ନିର୍ଭୟା ମାମଲାରେ ଫାଶୀ ବିଳମ୍ବ ହେବାକୁ ନେଇ ତାତିଲେ ମହିଳା, କହିଲେ ‘ଯେଉଁ ଆଇନ୍‌ ଦୋଷୀଙ୍କୁ ବଞ୍ଚାଉଛି ତୁରନ୍ତ ସେଭଳି ଆଇନକୁ ବଦଳାଯାଉ’

ଯେଉଁ ଦୋଷୀଙ୍କୁ ସୁପ୍ରିମକୋର୍ଟ ଫାଶୀ ଦଣ୍ଡ ଶୁଣାଇ ସାରିଛନ୍ତି, ରାଷ୍ଟ୍ରପତି କ୍ଷମା ଖାରଜ କରିଦେଇଛନ୍ତି ତାଙ୍କୁ କାହିଁକି ଏବେ ପର୍ଯ୍ୟନ୍ତ ଫାଶୀ ଖୁଣ୍ଟରେ ଝୁଲାଯାଇନାହିଁ ବୋଲି ଅପରାଜିତା ଅଭିଯାନ ତରଫରୁ ଆଗ୍ରାରେ ଆୟୋଜିତ କାର୍ଯ୍ୟକ୍ରମରେ ମହିଳାମାନେ ପ୍ରଶ୍ନ କରିଛନ୍ତି। ନିର୍ଭୟା ଦୋଷୀଙ୍କୁ ତୁରନ୍ତ ଫାଶୀ ଦିଆଯାଉ ବୋଲି ସେମାନେ ଏ ଅବସରରେ ଦାବି କରିଛନ୍ତି।

Image result for nirbhaya-case"

ମହିଳାମାନେ କହିଛନ୍ତି ଯେ ୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ଘଟିଥିବା ଏହି ଜଘନ୍ୟ କାଣ୍ଡକୁ ଇତିମଧ୍ୟରେ ୭ ବର୍ଷ ପୂରିଛି। ଫାଶୀରେ ବିଳମ୍ବ ହେଉଥିବାରୁ ଆଗକୁ ଅପରାଧ କରିବାକୁ ଯାଉଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଦଣ୍ଡକୁ ନେଇ ଭୟ ରହୁନାହିଁ। ଏଣୁ କେନ୍ଦ୍ର ସରକାର ଏଭଳି ଆଇନ୍‌ ବନାନ୍ତୁ ଯାହା ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦେବ। ଫଳରେ ଲୋକମାନେ କୌଣସି ଅପରାଧ କରିବା ପୂର୍ବରୁ ଦୁଇଥର ଚିନ୍ତା କରିବେ।

କ’ଣ କୁହନ୍ତି ମହିଳା:

ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଦୋଷୀଙ୍କ ଫାଶୀକୁ ଆଇନତଃ ବାରମ୍ବାର ଘୁଞ୍ଚାଇବା ଏକ ଲଜ୍ଜାକର ଘଟଣା। ଏଭଳି ରାକ୍ଷସଙ୍କ ପାଇଁ ଓକିଲ କାହିଁକି ଲଢ଼ୁଛନ୍ତି? ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଦୋଷୀଙ୍କୁ ଶୀଘ୍ର ଫାଶୀ ଦିଆଗଲେ ଆହୁରି ଅନେକ ନିର୍ଭୟାଙ୍କ ଜୀବନ ବଞ୍ଚିପାରିବ ବୋଲି ମହିଳା ଶାନ୍ତି ସେନାର ଅଧ୍ୟକ୍ଷା ବତ୍ସଲା ପ୍ରଭାକର କହିଛନ୍ତି।

वत्सला प्रभाकर और शीतल अग्रवाल

ନିର୍ଭୟା ଗଣଦୁଷ୍କର୍ମର ୪ ଜଣ ଦୋଷୀଙ୍କୁ ଫାଶୀ ନମିଳିଲେ ଆଇନ ଉପରୁ ଲୋକଙ୍କ ଭରସା ଉଠିଯିବ ବୋଲି ସମାଜସେବୀ ଶୀତଳ ଅଗ୍ରଓ୍ଵାଲ କହିଛନ୍ତି।

 

କେବଳ ନିର୍ଭୟା ମାମଲା ନୁହେଁ ଗତ ଦଶ ବର୍ଷ ମଧ୍ୟରେ କୌଣସି ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଫାଶୀ ହୋଇନାହିଁ। ଦୁଷ୍କର୍ମ କରିବା ପରେ ଦୋଷୀଙ୍କୁ କଡ଼ା ଦଣ୍ଡ ମିଳୁନଥିବାରୁ ଲୋକଙ୍କ ମନରେ ଭୟ ରହୁନାହିଁ ବୋଲି ଭାରତ ବିକାଶ ପରିଷଦ ‘ଏକଲବ୍ୟ’ର ସଦସ୍ୟ ରଜନୀ ଗୁପ୍ତା କହିଛନ୍ତି।

Image result for nirbhaya-case"

ଯେଉଁ ଆଇନ୍‌ ଦୁଷ୍କର୍ମ ଦୋଷୀଙ୍କୁ ଦଣ୍ଡ ଦେଇପାରୁନି ସେଭଳି ଆଇନକୁ ତୁରନ୍ତ ବଦଳା ଯାଉ ବୋଲି ହେଲ୍ପିଂ ହ୍ୟାଣ୍ଡ ଫାଉଣ୍ଡେସନ୍‌ର ସୁମନ ସୁରାନା କହିଛନ୍ତି।

You might also like