, ଦିଲ୍ଲୀ ସରକାର ଓ ନ୍ୟାୟ ମିତ୍ର ଓକିଲ ବୃନ୍ଦା ଗ୍ରୋଭର ଅପରାଧିକ ଯୋଜନା କରି ତାଙ୍କ ଦସ୍ତଖତ ନେଇଥିଲେ। ମାତ୍ର ସୁଧାର ପିଟିସନ୍‌ ଦାଖଲ କରିବାକୁ ତାଙ୍କ ହାତରେ ତିନି ବର୍ଷ ଥିଲା। ଏନେଇ ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଖଣ୍ଡପୀଠ ପିଟିସନ୍‌କୁ ଖାରଜ କରି କହିଥିଲେ ଯେ ଯଦି ଗ୍ରୋଭର ସୁଧାର ପିଟିସନ୍‌ ଦେଇନଥାନ୍ତେ ତେବେ ବହୁତ ପୂର୍ବରୁ ତାଙ୍କୁ ଫାଶୀ ହୋଇସାରନ୍ତାଣି। ଏହି ପିଟିସନ୍‌କୁ ମୁକେଶଙ୍କ ଭାଇ ସୁରେଶ ଦେଇଥିଲେ।

SupremeCourtofIndia

ମାମଲାର ଶୁଣାଣି ଅବସରରେ ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଖଣ୍ଡପୀଠ ପିଟିସନ୍‌କୁ ଖାରଜ କରି କହିଥିଲେ ଯେ ଯଦି ଗ୍ରୋଭର ସୁଧାର ପିଟିସନ୍‌ ଦେଇନଥାନ୍ତେ ତେବେ ବହୁତ ପୂର୍ବରୁ ତାଙ୍କୁ ଫାଶୀ ହୋଇସାରନ୍ତାଣି। କାରଣ ଏହି ପିଟିସନ୍‌ ଖାରଜ ହେବାର ଦେଢ଼ ବର୍ଷ ବିତିସାରିଲାଣି। ଏହା ପରେ ହିଁ ଡେଥ୍‌ ଓ୍ଵାରେଣ୍ଟ ଜାରି କରାଯାଇଛି। ଯଦି ଗ୍ରୋଭର ସୁଧାର ପିଟିସନ୍‌ ଦେଇନଥାନ୍ତେ ତେବେ ବହୁ ଆଗରୁ ଦୋଷୀଙ୍କୁ ଫାଶୀ ହୋଇସାରନ୍ତାଣି। ଆପଣ ଏହି ପିଟିସନ୍‌ ଯୋଗୁ ହିଁ ବଞ୍ଚିଛ ବୋଲି କୋର୍ଟ କହିଥିଲେ। ଏଣୁ ଏହି ପିଟିସନ୍‌ ଶୁଣାଣି ଯୋଗ୍ୟ ନୁହେଁ ବୋଲି ସେ କହିଛନ୍ତି।

nirbhaya-case

ଏଥିସହ ଜେଲରେ କ’ଣ ହେଲା ତାହା ମୁକେଶର ଭାଇଙ୍କୁ କେମିତି ଜଣାପଡ଼ିଲା ବୋଲି କୋର୍ଟ କ୍ଷୁବ୍ଧ ହୋଇ ପ୍ରଶ୍ନ କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଯେ ଦିଲ୍ଲୀର ପଟିୟାଲା କୋର୍ଟ ଚାରି ଜଣ ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ମାର୍ଚ୍ଚ ୨୦ ତାରିଖ ସକାଳ ୫.୩୦ରେ ଫାଶୀ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚାରି ନର ରାକ୍ଷସ ବିନୟ ଶର୍ମା, ପବନ ଗୁପ୍ତା, ମୁକେଶ ସିଂହ ଓ ଅକ୍ଷୟ ସିଂହଙ୍କୁ ଦିଲ୍ଲୀର ତିହାର ଜେଲ ସଂଖ୍ୟା-୩ରେ ଫାଶୀ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.